ପାର୍ବଣ ଋତୁ : ଆସିବ ନୂଆ ଗାଇଡଲାଇନ

August 28, 2021, ଓଡ଼ିଶା, , Anupambharat News Bureau


 ପାର୍ବଣ ଋତୁ  : ଆସିବ ନୂଆ ଗାଇଡଲାଇନ
Anupambharat News Bureau
August 28, 2021


ଭୁବନେଶ୍ୱର, ୨୮ା୮ (ଅନୁପମ ମିଡ଼ିଆ): ରାଜ୍ୟରେ ଦୈନିକ ସଂକ୍ରମଣ ଏବେ ନିୟନ୍ତ୍ରଣରେ ଅଛି, ହେଲେ ଆଗକୁ ସ୍ଥିତି ବିଗିଡ଼ିବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପାର୍ବଣ ଋତୁ ପାଇଁ ନୂଆ ଗାଇଡଲାଇନ ଆଣିବେ ବୋଲି ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର ।
ସେ କହିଛନ୍ତି କେରଳରେ ବହୁଦିନ ହେବ ସଂକ୍ରମଣ ହାର ଅଧିକ ରହିଛି । ଜାତୀୟ ସ୍ତରରେ ଯେତିକି ସଂକ୍ରମଣ ବୃଦ୍ଧି ପାଉଛି ସେଥିରେ କେରଳରେ ଅଧିକ ରହୁଛି । ତାକୁ ତୃତୀୟ ଲହର ବୋଲି ମଧ୍ୟ କହିପାରିବା । ଓନମ ପର୍ବ ଯୋଗୁ କେରଳରେ ସଂକ୍ରମଣ ବୃଦ୍ଧି ପାଇଛି । ତେଣୁ ସେଥିରୁ କିଛି ଶିଖିବା ଦରକାର ।
ପାର୍ବଣ ଋତୁରେ କୋଭିଡ ଗାଇଡଲାଇନ ମାନି ଚଳିବା ଆବଶ୍ୟକ । ରାଜ୍ୟରେ ଯେପରି ସଂକ୍ରମଣ ନିୟନ୍ତ୍ରଣରେ ରହିବ, ରୋଗୀ ଗୁରୁତର ନ ହେବେ, ସେଥିପାଇଁ ସର୍ଭିଲାନ୍ସ ଜାରି ରହିଥିବା କହିଛନ୍ତି ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ । ମନିଟରିଂ ମଧ୍ୟ କରାଯାଉଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ପାର୍ବଣ ପାଇଁ କଟକଣା ଜାରି ରଖିବା ଲାଗି ରାଜ୍ୟମାନଙ୍କୁ କୁହାଯାଇଛି । ରାଜ୍ୟ ସରକାର ଏହା ଉପରେ ନଜର ରଖିଛନ୍ତି । ସବୁ ତଥ୍ୟକୁ ଆଧାର କରି ସେପେଫମ୍ବରରେ ନୂଆ କୋଭିଡ ଗାଇଡଲାଇନ ଆସିବ ବୋଲି କହିଛନ୍ତି ରାଜ୍ୟ ସ୍ୱାସ୍ଥ୍ୟସେବା ନିର୍ଦ୍ଦେଶକ ବିଜୟ ମହାପାତ୍ର ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
‘ମିଥ୍ୟା ଖବର ଉପରେ ହସ୍ତକ୍ଷେପ କରନ୍ତୁ ବୁଦ୍ଧିଜୀବୀ’

‘ମିଥ୍ୟା ଖବର ଉପରେ ହସ୍ତକ୍ଷେପ କରନ୍ତୁ ବୁଦ୍ଧିଜୀବୀ’

Read More...

 ‘କମନ୍‌ ୟୁଜର୍‌ ପେଟ୍ରୋଲିୟମ ଫାସିଲିଟି’ର ଭୂମିପୂଜନ :  ଶିଳ୍ପାୟନ ଅଭିବୃଦ୍ଧିରେ ଭୂମିକା ନେବ: ଧର୍ମେନ୍ଦ୍ର

‘କମନ୍‌ ୟୁଜର୍‌ ପେଟ୍ରୋଲିୟମ ଫାସିଲିଟି’ର ଭୂମିପୂଜନ : ଶିଳ୍ପାୟନ ଅଭିବୃଦ୍ଧିରେ ଭୂମିକା ନେବ: ଧର୍ମେନ୍ଦ୍ର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page