ରେଳ କର୍ମଚାରୀଙ୍କୁ ବୋନସ,ଟେକ୍ସଟାଇଲ କ୍ଷେତ୍ରକୁ ପ୍ରୋତ୍ସାହନ

October 06, 2021, ଶିଳ୍ପ ବାଣିଜ୍ୟ, , Anupambharat News Bureau


 ରେଳ କର୍ମଚାରୀଙ୍କୁ ବୋନସ,ଟେକ୍ସଟାଇଲ କ୍ଷେତ୍ରକୁ ପ୍ରୋତ୍ସାହନ
Anupambharat News Bureau
October 06, 2021


ନୂଆଦିଲ୍ଲୀ: ରେଳବାଇ ଓ ଟେକ୍ସଟାଇଲ ଓ ପୋଷାକ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ର କ୍ୟାବିନେଟ ଆଜି କେତେ ଗୁଡିଏ ଗୁìରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । କେନ୍ଦ୍ର କ୍ୟାବିନେଟର ବୈଠକ ପରେ କେନ୍ଦ୍ର ମନ୍ତ୍ରୀ ପିୟୁସ ଗୋଏଲ ଓ ଅନୁରାଗ ଠାକୁର ଏସମ୍ପର୍କରେ ସାମ୍ବାଦିକଙ୍କୁ ସୂଚନା ଦେଇଥିଲେ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି କେନ୍ଦ୍ର କ୍ୟାବିନେଟର ବୈଠକ ବସିଥିଲା ।
ରେଳବାଇ ସମ୍ପର୍କରେ ନିଷ୍ପତ୍ତି କ୍ରମରେ ଅଣଗେଜେଟେଡ କର୍ମଚାରୀଙ୍କୁ ଉତ୍ପାଦନ ଭିତ୍ତିକ ବୋନସ ବାବଦରେ ୭୮ ଦିନର ମଜୁରୀ ପ୍ରଦାନ କରାଯିବ । ୨୦୨୦-୨୧ ପାଇଁ ଘୋଷିତ ବୋନସରେ ପ୍ରାୟ ୧୧.୫୬ ଲକ୍ଷ ଅଣଗେଜେଟେଡ କର୍ମଚାରୀ ଉପକୃତ ହେବେ । ଏବାବଦରେ କେନ୍ଦ୍ର ସରକାରଙ୍କୁ ୧୯୮୫ କୋଟି ଟଙ୍କା ଅତିରିକ୍ତ ବ୍ୟୟ କରିବାକୁ ପଡିବ ।
ସେହିଭଳି ଟେକ୍ସଟାଇଲ କମ୍ପାନୀଙ୍କୁ ପ୍ରୋତ୍ସାହନ କ୍ରମରେ ୭ ମେଗା ସମନ୍ୱିତ ଟେକ୍ସଟାଇଲ ରିଜନ ଏଣ୍ଡ ଏପିରିଲ ପାର୍କ ସ୍ଥାପନ ପାଇଁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଏବାବଦରେ ସରକାରଙ୍କୁ ଆସନ୍ତା ୫ ବର୍ଷ ମଧ୍ୟରେ ୪୪୪୫ କୋଟି ଟଙ୍କା ବ୍ୟୟ କରିବାକୁ ପଡିବ । ଏଭଳି ପଦକ୍ଷେପ ଯୋଗୁଁ ପ୍ରତ୍ୟ ୭ ଲକ୍ଷ ପ୍ରତ୍ୟକ୍ଷ ଓ ୧୪ ଲକ୍ଷଙ୍କ ପରୋକ୍ଷ ରୋଜଗାର ମିଳିପାରିବ । କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ପଦକ୍ଷେପ ଭାବେ ପିପିପି ମୋଡରେ ଏକ ସ୍ୱତନ୍ତ୍ର ଉଦେଶ୍ୟ ପଦକ୍ଷେପ ଭାବେ ପି.ଏମ. ମିତ୍ର ଗଠନ କରାଯିବ । ୫ଏଫ କ୍ଷେତ୍ରକୁ ଏହା ସୁହାଇବ ।
ଏହା ୫ଏଫ ପାୱାରକୁ ଗୁରୁତ୍ୱ ଦେବ । ଏହି ଯୋଜନାରେ ଫାର୍ମ ଟୁ ଫାଇବର, ଫାଇବର ଟୁ ଫେକଫ୍ରି, ଫେକଫି୍ର ଟୁ ଫେସନ ଓ ଫେସନ ଟୁ ଫରେନ ପ୍ରତି ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯିବ । ସ୍ପିନିଂ, ଲୁîଗାବୁଣା, ପ୍ରସେସିଂ, ଡାଇଂ ଓ ମୁଦ୍ରଣ ଓ ପୋଷାକ ପ୍ରସ୍ତìତ ଗୋଟିଏ ସ୍ଥାନରେ କରିବା ପାଇଁ ପ୍ରୋତ୍ସାହନ ଯୋଗାଇ ଦେବ । ଗୋଟିଏ ଜାଗାରେ ସମସ୍ତ ଦ୍ରବ୍ୟ ଊପଲବ୍ଧ ହେବା ସହ ପରିବହନ ଖର୍ଚ୍ଚ ହ୍ରାସ ପାଇବା ସମ୍ଭାବନା ରହିଛି । ଗ୍ରୀନଫିଲï ଯୋଜନାରେ ପାର୍କ ପ୍ରତିଷ୍ଠା ହେବ । ଏସମ୍ପର୍କରେ ୧୦ ରାଜ୍ୟ ସରକାର ଆଗ୍ରହ ଦେଖାଉଥିବା କୁହାଯାଇଛି । ଗ୍ରୀନଫ୍‌ଲïକୁ କେନ୍ଦ୍ରକୁ ୨୦୦ କୋଟି ଓ ବ୍ରାଉନଫିଲï ମିତ୍ରା ପାକ୍ସର୍ସ ପାଇଁ ୨୦୦ କୋଟି ଟଙ୍କା ଯୋଗାଇ ଦିଆଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବ୍ୟାଙ୍କ ଘରୋଇକରଣର ପ୍ରଥମ ପଦକ୍ଷେପ ନେଲେ ସରକାର

ବ୍ୟାଙ୍କ ଘରୋଇକରଣର ପ୍ରଥମ ପଦକ୍ଷେପ ନେଲେ ସରକାର

Read More...

ନାଁକୁ ରାଜ୍ୟରେ ବିଜୁଳି ସଂସ୍କାର:  ଫାଇଦାରେ ଟାଟା ପାୱାର୍‌ !

ନାଁକୁ ରାଜ୍ୟରେ ବିଜୁଳି ସଂସ୍କାର: ଫାଇଦାରେ ଟାଟା ପାୱାର୍‌ !

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page