ଠିକାଦାରଙ୍କ ଘର ଉପରେ ଗୁଳି ମାଡ଼ :ପୋଲିସର ଛାନଭିନ

September 02, 2021, ଓଡ଼ିଶା, , Anupambharat News Bureau


ଠିକାଦାରଙ୍କ ଘର ଉପରେ ଗୁଳି ମାଡ଼ :ପୋଲିସର ଛାନଭିନ
Anupambharat News Bureau
September 02, 2021


ଖଲ୍ଲିକୋଟ,୨ା୯(ଅନୁପମ ମିଡ଼ିଆ): ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଗ୍ରାମରେ ମଧ୍ୟରାତ୍ରରେ କିଛି ଦୁର୍ବୃତ୍ତ ଠିକାଦାର ରଞ୍ଜିତ ପଟ୍ଟନାୟକଙ୍କ ଘର ଉପରକୁ ତିନି ରାଉଣ୍ଡ ଗୁଳି ମାଡ଼ କରି ଫେରାର ହୋଇଯାଇଛନ୍ତି । ଏଥିରେ କେହି ମୃତାହତ ହୋଇନଥିବା ବେଳେ ଗୁଳି ଗୁଡିକ କବାଟ କଣା ହୋଇ ଘର ଭିତରକୁ ପଶିଛି । ଘଟଣା ନେଇ ସୂଚନା ପାଇ ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ପାରିପାର୍ଶ୍ୱିକ ସ୍ଥିତି ଅନୁଧ୍ୟାନ କରିବା ସହ ସିସିଟିଭି ଫୁଟେଜକୁ ଯାଞ୍ଚ କରୁଛନ୍ତି ।
ମିଳିଥିବା ସୂଚନା ଅନୁଯାୟୀ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ରଞ୍ଜିତଙ୍କ ଘରକୁ ଦୁର୍ବୃତ୍ତ ମାନେ ଗୁଳି ମାଡ଼ କରିଥିବା ଜଣାପଡ଼ିଛି । ରଞ୍ଜିତଙ୍କ କହିବା ଅନୁଯାୟୀ ବୁଧବାର ମଧ୍ୟରାତ୍ରରେ ୪ରୁ ଅଧିକ ଦୁର୍ବୁତ୍ତ ଆସି ତାଙ୍କ ଘର ପାଚେରୀ ଡେଇଁ କବାଟ ବାଡେଇଥିଲେ । ତେବେ ସେ କବାଟ ଖୋଲି ନଥିଲେ । ଯାହାଫଳରେ ଦୁର୍ବୁତ୍ତ ମାନେ ଘର କବାଟକୁ ତିନି ରାଉଣ୍ଡ୍‌ ଗୁଳି ଚଳାଇଥିଲେ । ଏ ସମ୍ପର୍କରେ ଆଜି ସକାଳେ ରଞ୍ଜିତ ଖଲ୍ଲିକୋଟ ଥାନାରେ ଲିଖିତ ଅଭିଯୋଗ କରିବା ପରେ ଘଟଣା ସ୍ଥଳରେ ଗଞ୍ଜାମ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ଏସଡିପିଓ ଗୌତମ କିଶାନ, ଖଲ୍ଲିକୋଟ ଥାନା ଏସଆଇ ଅମ୍ବିକା ବେଣିଆ ଓ କାର୍ତ୍ତିକ ନାୟକ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ବେଳେ ସାଇଣ୍ଟିଫିକ୍‌ ଟିମ ପହଞ୍ଚି ଅଧିକ ତଦନ୍ତ କରୁଥିବା ଦେଖିବାକୁ ମିଳିଛି ।
ଘଟଣା ସ୍ଥଳରୁ ପୋଲିସ ୩ଟି ଖୋକା ଜବତ କରିଛି । ଗ୍ରାମର ଏକ ପୋଖରୀ କାମକୁ ନେଇ କିଛି ବ୍ୟକ୍ତିଙ୍କ ସହ ରଞ୍ଜିତ ଙ୍କ ଶତ୍ରୁତା ରହିଥିଲା ବୋଲି ଶୁଣିବାକୁ ମିଳୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୩୦ରେ ପିପିଲି ଉପନିର୍ବାଚନ

୩୦ରେ ପିପିଲି ଉପନିର୍ବାଚନ

Read More...

ବିରୋଧୀଙ୍କ ହଟ୍ଟଗୋଳରେ ତିନି ବିଲ୍‌ ପାରିତ  ସୁରୁଖୁରୁରେ ଚାଲି ପାରୁନି ଗୃହ

ବିରୋଧୀଙ୍କ ହଟ୍ଟଗୋଳରେ ତିନି ବିଲ୍‌ ପାରିତ ସୁରୁଖୁରୁରେ ଚାଲି ପାରୁନି ଗୃହ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page