ନାବାଳକକୁ ଝାମ୍ପିନେଲା ଚିତା: ଜଙ୍ଗଲରୁ ମଳିଲା ଶବ

October 12, 2021, ଓଡ଼ିଶା, , Anupambharat News Bureau


ନାବାଳକକୁ ଝାମ୍ପିନେଲା ଚିତା:  ଜଙ୍ଗଲରୁ ମଳିଲା ଶବ
Anupambharat News Bureau
October 12, 2021


ରାଇଘର,୧୨ା୧୦ (ଅନୁପମ ମିଡ଼ିଆ): ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ କୁନ୍ଦେଇ ଥାନା ତୁରୁଡିହି ଗ୍ରାମର ଜଣେ ଛ’ ବର୍ଷ ନାବାଳକର ବାଘ ଆକ୍ରମଣରେ ମୃତୁ୍ୟ ଘଟିଥିବା ଜଣାପଡିଛି । ସୂଚନା ଅନୁଯାୟୀ ମୃତ ବାଳକର ନାମ ଅମିତ ମରକାମ ଏବଂ ତାଙ୍କ ପିତାଙ୍କ ନାମ ନରେନ୍ଦ୍ର ମରକାମ । ଅମିତ ପରିବାର ସହ ଛତିଶଗଡ ରାଜ୍ୟର ସିହାୱା ସ୍ଥିତ ଏକ ମନ୍ଦିରକୁ ଦର୍ଶନ ପାଇଁ ଯାଇଥିଲେ । ସେଠାରେ ଏକ ବଡ଼ ହନୁମାନ ମୂର୍ତ୍ତି ରହିଛି ଏବଂ ତା ପାଖରେ ଚଢ଼ିବାକୁ ପାହାଚ ରହିଛି । ଅମିତ ଓ ଆଉ ଏକ ବାଳକ ଦୁଇଜଣ ପାହାଚ ଚଢ଼ିବା ସମୟରେ ଅଚାନକ୍‌ ଏକ ଚିତାବାଘ ଅମିତକୁ ଆକ୍ରମଣ କରିଥିଲା । ଜୀବନ ବଞ୍ଚାଇବା ପାଇଁ ସମସ୍ତେ ଦୌଡୁଥିବା ବେଳେ ବାଳକ ଅମିତ ବାଘ ହାବୁଡରେ ପଡି ଯାଇଥିଲେ । ବାଘ ଅମିତକୁ ଝାମ୍ପି ନେଇ ପାହାଡ଼କୁ ଚାଲି ଯାଇଥିଲା । ଖବର ପାଇ ଜଙ୍ଗଲ ବିଭାଗ ଅଧିକାରୀ ଏବଂ ସିହାୱା ପୋଲିସ ଲୋକଙ୍କ ସହାୟତାରେ ଜଙ୍ଗଲ ଭିତରକୁ ଯାଇ ଗୁରୁତର ଅବସ୍ଥାରେ ଅମିତକୁ ଉଦ୍ଧାର କରି ସିହାୱ୍ୱା ଡାକ୍ତରଖାନାରେ ନେଇଥିଲେ । କି;ୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ ।
ଏହି ଘଟଣା ପରେ ସେଠାରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଘଟଣାକୁ ନେଇ ସ୍ଥାନୀୟ ଲୋକ ଏବଂ ଜଙ୍ଗଲ ବିଭାଗର କର୍ମଚାରୀଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଥିଲା । ସୂଚନା ପାଇ ପୋଲିସ ଓ ପ୍ରଶାସନ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ଉତ୍ୟକ୍ତ ଲୋକଙ୍କୁ ବୁଝାଇବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା । ଡିଏସପି ସତୋବିଶା ସମାଜଦାର ମୃତବାଳକଙ୍କ ବାପାଙ୍କୁ ୩୫ ହଜାର ଟଙ୍କା ଦେଇ ଆର୍ଥିକ ସହାୟତା କରିଥିଲେ । ଏଥିରେ ଡିଏଫଓ ତାଙ୍କ ତରଫରୁ ୧୦ ହଜାର ଟଙ୍କା ବି ଦେଇଛନ୍ତି । ଏସଡିଏମ ପାହାଡ ଓ ଜଙ୍ଗଲକୁ ସନ୍ଧ୍ୟା ୫ରୁ ସକାଳ ୭ ଟା ପର୍ଯ୍ୟନ୍ତ ଯିବାକୁ ବାରଣ କରିଛନ୍ତି । ଏହାର ଗୋଟିଏ ଦିନ ପୂର୍ବରୁ ସିହାୱାସ୍ଥିତ ଶିତାଲା ମନ୍ଦିରରୁ ଜେଜେମା’ଙ୍କ ସହ ଫେରୁଥିବା ବେଳେ ବାଳକ ଭାବେଶ ନେତାମ ଉପରେ ବି ବାଘ ଆକ୍ରମଣ କରିଥିଲା । ପିଲାଟିର ପେଟ, ପିଠି ଏବଂ ବେକରେ ନଖରେ ରାମ୍ପୁଡ଼ି ପକାଇଥିଲା ।
ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ ଏପରି ଘଟଣା ପୂର୍ବରୁ ୩ ଥର ଘଟିଛି । ଅର୍ଥାତ ସୋମବାର ସନ୍ଧ୍ୟା ବେଳେ ଘଟିଥିବା ଘଟଣା ହେଉଛି ଚତୁର୍ଥ । ନବରାତ୍ର ସମୟରେ ମାଆ ଶୀତଳା ମନ୍ଦିରକୁ ଯାଉଥିବା ଶ୍ରଦ୍ଧାଳୁଙ୍କୁ ବାଘଟି ଏପରି ଟାର୍ଗେଟ କରୁଥିବା ଜଣାପଡ଼ିଛି । ତେଣୁ ଏହି ସମୟରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିବାକୁ ସାଧାରଣରେ ଦାବି ହେଉଛି । ସେପଟେ ବନ ବିଭାଗ ଉକ୍ତ ବାଘକୁ ଧରିବାକୁ ଉଦ୍ୟମ ଆରମ୍ଭ କରିଥିବା ଜଣାପଡ଼ିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଓଡ଼ିଶାରୁ ଫେରୁଛି ମୌସୁମୀ

ଓଡ଼ିଶାରୁ ଫେରୁଛି ମୌସୁମୀ

Read More...

ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା

ପିଲାଙ୍କୁ ଦିଆଯିବ କୋଭାକ୍ସିନ ଟିକା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page