ମମିତାଙ୍କୁ ଅପହରଣ ପରେ ହତ୍ୟା

October 19, 2021, ଓଡ଼ିଶା, , Anupambharat News Bureau


ମମିତାଙ୍କୁ ଅପହରଣ ପରେ ହତ୍ୟା
Anupambharat News Bureau
October 19, 2021


ଭବାନୀପାଟଣା, ୧୯ା୧୦(ଅନୁପମ ମିଡ଼ିଆ): କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ କେଗାଁ ଥାନା ଅନ୍ତର୍ଗତ ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଅଧ୍ୟକ୍ଷା ମମିତା ମେହେରଙ୍କ ନିଖୋଜର ୧୨ ଦିନ ପରେ ଆଜି ମାଟିତଳୁ ଚେନ୍‌, ପାଉଁଜି ଓ ପାଉଁଶ ମିଳିଛି । ସମ୍ଭବତଃ ମମିତାଙ୍କୁ ହତ୍ୟା କରାଯିବା ପରେ ତାଙ୍କ ଶବକୁ ପୋଡ଼ା ଯାଇ ପୋତି ଦିଆଯାଇଥିବା ପୋଲିସ ସନ୍ଦେହ କରିଛି । ତେବେ ଏହି ଘଟଣାର ମାଷ୍ଟରମାଇଣ୍ଡ ତଥା ପୋଲିସ ହେପାଜତରୁ ଚମ୍ପଟ ମାରିଥିବା ସନ ସାଇନ ପବ୍ଲିକ ସ୍କୁଲର ମାଲିକ ଗୋବିନ୍ଦ ସାହୁଙ୍କୁ ପୋଲିସ ବଲାଙ୍ଗୀରରୁ ଗିରଫ କରିଛି । ଗିରଫ ଗୋବିନ୍ଦଙ୍କୁ ମେଡ଼ିକାଲକୁ ନେଇ ପୋଲିସ ତାଙ୍କର ସ୍ୱାସ୍ଥ୍ୟା ପରୀକ୍ଷା କରିବା ପରେ ନିଜ ହେପାଜତରେ ରଖିଛି । ତେବେ ଏହି ଘଟଣା ରାଜ୍ୟ ରାଜନୀତରେ ହଇଚଇ ସୃଷ୍ଟି କରିଛି । ଘଟଣାରେ ଗୃହରାଷ୍ଟ୍ର ମନ୍ତ୍ରୀ ତଥା ସ୍ଥାନୀୟ ବିଧାୟକ କ୍ୟାପେଟନ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତିକୁ ନେଇ ଅଭିଯୋଗ ଉଠିବା ପରେ ଉଭୟ ବିରୋଧୀ ତାଙ୍କର ଇସ୍ତଫା ଦାବି କରିଛନ୍ତି । ଅଧ୍ୟକ୍ଷା ମମିତା ନିଖୋଜ ହେବାର ଦୀର୍ଘ ଦିନ ହେବା ଏବଂ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁ ପୋଲିସ ହେପାଜତରୁ ଚମ୍ପଟ ମାରିବା ଘଟଣା ନେଇ ଗଣାମଧ୍ୟମ ପୃଷ୍ଠା ମଣ୍ଡନ କରିଥିଲା । ଏହାପରେ ପୋଲିସ ମାମଲାକୁ ଗମ୍ଭୀରତାର ସହ ନେଇଥିଲା । ମାମଲାରେ ଉଭୟ ବଲାଙ୍ଗୀର ଓ କଳାହାଣ୍ଡି ପୋଲିସର ତନାଘନା ତଦନ୍ତ ଆରମ୍ଭ କରିଥିଲା । ଏହାପରେ ଦୁଇ କଲେଜର ପ୍ରିନ୍ସିପାଲ ରଞ୍ଜିତ ସାହୁ, ଗୋବିନ୍ଦର ସଲା, ଦୁଇ ପିଅନ ଓ ଜେସିବି ମେସିନ ଚାଳକକୁ ଉଠାଇ ନେଇ ପଚରା ଉଚରା ପରେ ସେମାନଙ୍କଠାରୁ ତଥ୍ୟ ପାଇଥିଲା ପୋଲିସ । ଏହାପରେ ଗତକାଲି ସନ୍ଧ୍ୟା ଆଠଟା ସମୟରେ ଦୁଇ ପ୍ଲାଟୁନ ଫୋର୍ସ ସହ ମିନି ଷ୍ଟାଡିୟମକୁ ରାତି ସାରା ଘେରା ବନ୍ଦିକରି ଜଗିରହିଥିଲା ପୋଲିସ । ଆଜି ସକାଳେ ମହାଲିଙ୍ଗ ସ୍କୁଲ ପାଖରେ ଥିବା ମିନି ଷ୍ଟାଡିୟମରେ ଅଧ୍ୟକ୍ଷାଙ୍କୁ ମାରିକି ପୋତି ଦେଇଥିବା ସ୍ଥାନକୁ ଚିହ୍ନଟ କରାଯିବା ପରେ ଜେସିବି ଦ୍ୱାରା ମାଟି ଖୋଳା ଯାଇଥିଲା । ପାଖାପାଖି ଦଶରୁ ବାର ଫୁଟ୍‌ ମାଟି ଖୋଳିବା ପରେ ନିଖୋଜ ଅଧ୍ୟକ୍ଷାଙ୍କ ଗୋଟିଏ ସୁନାଚେନ , ପାଉଁଜି, ଛୋଟ ବ୍ୟାଗ, ଲୁଣ ପକେଟ, ବେଞ୍ଚଡେସ୍କର ପୋଡ଼ାକାଠ ମିଳିବା ସହ ପାଉଁଶ ମଧ୍ୟ ମିଳିଥିଲା । ପୋଲିସ ଏସବୁକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି । ଘଟଣା ପଛରେ ଅନ୍ୟ କେଉଁ ମାନଙ୍କର ସମ୍ପୃକ୍ତି ରହିଛି ପୋଲିସ ପକ୍ଷରୁ ସେନେଇ ଅଧିକ ତଦନ୍ତ ଜାରୀ ରହିଛି । ତେବେ ଉକ୍ତ ସାମଗ୍ରୀ ନିଖୋଜ ମମିତାଙ୍କ ପ୍ରମାଣ କରିବା ପୋଲିସ ପାଇଁ କଷ୍ଟସାଧ୍ୟ ରହିବ । ତେବେ ସବୁଠାରୁ ବଡ଼ ଘଟଣା ଯେ, ଏହି ଘଟଣାର ମୁଖ୍ୟ କୁହାଯାଉଥିବା ଗୋବିନ୍ଦ ସାହୁ ବର୍ତ୍ତମାନ ପୋଲିସ ହାତରେ ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କଏଦୀଙ୍କ ଉପରେ ନଜର ରଖିବ ଡ୍ରୋନ୍‌

କଏଦୀଙ୍କ ଉପରେ ନଜର ରଖିବ ଡ୍ରୋନ୍‌

Read More...

ତିନି ଦିନ ବର୍ଷା ସମ୍ଭାବନା

ତିନି ଦିନ ବର୍ଷା ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page