ବ୍ୟାଙ୍କ ସମ୍ମୁଖରୁ ୩ ଲକ୍ଷ ଲୁଟ୍‌

May 24, 2019, ଓଡ଼ିଶା, , Anupambharat News Bureau


ବ୍ୟାଙ୍କ ସମ୍ମୁଖରୁ ୩ ଲକ୍ଷ ଲୁଟ୍‌
Anupambharat News Bureau
May 24, 2019

ରାୟଗଡା, ୨୪ା୫ (ଅନୁପମ ମିଡିଆ): ଆଜି ଅପରାହ୍ନରେ ରାୟଗଡା ଏଚଡିଏଫସି ବ୍ୟାଙ୍କ ସମ୍ମୁଖରୁ ଟି. ମହେଶ୍ୱର ରାଓଙ୍କଠାରୁ ୩ ଲକ୍ଷ ଟଙ୍କା ଲୁଟ୍‌ ହୋଇଛି । ଶିକରପାଇର ଟି. ମହେଶ୍ୱର ଆଜି ଅପରାହ୍ନ ସାେ ୧ଟାରେ ଆନ୍ଧ୍ର ବ୍ୟାଙ୍କରୁ ୩ ଲକ୍ଷ ଟଙ୍କା ଉଠାଇ ନିଜ ଝିଅ ଘରକୁ ଯାଇଥିଲେ । କିଛି ସମୟ ପରେ ଟଙ୍କାକୁ ଗୋଟିଏ ବ୍ୟାଗରେ ଭର୍ତି କରି ମହେଶ୍ୱର ବାଇକ୍‌ ଯୋଗେ ଏଚଡିଏଫସି ବ୍ୟାଙ୍କ ନିକଟକୁ ଆସିଥିଲେ । ବାଇକରେ ବ୍ୟାଗ୍‌ ରଖି ମହେଶ୍ୱର ଏଟିଏମକୁ ଟଙ୍କା ଉଠାଇବା ପାଇଁ ଯାଇଥିବା ବେଳେ ପୂର୍ବରୁ ନଜର ରଖିଥିବା ଲୁଟେରା ବାଇକରୁ ଟଙ୍କା ବ୍ୟାଗ ନେଇ ଫେରାର ହୋଇଯାଇଥିଲେ । ଏ ସଂପର୍କରେ ମହେଶ୍ୱର ଟାଉନ୍‌ ଥାନାକୁ ଖବର ଦେବା ପରେ ପୁଲିସ୍‌ ଅଧିକାରୀ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବଲାଙ୍ଗୀରରେ ନରସିଂହ ଓ ଲୋଇସିଂହାରେ ମହାଲିଙ୍ଗ

ବଲାଙ୍ଗୀରରେ ନରସିଂହ ଓ ଲୋଇସିଂହାରେ ମହାଲିଙ୍ଗ

Read More...

ପୋଖରୀରେ ବୁଡ଼ି  ଛାତ୍ରୀର ମୃତୁ୍ୟ

ପୋଖରୀରେ ବୁଡ଼ି ଛାତ୍ରୀର ମୃତୁ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page