ବେଞ୍ଜାମିନ ଓ ଡେଭିଡଙ୍କୁ ନୋବେଲ

October 06, 2021, ବିଦେଶ, , Anupambharat News Bureau


ବେଞ୍ଜାମିନ ଓ ଡେଭିଡଙ୍କୁ ନୋବେଲ
Anupambharat News Bureau
October 06, 2021


ନୂଆଦିଲ୍ଲୀ,୬ା୧୦: ରସାୟନ ବିଜ୍ଞାନରେ ଉଲ୍ଲେଖନୀୟ କୃତ୍ତିତ୍ୱ ହାସଲ କରିଥିବା ଦୁଇଜଣ ବିଶିଷ୍ଟ ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାରରେ ସମ୍ମାନିତ କରାଯିବ ବୋଲି ନୋବେଲ କମିଟି ପକ୍ଷରୁ ଘୋଷଣା କରାଯାଇଛି । ୨୦୨୧ ପାଇଁ ରସାୟନ ବିଜ୍ଞାନ ବା କେମିଷ୍ଟ୍ରିରେ ମର୍ଯ୍ୟାଦାଜନକ ନୋବେଲ ପୁରସ୍କାର ଘୋଷିତ ହୋଇଛି । ଜର୍ମାନୀର ଖ୍ୟାତନାମା ବୈଜ୍ଞାନିକ ବେଞ୍ଜାମିନ ଲିଷ୍ଟ ଓ ସ୍କଟ୍‌ଲ୍ୟାଣ୍ଡ୍‌ ବଂଶୋଦ୍ଭବ ବୈଜ୍ଞାନିକ ଡେଭିଡ୍‌ ଡବ୍ଲìସି ମାକମିଲାନଙ୍କୁ ଏହି ପୁରସ୍କାର ମିଳିବ ବୋଲି ଷ୍ଟକହୋମ ସ୍ଥିତ ନୋବେଲ କମିଟି ପକ୍ଷରୁ ଆଜି ଟୁଇଟ କରି ସୂଚନା ଦିଆଯାଇଛି । ଆସିମେଟ୍ରିକ ଅର୍ଗାନୋକାଟାଲିସିସ କ୍ଷେତ୍ରରେ ଉଲ୍ଲେଖନୀୟ ଗବେଷଣା ପାଇଁ ସେମାନଙ୍କୁ ଏହି ପୁରସ୍କାର ଦିଆଯିବ । ପ୍ରତିବର୍ଷ ସ୍ୱିଡେନର ଷ୍ଟକହୋମସ୍ଥିତ ରୟାଲ ସ୍ୱିଡିସ ଏକାଡେମୀ ଅଫ ସାଇନ୍ସ ପକ୍ଷରୁ ନୋବେଲ ପୁରସ୍କାର ଦିଆଯାଇଥାଏ । ବୈଜ୍ଞାନିକ ଆଲଫ୍ରେଡ ନୋବେଲଙ୍କ ଇଚ୍ଛାପତ୍ର ଅନୁସାରେ ଏହି ପୁରସ୍କାର ପ୍ରତିଷ୍ଠା କରାଯାଇଥିଲା । ଗତ ୧୨୦ ବର୍ଷରେ ଏପର୍ଯ୍ୟନ୍ତ ମୋଟ ୧୮୬ ଜଣ ବୈଜ୍ଞାନିକ ରସାୟନ ବିଜ୍ଞାନରେ ନୋବେଲ ପୁରସ୍କାର ପାଇସାରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୦ ସୁଦ୍ଧା ଆଉ ଏକ ଲଘୁଚାପ

୧୦ ସୁଦ୍ଧା ଆଉ ଏକ ଲଘୁଚାପ

Read More...

ଚାନ୍ଦିପୁର ଗୁଇନ୍ଦାଗିରି ଘଟଣା:  ପାକିସ୍ତାନରୁ ପରିଚାଳିତ ହେଉଥିଲା ନକଲି ଫେସବୁକ ଆକାଉଣ୍ଟ

ଚାନ୍ଦିପୁର ଗୁଇନ୍ଦାଗିରି ଘଟଣା: ପାକିସ୍ତାନରୁ ପରିଚାଳିତ ହେଉଥିଲା ନକଲି ଫେସବୁକ ଆକାଉଣ୍ଟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page