ଆର୍ଯ୍ୟନଙ୍କ ହାଜତ ମିଆଦ ୩୦ ପର୍ଯ୍ୟନ୍ତ ବଢ଼ିଲା

October 21, 2021, ଦେଶ, , Anupambharat News Bureau


ଆର୍ଯ୍ୟନଙ୍କ ହାଜତ ମିଆଦ ୩୦ ପର୍ଯ୍ୟନ୍ତ ବଢ଼ିଲା
Anupambharat News Bureau
October 21, 2021


ନୂଆଦିଲ୍ଲୀ,୨୧ା୧୦: ଡ୍ରଗ୍ସ ଅନ୍‌ କ୍ରୁଜ ମାମଲାରେ ଛନ୍ଦି ହୋଇପଡିଥିବା ଆର୍ଯ୍ୟନ ଖାନଙ୍କ ସ୍ଥିତି ଜଟିଳ ହେବାରେ ଲାଗିଛି । ଡ୍ରଗ୍ସ କାରବାର ମାମଲାରେ ଏକ ଜାହାଜରୁ ହିନ୍ଦୀ ଚଳଚ୍ଚିତ୍ର ଜଗତର ମେଗାଷ୍ଟାର ଭାବେ ପରିଚିତ ଶହାରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାନଙ୍କୁ ନାର୍କୋଟିକ୍ସ କଣ୍ଟ୍ରୋଲ ବୁ୍ୟରୋ (ଏନ୍‌ସିବି) ପକ୍ଷରୁ ଗିରଫ କରାଯାଇଥିଲା ।
ଏହାପରେ ଆର୍ଯ୍ୟନ ବାରମ୍ବାର ଜାମିନ ପାଇଁ ଆବେଦନ କରି ବିଫଳ ହୋଇଥିଲେ । ଗତକାଲି ମୁମ୍ବାଇର ଏକ ସ୍ୱତନ୍ତ୍ର କୋର୍ଟ ଆର୍ଯ୍ୟନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଫଳରେ ଆର୍ଯ୍ୟନଙ୍କ ହାଜତ ମିଆଦ ଚଳିତ ମାସ ୩୦ ତାରିଖ ପର୍ଯ୍ୟନ୍ତ ବଢ଼ିଛି । ଆର୍ଯ୍ୟନଙ୍କ ସମେତ ଆର୍ବାଜ ମର୍ଚ୍ଚାଣ୍ଟ ଏବଂ ମୁନ୍‌ମୁନ୍‌ ଧମେଚାଙ୍କ ଜାମିନ ଆବେଦନ ମଧ୍ୟ ଖାରଜ କରିଦିଆଯାଇଥିଲା । ଘଟଣାରେ ସମ୍ପୃକ୍ତ ଅନନ୍ୟା ପାଣ୍ଡେଙ୍କୁ ଏନ୍‌ସିବିରେ ହାଜର ହେବା ପାଇଁ ନିର୍ଦ୍ଦେଶ ଦେଇଛି । ଅର୍ଥାତ୍‌ ଶୁକ୍ରବାର ପୂର୍ବାହ୍ନ ୧୧ଟାରେ ଅନନ୍ୟାଙ୍କୁ ଡ୍ରଗ୍ସ କାରବାର ମାମଲାରେ ଜେରା କରିବ ବୋଲି ଧାର୍ଯ୍ୟ କରାଯାଇଛି । ସୂଚନାଯେ, କ୍ରୁଜ ଜାହାଜ ମଧ୍ୟରେ ନିଶା କାରବାରରେ ମସଗୁଲ ରହି ମନୋରଞ୍ଜନ କରୁଥିବା ସ୍ଥିତିରେ ଏନ୍‌ସିବି ଆର୍ଯ୍ୟନଙ୍କ ସମେତ ତାହାଙ୍କ ବନ୍ଧୁମାନଙ୍କୁ ଗିରଫ କରିଥିଲା । ଆର୍ଯ୍ୟନଙ୍କ ଜାମିନ ଖାରଜ ହେବା ପରେ ତାଙ୍କୁ ମୁମ୍ବାଇସ୍ଥିତ ଆର୍ଥର ରୋଡ୍‌ ଜେଲକୁ ପଠାଇଦିଆଯାଇଛି । ଯେଉଁଠାରେ କି ସେ ୩୦ ତାରିଖ ପର୍ଯ୍ୟନ୍ତ ଜେଲରେ ରହିବେ । ଆର୍ଯ୍ୟନଙ୍କ ଦୋଷୀ କିମ୍ବା ନିର୍ଦ୍ଦେଶ ସମ୍ପର୍କରେ ମାନ୍ୟବର କୋର୍ଟ ବିଚାର କରିବେ । ଆଇନ ଅନୁଯାୟୀ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଅନ୍ୟପକ୍ଷରେ ନାଗରିକଙ୍କ ମୌଳିକ ଅଧାରରେ ସେ ଜାମିନ ଆବେଦନ କରୁଛନ୍ତି ବୋଲି ଏନ୍‌ସିବି କର୍ତ୍ତୃପକ୍ଷ କହିଛନ୍ତି ।
ଆର୍ଯ୍ୟନଙ୍କ ମାମଲାରେ ଅଭିନେତା ଓ ଅଭିନେତ୍ରୀଙ୍କୁ ମଧ୍ୟ ସମନ ଜାରି କରାଯାଇପାରେ ବୋଲି ଏନ୍‌ସିବି କହିଛି । ଇତିମଧ୍ୟରେ ତଦନ୍ତ ପ୍ରକ୍ରିୟା ଆଧାରରେ ଏନ୍‌ସିବିର ଏକ ଟିମ ଶାହାରୁଖ ଖାନଙ୍କ ବାନ୍ଦ୍ରାସ୍ଥିତ ମନତ ବାସଭବନରେ ପହଞ୍ଚିଥିଲେ ।
କିଛି ସାମଗ୍ରୀ ସମ୍ପର୍କରେ ଅନୁସନ୍ଧାନ କରାଯାଉଛି ବୋଲି ଏନ୍‌ସିବି ଅଧିକାରୀ ଜଣାଇଥିଲେ । ଏହା ପରେ ପରେ ଶାହାରୁଖ ଖାନ ଆର୍ଥର ରୋଡ କାରାଗାର ଯାଇ ଆର୍ଯ୍ୟନଙ୍କୁ ସାକ୍ଷାତ କରିଥିଲେ ।
ଆର୍ଯ୍ୟନଙ୍କ ଜାମିନ ଖାରଜ ହେବା ପରେ ପ୍ରଥମ ଥର ପାଇଁ ଶାହାରୁଖ ପୁଅଙ୍କ ସହିତ ଦେଖା କରିବାକୁ ଯାଇଥିଲେ । ଆର୍ଯ୍ୟନ ଓ ଅନନ୍ୟାଙ୍କ ମଧ୍ୟରେ ହୋଇଥିବା କିଛି ସୋସିଆଲମିଡିଆ ଚାଟିଂକୁ ଗୁରୁତର ସହ ଏନ୍‌ସିବି ଅନୁସନ୍ଧାନ କରୁଛି ।
ପରେ ପରେ ଅନନ୍ୟାଙ୍କ ମୋବାଇଲ ଓ ଲାପ୍‌ଟପ୍‌ ମଧ୍ୟ ଏନ୍‌ସିବି ଜବତ କରିଥିଲା । ଫଳରେ ଅନନ୍ୟାଙ୍କୁ ଏନ୍‌ସିବି ଜେରା କରିବା ପାଇଁ ଡକାଇଥିଲା । ପିତା ଚୁମ୍‌କି ପାଣ୍ଡେଙ୍କ ସହ ଅନନ୍ୟା ଏନ୍‌ସିବି ଅଧିକାରୀଙ୍କ ନିକଟରେ ହାଜର ହୋଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିର୍ବାଚନ କମିଶନରଙ୍କ ଭିଡ଼ିଓ କନ୍‌ଫରେନ୍ସିଂ : ୨୬ ସୁଦ୍ଧା ତାଲିକା ପଠାଇବାକୁ ନିର୍ଦ୍ଦେଶ

ନିର୍ବାଚନ କମିଶନରଙ୍କ ଭିଡ଼ିଓ କନ୍‌ଫରେନ୍ସିଂ : ୨୬ ସୁଦ୍ଧା ତାଲିକା ପଠାଇବାକୁ ନିର୍ଦ୍ଦେଶ

Read More...

ଶହେ କୋଟି ଛୁଇଁଲା ଟିକା ଡୋଜ୍‌

ଶହେ କୋଟି ଛୁଇଁଲା ଟିକା ଡୋଜ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page