ନଭେମ୍ବର ୧୫ରୁ ବିଦେଶୀଙ୍କୁ ଭ୍ରମଣ ଅନୁମତି

October 07, 2021, ଦେଶ, , Anupambharat News Bureau


ନଭେମ୍ବର ୧୫ରୁ ବିଦେଶୀଙ୍କୁ ଭ୍ରମଣ ଅନୁମତି
Anupambharat News Bureau
October 07, 2021


ନୂଆଦିଲ୍ଲୀ,୭ା୧୦: ଭାରତରେ କୋଭିଡ଼-୧୯ କରୋନା ସଂକ୍ରମଣ ମାତ୍ରା ସାମାନ୍ୟ ହ୍ରାସ ପାଉଥିବା ଯୋଗୁଁ ଦେଶକୁ ବିଦେଶୀ ପର୍ଯ୍ୟଟକଙ୍କୁ ଭ୍ରମଣ ପାଇଁ ଅନୁମତି ମିଳିବ । କେନ୍ଦ୍ର ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ନଭେମ୍ବର ୧୫ ଠାରୁ ବିଦେଶୀଙ୍କୁ ଭାରତ ଭ୍ରମଣ କରିବା ନିମନ୍ତେ ସୁଯୋଗ ଦିଆଯିବ । ଏ ସମ୍ପର୍କରେ ଭିସା ପ୍ରଦାନ କରାଯିବ ବୋଲି ଜଣାପଡିଛି । ଦେଶର ପର୍ଯ୍ୟଟନ ଶିଳ୍ପ ଘୋର ବିପର୍ଯ୍ୟସ୍ତ ହେଉଥିବା ଯୋଗୁଁ ଏହାକୁ ଅଭିବୃଦ୍ଧି କରିବା ନିମନ୍ତେ ଆନ୍ତର୍ଜତୀୟ ପର୍ଯ୍ୟଟକମାନଙ୍କୁ ଭାରତ ଭ୍ରମଣ କରିବା ପାଇଁ ଅନୁମତି ପ୍ରଦାନ କରାଯାଉଛି । ଆନ୍ତର୍ଜାତୀୟ ବିଦେଶୀଙ୍କ ଉଦେଶ୍ୟରେ ଥିବା କୋଭିଡ଼ କଟକଣାକୁ ଉଚ୍ଛେଦ କରିବା ନିମନ୍ତେ ସରକାର ନିଷ୍ପତ୍ତି ନେଇଛନ୍ତି । ପୁଣି ଥରେ ଟୁରିଷ୍ଟ ଭିସା ମଞ୍ଜୁରୀ କରାଯିବ ବୋଲି କୁହାଯାଇଛି । ଯେଉଁମାନେ କୌଣସି ଚାଟାର୍ଡ ବିମାନରେ ଗସ୍ତ କରିବା ପାଇଁ ଚାହୁଁଥିବେ ସେମାନଙ୍କୁ ଅକେଫାବର ୧୫ ଠାରୁ ଭିସା ମଞ୍ଜୁରୀ କରାଯିବ । କୋଭିଡ଼ ମହାମାରୀ ଭିସା ଦୀର୍ଘ ଏକ ବର୍ଷରୁ ଉର୍ଦ୍ଧ୍ୱ ସମୟ ଧରି ବାତିଲ ହୋଇଥିଲା । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ, ପର୍ଯ୍ୟଟନ ମନ୍ତ୍ରଣାଳୟ ଏବଂ ବିଭିନ୍ନ ରାଜ୍ୟ ସରକାରଙ୍କ ନିଷ୍ପତ୍ତି କ୍ରମେ କେନ୍ଦ୍ର ସରକାର ବିଦେଶୀଙ୍କୁ ଭ୍ରମଣ ନିମନ୍ତେ ଅନୁମତି ଦିଆଯିବ । ପ୍ରତିଦିନ ୨୦ ହଜାର ପାଖାପାଖି ବ୍ୟକ୍ତି କୋଭିଡ଼ ସଂକ୍ରମଣର ଶିକାର ହେଉଛନ୍ତି । ଆଜିସୁଦ୍ଧା ସଂକ୍ରମଣ ଦେଶରେ ନିୟନ୍ତ୍ରଣ ହୋଇପାରିନାହିଁ, ତେଣୁ ସମସ୍ତ ସତର୍କତା ଅବଲମ୍ବନ କରିବା ପାଇଁ କେନ୍ଦ୍ର ସରକାର ପକ୍ଷରୁ ପଦକ୍ଷେପ ଗ୍ରହଣ କରାଯାଇଛି ଏବଂ ଜାରି ହୋଇଥିବା କଟକଣାକୁ ଅକେଫାବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଗତ ୨୪ ଘଣ୍ଟାର ରିପୋର୍ଟ ଅନୁଯାୟୀ ଭାରତରେ ୩୧୮ ରୋଗୀଙ୍କ ମୃତୁ୍ୟ ଘଟିଥିବା ଯୋଗୁଁ ଦେଶରେ ସମୁଦାୟ କରୋନା ମୃତୁ୍ୟ ସଂଖ୍ୟା ୪ ଲକ୍ଷ ୫୦ ହଜାର ପାଖାପାଖି ପହଞ୍ଚିଛି ।
ଦିନକରେ ୨୨ ହଜାରରୁ ଉର୍ଦ୍ଧ୍ୱ ବ୍ୟକ୍ତି ନୂତନ କୋଭିଡ଼ ପଜିଟିଭ ଚିହ୍ନଟ ହୋଇଛନ୍ତି, ଫଳରେ ଦେଶରେ ସମୁଦାୟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩ କୋଟି ୬୮ ଲକ୍ଷ ୯୪ ହଜାରରୁ ଉର୍ଦ୍ଧ୍ୱକୁ ଟପି ଯାଇଛି । କେରଳରେ ଓ ମହାରାଷ୍ଟ୍ରରେ ଆକ୍ରାନ୍ତ ଓ ମୃତକଙ୍କ ସଂଖ୍ୟା ସମ୍ବେଦନଶୀଳକ ରହିଛି । ଟିକାକରଣ ମଧ୍ୟ ନିୟମିତ ହୋଇପାରି ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସ୍କୁଲରେ ଆତଙ୍କବାଦୀ ଆକ୍ରମଣ : ଗୁଳି ମାଡ଼ରେ ଦୁଇ ଶିକ୍ଷକ ନିହତ

ସ୍କୁଲରେ ଆତଙ୍କବାଦୀ ଆକ୍ରମଣ : ଗୁଳି ମାଡ଼ରେ ଦୁଇ ଶିକ୍ଷକ ନିହତ

Read More...

କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା : ଜେଲ୍‌ ଗଲେ ଆର୍ଯ୍ୟନ

କ୍ରୁଜ୍‌ରେ ଡ୍ରଗ୍ସ ପାର୍ଟି ମାମଲା : ଜେଲ୍‌ ଗଲେ ଆର୍ଯ୍ୟନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page