ପାର୍ବଣରେ କଟକଣା ନମାନିଲେ ଗିରଫ : ଟ୍ୱିନ୍‌ ସିଟିରେ ଆଜିଠୁ ରାତି ୮ରୁ କର୍ଫୁ୍ୟ

October 09, 2021, ଓଡ଼ିଶା, , Anupambharat News Bureau


ପାର୍ବଣରେ କଟକଣା ନମାନିଲେ ଗିରଫ : ଟ୍ୱିନ୍‌ ସିଟିରେ ଆଜିଠୁ ରାତି ୮ରୁ କର୍ଫୁ୍ୟ
Anupambharat News Bureau
October 09, 2021


ଭୁବନେଶ୍ୱର,୯ା୧୦(ଅନୁପମ ମିଡ଼ିଆ): ଆସନ୍ତାକାଲିଠାରୁ ପୂଜା ପାଇଁ କୋଭିଡ ନିୟମ ଲାଗୁ ହେବ । ଟୁଇନସିଟିରେ ରାତି ୮ଟାରୁ ସକାଳ ୫ ଟା ଯାଏଁ ନାଇଟ କର୍ଫ୍ୟୁ ଜାରି ରହିବ । ଏହି ସମୟରେ ଅମାନିଆଙ୍କ ପାଇଁ ଜରିମାନା ବ୍ୟବସ୍ଥା ରହିଛି । ଅଧିକ ଅମାନିଆ ହେଲେ ଗିରଫ କରାଯିବ ବୋଲି କହିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ କହିଛନ୍ତି, ଯେପରି ରାତି ୮ଟା ପରେ କଟକ, ଭୁବନେଶ୍ୱରରେ କଟକଣାକୁ କଡ଼ାକଡ଼ି ପାଳନ କରାଯିବା ସହ ଯାଞ୍ଚ ଉପରେ ଗୁରୁତ୍ୱ ଦିଆଯିବ । ନିୟମ ଖିଲାପ କଲେ ଅମାନିଆ ଭୋଗିବେ ଦଣ୍ଡ । ଏଥିସହ ଦାଦାବଟିକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । କିଏ ଦାଦାବଟି ଆଦାୟ କରୁଥିବାର ନଜର ଆସିଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସେହିପରି ଦୁର୍ଗାପୂଜା ବେଳେ ସର୍ତକ ରହିବା ସହ ନିୟମ ପାଳନ କରିବାକୁ ଲୋକଙ୍କୁ ସେ ଅପିଲ କରିଛନ୍ତି । ପାର୍ବଣ ବେଳେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ଅପରାଧୀଙ୍କ ଉପରେ କଡ଼ା ନଜର ରଖିବ କମିଶନରେଟ୍‌ ପୋଲିସ୍‌ । ଟ୍ୱିନ୍‌ ସିଟିରେ ପେଷାଦାର ଅପରାଧୀ ଓ ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ପୋଲିସ୍‌ କମିଶନର କୋଭିଡ୍‌ ନିୟମ ଅନୁଯାୟୀ ମଣ୍ଡପରେ ପୂଜା ଆୟୋଜନ କରିବାକୁ ପରାମର୍ଶ ଦେଇଛନ୍ତି । ଏଥିସହ ରେଭ୍‌ ପାର୍ଟିରେ ନିଶା ସେବନ ଉପରେ କଡ଼ା ନଜର ରହିବ । ଆଇନ ଉଲ୍ଲଂଘନ କଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ସିପି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୮୦ ବର୍ଷରେ ପାଦ ଦେଲେ ଅମିତାଭ

୮୦ ବର୍ଷରେ ପାଦ ଦେଲେ ଅମିତାଭ

Read More...

ଦେବଗଡ଼ରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

ଦେବଗଡ଼ରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page