କୃଷି କନକ୍ଲେଭ ଉଦ୍‌ଘାଟିତ :ମଧ୍ୟସ୍ଥିଙ୍କୁ ହଟାଇବାକୁ ପଡ଼ିବ: ନବୀନ

October 08, 2021, ଓଡ଼ିଶା, , Anupambharat News Bureau


କୃଷି କନକ୍ଲେଭ ଉଦ୍‌ଘାଟିତ :ମଧ୍ୟସ୍ଥିଙ୍କୁ ହଟାଇବାକୁ ପଡ଼ିବ: ନବୀନ
Anupambharat News Bureau
October 08, 2021


ଭୁୁବନେଶ୍ୱର,୮ା୧୦(ଅନୁପମ ମିଡ଼ିଆ): ଓଡ଼ିଶା କୃଷି କନକ୍ଲେଭ-୨୦୨୧ର ଉଦଘାଟନ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଚାଷୀଙ୍କ ଆୟ ବୃଦ୍ଧି ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ ଗୁରୁତ୍ୱ ଦେଇଛନ୍ତି । ଭର୍ଚୁଆଲ୍‌ ପ୍ଲାଟଫର୍ମରେ ଏହି କାର୍ଯ୍ୟକ୍ରମର ଉଦ୍‌ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ କୃଷକଙ୍କ ଆୟ ବୃଦ୍ଧି ପାଇଁ ଆମକୁ ବଜାରର ଗତିଶୀଳତା ଉପରେ କାମ କରିବାକୁ ପଡିବ । ଉତ୍ପାଦକ ଭାବରେ ଭୂମିକା ଗ୍ରହଣ କରିବାକୁ ଆମକୁ ଏଗ୍ରିଗେଟର୍‌ ଏବଂ ପ୍ରୋସେସର୍‌ ସହିତ ସେମାନଙ୍କର ସଂଯୋଗକୁ ଶୃଙ୍ଖଳିତ କରିବା ଆବଶ୍ୟକ । ଆମକୁ ମଧ୍ୟସ୍ଥିମାନଙ୍କୁ ହଟାଇବାକୁ ପଡିବ ।
ରାଜ୍ୟରେ ଏକ ଅନୁକୂଳ ନୀତି ପରିବେଶ ଅଛି ବୋଲି ଦର୍ଶାଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ,ବ୍ୟବସାୟ ଅଭିବୃଦ୍ଧି ପାଇଁ ଉଲ୍ଲେଖନୀୟ ସୁଯୋଗ ସୃଷ୍ଟି ଏବଂ ବିତରଣ କରି ରାଜ୍ୟ ତଥା ଏହାର ଲୋକମାନଙ୍କ ପାଇଁ ସାମାଜିକ-ଅର୍ଥନୈତିକ ବିକାଶ ପାଇଁ ଆମେ ପସନ୍ଦ କରୁଥିବା ନିବେଶର ଲକ୍ଷ୍ୟସ୍ଥଳ ହେବାକୁ ଇଚ୍ଛା କରୁଛୁ । ସେ କହିଛନ୍ତି ଯେ ରାଜ୍ୟର କୃଷି ଏବଂ ସହଯୋଗୀ କ୍ଷେତ୍ରଗୁଡିକ ବର୍ତ୍ତମାନ ଜାତୀୟ ଏବଂ ଗ୍ଲୋବାଲ୍‌ କମ୍ପାନୀଙ୍କ ପାଇଁ ଖୋଲା ଅଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃଷି ସମ୍ବନ୍ଧିତ ଦୁଇଟି ପୁସ୍ତକର ଉନ୍ମୋଚନ କରିଥିଲେ ।
ଏହି କାଯ୍ୟକ୍ରମରେ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଅରୁଣ ସାହୁ, ଉନ୍ନୟନ କମିଶନର ପି କେ ଜେନା, ଫୁଡ୍‌ସ୍‌ ଅଫ୍‌ ଆଦାନୀ- ଓି୍ୱଲମର ଲିମିଟେଡ୍‌ର ବ୍ୟାବସାୟିକ ମୁଖ୍ୟ ସତ୍ୟେନ୍ଦ୍ର ଅଗ୍ରୱାଲ , ଜିଟେକ୍ନିସିଓର ସିଇଓ ସୌନ୍ଦରା ରାଦଜାନେ , ନାଫେଡ୍‌ ର ପରିଚାଳନା ନିର୍ଦ୍ଦେଶକ ସଞ୍ଜୀବ ଚଢ୍‌ା , ବିଭାଗୀୟ ପ୍ରମୁଖ ଶାସନ ସଚିବ ସୁରେଶ ବଶିଷ୍ଟ ପ୍ରମୁଖ ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦେବଗଡ଼ରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

ଦେବଗଡ଼ରେ ସ୍ମାର୍ଟ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ

Read More...

ବ୍ରହ୍ମପୁରରେ ବ୍ଲାକ୍‌ ଆଉଟ

ବ୍ରହ୍ମପୁରରେ ବ୍ଲାକ୍‌ ଆଉଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page