ଦୁର୍ଦ୍ଦାନ୍ତ ମାଓ ନେତା ଶଙ୍କର ଗିରଫ

September 14, 2021, ଓଡ଼ିଶା, , Anupambharat News Bureau


ଦୁର୍ଦ୍ଦାନ୍ତ ମାଓ ନେତା ଶଙ୍କର ଗିରଫ
Anupambharat News Bureau
September 14, 2021


ଭୁୁବନେଶ୍ୱର,୧୪ା୯(ଅନୁପମ ମିଡ଼ିଆ): ଦୁର୍ଦ୍ଦାନ୍ତ ମାଓ ନେତା ଦୁବାସି ଶଙ୍କରକୁ ଶେଷରେ ପୋଲିସ ଗିରଫ କରିବାରେ ସଫଳ ହୋଇଛି । ତାକୁ କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରୁ ଗିରଫ କରାଯାଇଥିବା ରାଜ୍ୟ ପୋଲିସ ଡିଜି ଅଭୟ ମଙ୍ଗଳବାର ଅପରାହ୍ନରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ତା ନିକଟରୁ ଇନସାସ ରାଇଫଲ, ୧୦ ରାଉଣ୍ଡ ଗୁଳି, ନଗଦ ୩୫ ହଜାର ଟଙ୍କା, ମୋବାଇଲ ଫୋନ ଓ ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଶଙ୍କରକୁ କୋର୍ଟ ଚାଲାଣ କରାଯାଇଛି । ତାକୁ ରିମାଣ୍ଡରେ ଅଣାଯିବ ବୋଲି ଡିଜିପି କହିଛନ୍ତି । ଆନ୍ଧ୍ର-ଓଡ଼ିଶା ସ୍ପେଶାଲ ଜୋନାଲ କମିଟିର ସଦସ୍ୟ ଥିବା ଶଙ୍କର ମୁଣ୍ଡରେ ୨୦ ଲକ୍ଷ ଟଙ୍କାର ପୁରସ୍କାର ରହିଥିଲା । ୧୯୮୭ରେ ମାଓ ସଂଗଠନରେ ଯୋଗ ଦେଇଥିବା ଶଙ୍କର ନାଁରେ ଓଡ଼ିଶା ଓ ଆନ୍ଧ୍ରପ୍ରଦେଶରେ ଅନେକ ମାମଲା ରହିଛି । ବିଶାଖାପାଟଣା, କୋରାପୁଟ, ମାଲକାନଗିରିରେ ହୋଇଥିବା ମାଓ ଆକ୍ରମଣରେ ଏହାର ହାତ ରହିଥିବା କୁହାଯାଉଛି । ବିଶେଷକରି ୨୦୦୯ରେ ଦାମନଯୋଡ଼ିରେ ହୋଇଥିବା ମାଓ ଆକ୍ରମଣ ଯେଉଁଥିରେ ୧୦ ସିଆଇଏସଏଫ ଯବାନ ସହିଦ ହୋଇଥିଲେ, ସେଥିରେ ସେ ସମ୍ପୃକ୍ତ ଥିଲା । ଏହାଛଡ଼ା ୨୦୧୦ରେ ହୋଇଥିବା ଗୋବିନ୍ଦପାଲି ବିସ୍ପୋରଣରେ ମଧ୍ୟ ସେ ସମ୍ପୃକ୍ତ ଥିଲା । ଏହି ଘଟଣାରେ ୧୧ ପୋଲିସ କର୍ମୀ ସହିଦ ହୋଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଡଙ୍ଗା ଓଲଟି ୧୧ ମୃତ

ଡଙ୍ଗା ଓଲଟି ୧୧ ମୃତ

Read More...

 ସୁନ୍ଦରଗଡ଼ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିଲେ ନବୀନ

ସୁନ୍ଦରଗଡ଼ରେ ସ୍ମାର୍ଟ ହେଲ୍‌ଥ କାର୍ଡ ବାଣ୍ଟିଲେ ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page