ତୃତୀୟ ଲହର ମୁକାବିଲା, ସରକାର ପ୍ରସ୍ତୁତ

August 29, 2021, ଓଡ଼ିଶା, , Anupambharat News Bureau


ତୃତୀୟ ଲହର ମୁକାବିଲା,  ସରକାର ପ୍ରସ୍ତୁତ
Anupambharat News Bureau
August 29, 2021


ଭୁବନେଶ୍ୱର, ୨୯ା୮(ଅନୁପମ ମିଡ଼ିଆ): କରୋନାର ତୃତୀୟ ଲହର ମୁକାବିଲା ପାଇଁ ରାଜ୍ୟ ସରକାର ପ୍ରସ୍ତୁତ ରହିଛନ୍ତି । ରାଜ୍ୟରେ ୭୦ ପ୍ରତିଶତ ସେରୋ ସର୍ଭେ ସରିଛି, ବିଭିନ୍ନ ହସ୍ପିଟାଲରେ ବେଡ୍‌ ଓ ଔଷଧ ମହଜୁଦ ରହିଛି । ତାସହ ମୁକାବିଲା ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରୀୟ ଟାସ୍କଫୋର୍ସ ଗଠନ ହୋଇଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ କହିଛନ୍ତି । ସେ କହିଛନ୍ତି ଯେ ଛୋଟ ପିଲା ଅଧିକ ଆକ୍ରାନ୍ତ ସମ୍ଭାବନା ଥିବାରୁ ସେଥିପାଇଁ ମଧ୍ୟ ମେଡିକାଲର ସମସ୍ତ ବ୍ୟବସ୍ଥା ହୋଇଛି । ଏହା ସହିତ ଆଗକୁ ପାର୍ବଣ ଋତୁ ଥିବାବେଳେ ସମସ୍ତେ ମାସ୍କ ବ୍ୟବହାର କର;ୁ ଏବଂ କୋଭିଡ ନିୟମ ପାଳନ କଲେ କରୋନାର ତୃତୀୟ ଲହରକୁ ହରାଇପାରିବା । ଓଡିଶାରେ ବିଶେଷଜ୍ଞଙ୍କ କହିବା ଅନୁସାରେ ପ୍ରତିଦିନ ୧୦ରୁ ୨୦ ହଜାର ନୂଆ ମାମଲା ସାମ୍ନାକୁ ଆସିବ, ତାକୁ ଆଧାର କରି ଟାକ୍ସଫୋର୍ସ ଗଠନ ହୋଇଛି । ତୃତୀୟ ଲହର ପରିଚାଳନା ନେଇ ଏସଓପି ପ୍ରସ୍ତୁତ ହୋଇଛି । ସମସ୍ତ ଜିଲ୍ଲାପାଳ, ମ୍ୟୁନିସିପାଲ କମିଶନର, ମେଡିକାଲ କଲେଜମାନଙ୍କୁ ଏସଓପି ପାଳନ ନେଇ ସ୍ପଷ୍ଟ ନିର୍ଦ୍ଦେଶ ରହିଛି । ଏହା ସହ ଓଏସଏମସିଏଲକୁ ପର୍ଯ୍ୟାପ୍ତ ପରିମାଣରେ ଡ୍ରଗ୍ସ ମହଜୁଦ ରଖିବା ପାଇଁ ନିର୍ଦ୍ଦେଶ ରହିଛି । ଶିଶୁମାନଙ୍କ ପାଇଁ ୨୩୯୦ ସାଧାରଣ ବେଡ, ୬୧୦ ଆଇସିୟୁ ବେଡ ପ୍ରସ୍ତୁତ ଅଛି । ଦରକାର ପଡିଲେ କଣ୍ଟେନମେଣ୍ଟ ଜୋନ ମଧ୍ୟ କରାଯିବ । ମୁଖ୍ୟମନ୍ତ୍ରୀ ନିଜେ ତୃତୀୟ ଲହରକୁ ମନିଟର କରୁଛନ୍ତି ବୋଲି ମନ୍ତ୍ରୀ ନବଦାସ ସୂଚନା ଦେଇଛନ୍ତି ।
ଅନ୍ୟପକ୍ଷରେ ସମ୍ଭାବ୍ୟ ତୃତୀୟ ଲହରରେ ରାଜ୍ୟରେ ପ୍ରାୟ ୯୨ହଜାର ଶିଶୁ କରୋନାରେ ସଂକ୍ରମିତ ହୋଇପାରନ୍ତି ବୋଲି ଅନୁମାନ କରାଯାଉଛି । ତୃତୀୟ ଲହରକୁ ନେଇ ବିଭିନ୍ନ ମଡେଲ ଭିନ୍ନ ଭିନ୍ନ ଆକଳନ କରୁଛନ୍ତି ।ଏହି ପରିପ୍ରେକ୍ଷୀରେ ସରକାରଙ୍କ ପକ୍ଷରୁ ଜରୁରୀକାଳୀନ କୋଭିଡ ପ୍ରତିକ୍ରିୟା ଯୋଜନା ବା ଏନ୍‌ସିଆରପି-୨କୁ ମଞ୍ଜୁରୀ ମିଳିଥିବା ବେଳେ ଆସନ୍ତା ଡିସେମ୍ବର ସୁଦ୍ଧା କାମ ଶେଷ କରିବା ଲାଗି ଜିଲ୍ଲାପାଳମାନଙ୍କୁ ସ୍ୱାସ୍ଥ୍ୟ ବିଭାଗରୁ ନିର୍ଦେଶ ଦିଆଯାଇଛି ।
ଇସିଆରପି-୨ରେ ଡାଏଗ୍ନୋଷ୍ଟିକ, ଟେଲିମେଡିସିନ୍‌, ଗୁରୁତର ରୋଗୀଙ୍କୁ ସ୍ଥାନାନ୍ତର, କୋଭିଡ କେୟାର ସେଣ୍ଟର, ଶିଶୁଙ୍କ ପାଇଁ ଆଇସିୟୁ ଓ ଅକ୍ସିଜେନ୍‌ ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 କ୍ରୀଡ଼ା ଦିବସରେ ଭାରତକୁ ତିନି ପଦକ

କ୍ରୀଡ଼ା ଦିବସରେ ଭାରତକୁ ତିନି ପଦକ

Read More...

‘ମିଥ୍ୟା ଖବର ଉପରେ ହସ୍ତକ୍ଷେପ କରନ୍ତୁ ବୁଦ୍ଧିଜୀବୀ’

‘ମିଥ୍ୟା ଖବର ଉପରେ ହସ୍ତକ୍ଷେପ କରନ୍ତୁ ବୁଦ୍ଧିଜୀବୀ’

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page