ଚାରି ଜିଲ୍ଲାରେ ବନ୍ୟା ଆଶଙ୍କା : ଓଡ୍ରାଫ୍‌, ଏନଡିଆରଏଫ ମୁତୟନ

September 16, 2021, ଓଡ଼ିଶା, , Anupambharat News Bureau


ଚାରି ଜିଲ୍ଲାରେ ବନ୍ୟା ଆଶଙ୍କା :  ଓଡ୍ରାଫ୍‌, ଏନଡିଆରଏଫ ମୁତୟନ
Anupambharat News Bureau
September 16, 2021


ଭୁବନେଶ୍ୱର, ୧୬ା୯(ଅନୁପମ ମିଡ଼ିଆ): ଶନିବାର ସନ୍ଧ୍ୟାରେ ରାଜ୍ୟର ଚାରି ଜିଲ୍ଲାରେ ବନ୍ୟା ଆଶଙ୍କା ଥିବା ସ୍ୱତନ୍ତ୍ର ରିଲିଫ କମିଶନର (ଏସଆରସି) ପ୍ରଦୀପ ଜେନା ସୂଚନା ଦେଇଛନ୍ତି । ଏଥିପାଇଁ କଟକ, ପୁରୀ, କେନ୍ଦ୍ରାପଡା ଓ ଜଗତସିଂହପୁର ଜିଲ୍ଲାକୁ ସତର୍କ କରାଯାଇଛି । ଏସଆରସି କହିଛନ୍ତି, ଶନିବାର ସକାଳ ସୁଦ୍ଧା ମୁଣ୍ଡଳୀରେ ୮ଲକ୍ଷ କୁ୍ୟସେକ ଜଳ ପ୍ରବାହିତ ହେବ, ଯାହାର ପ୍ରଭାବରେ ଏହି ଚାରି ଜିଲ୍ଲାରେ ଶନିବାର ସନ୍ଧ୍ୟାରେ ଏକ ନିମ୍ନ- ମଧ୍ୟମ ଧରଣର ବନ୍ୟା ପାସ୍‌ କରିବ । ଯେହେତୁ ଛତିଶଗଡରେ ପ୍ରବଳ ବର୍ଷା ହେଉଛି । ସେଥିପାଇଁ ହୀରାକୁଦକୁ ସେକେଣ୍ଡ ପିଛା ୫ ଲକ୍ଷ ୨୦ ହଜାର ୪୫୭ କୁ୍ୟସେକ ଜଳ ପ୍ରବେଶ କରୁଛି । ସେହିଭଳି ହୀରାକୁଦରୁ ୨୮ଟି ଗେଟ୍‌ ଦେଇ ୪ ଲକ୍ଷ ୮୧ ହଜାର କୁ୍ୟସେକ ଜଳ ନଦୀ ମଧ୍ୟକୁ ନିଷ୍କାସିତ ହେଉଛି, ଯାହାର ପ୍ରଭାବରେ ଶନିବାର ସକାଳ ସୁଦ୍ଧା ମୁଣ୍ଡଳୀରେ ୮ଲକ୍ଷ କୁ୍ୟସେକ ଜଳ ପ୍ରବାହିତ ହେବ । ଆଗକୁ ପୂର୍ଣ୍ଣିମା ଥିବାରୁ ଜଳ ନିଷ୍କାସନରେ ସମସ୍ୟା ଦେଖାଦେବ ବୋଲି କହିଛନ୍ତି ଜଳ ସମ୍ପଦ ସର୍ବୋଚ୍ଚ ଯନ୍ତ୍ରୀ । ଯେଉଁଥିପାଇଁ ଏହା ଉପରେ ନଜର ରଖିବାକୁ ଜଳ ସମ୍ପଦ ବିଭାଗର ଜଣେ ଲେଖାଏଁ ଅଧିକାରୀଙ୍କୁ ଦାୟିତ୍ୱ ଦିଆଯାଇଛି । ଯେଉଥିପାଇଁ ଉପକୂଳ ଜିଲ୍ଲା ଗୁଡିକରେ ଓଡ୍ରାଫ୍‌, ଏନଡିଆରଏଫ ଓ ଅଗ୍ନିଶମ ବାହିନୀକୁ ମୁତୟନ କରାଯାଇଛି । ଓଡ୍ରାଫର ୩୦ଟି ଟିମ, ଏନଡିଆରଏଫର ୧୨ଟି ଟିମ ଓ ଅଗ୍ନିଶମର ୧୦ଟି ଟିମକୁ ମୁତୟନ କରାଯାଇଛି । ତେବେ ବର୍ତ୍ତମାନ ସୁଦ୍ଧା ୯ଜଣଙ୍କର ମୃତୁ୍ୟ ହୋଇଥିବା ବେଳ ୨ଜଣ ନିଖୋଜ ଅଛନ୍ତି ।
ସେ ଆହୁରି କହିଛନ୍ତି ଯେ ହୀରାକୁଦରେ ୨୮ଟି ଗେଟ୍‌ ଖୋଲା ଯାଇଥିଲେ ବି ମୁଣ୍ଡଳିରେ ସ୍ଥିତି ନିରାପଦ ରହିଛି । ଏଠାରେ ବିପଦ ସଙ୍କେତ ୯୭.୨୫ ଫୁଟ୍‌ ଥିବାବେଳେ ବର୍ତ୍ତମାନ ଜଳ ପତନ ଏହାର ବହୁ ତଳେ ରହିଛି । ବ୍ୟାରେଜର ସମସ୍ତ ଗେଟ୍‌ ଖୋଲାଯାଇଛି । ଫଳରେ ମୁଣ୍ଡଳୀ ଦେଇ ଏବେ ସାଢ଼େ ୫ ଲକ୍ଷରୁ ୬ ଲକ୍ଷ କୁ୍ୟସେକ ପାଣି ପ୍ରବାହିତ ହେଉଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ଆର୍ଶୀବାଦ’ ବନ୍ଦ : ବିରୋଧୀଙ୍କ ଟାର୍ଗେଟରେ ସରକାର

‘ଆର୍ଶୀବାଦ’ ବନ୍ଦ : ବିରୋଧୀଙ୍କ ଟାର୍ଗେଟରେ ସରକାର

Read More...

ଡଙ୍ଗା ଓଲଟି ୧୧ ମୃତ

ଡଙ୍ଗା ଓଲଟି ୧୧ ମୃତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page