ତାଲିବାନ ସମର୍ଥନର ଯୋଗ୍ୟ ନୁହେଁ : ହସ୍‌ମତ ଘନୀ

August 22, 2021, ବିଦେଶ, , Anupambharat News Bureau


ତାଲିବାନ ସମର୍ଥନର ଯୋଗ୍ୟ ନୁହେଁ : ହସ୍‌ମତ ଘନୀ
Anupambharat News Bureau
August 22, 2021


ନୂଆଦିଲ୍ଲ,୨୨ା୮:ଆଫ୍‌ଗାନିସ୍ତାନର ରାଜନୈତିକ ସ୍ଥିତି ଦିନକୁ ଦିନ ଅଧିକ ଜଟିଳରୁ ଜଟିଳତର ହେବାରେ ଲାଗିଛି । ଆତଙ୍କବାଦୀ ସଂଗଠନ ତାଲିବାନ ଆମେରିକା ସମର୍ଥିତ ଶାନସର ପତନ ଘଟାଇଥିଲେ ମଧ୍ୟ ନିଜେ ଶାସନ କରିବା ପାଇଁ ଶତପ୍ରତିଶତ ସକ୍ଷମ ହୋଇପାରି ନାହିଁ । ବିଭିନ୍ନ ଆନ୍ତର୍ଜତୀୟ ସ୍ତରୀୟ ସମର୍ଥନର ଅଭାବ, ଆଭ୍ୟନ୍ତରିଣ କନ୍ଦଳ ଯୋଗୁଁ ତାଲିବାନ ସରକାର ଗଠନ କରିବା ଦିଗରେ ଆସ୍ଥା ହାସଲ କରିପାରିନାହିଁ । ଇତିମଧ୍ୟରେ ତାଲିବାନଙ୍କୁ ଗ୍ରହଣ କରନ୍ତୁ, କିନ୍ତୁ ସେମାନଙ୍କୁ ସମର୍ଥନ କରନ୍ତୁ ନାହିଁ ବୋଲି ଆଫ୍‌ଗାନିସ୍ତାନର ଜଣେ ପୂର୍ବତନ ରାଷ୍ଟ୍ରପତିଙ୍କ ଭାଇ ଏଭଳି ମନ୍ତବ୍ୟ ଦେଇଥିବା ଘଟଣା ଆଫ୍‌ଗାନିସ୍ତାନ ଓ ଅନ୍ୟ ରାଷ୍ଟ୍ରମାନଙ୍କରେ ଚର୍ଚ୍ଚାର କେନ୍ଦ୍ରକୁ ଆସିଛି । କେବଳ ଏକ ବଡ଼ଧରଣର ଅରାଜକତା ଓ ଅସ୍ଥିରତାକୁ ଦୂରେଇବା ପାଇଁ ତାଲିବାନକୁ ଗ୍ରହଣ କରାଯାଇପାରିବ । ତେବେ ସେମାନେ ସମ୍ପୂର୍ଣ୍ଣ ବିଶ୍ୱସ୍ଥ ନୁହଁନ୍ତି ବୋଲି ଆଫ୍‌ଗାନିସ୍ତାନର ପୂର୍ବତନ ରାଷ୍ଟ୍ରପତି ଆସ୍‌ରଫ ଘନୀଙ୍କ ଭାଇ ହସ୍‌ମତ ଘନୀ ପ୍ରକାଶ କରିଛନ୍ତି । କେବଳ କ୍ଷମତା ହସ୍ତାନ୍ତର ଓ ପରିବର୍ତ୍ତନର କାର୍ଯ୍ୟଧାରାକୁ ସମ୍ପୂର୍ଣ୍ଣ କରିବା ଉଦ୍ଦେଶ୍ୟରେ ସେ ଆଫ୍‌ଗାନିସ୍ତାନରେ ରହିବା ପାଇଁ ସ୍ଥିର କରିଛନ୍ତି । ତେବେ ସମ୍ପୂର୍ଣ୍ଣ ସମର୍ଥନ ଦେବା ପାଇଁ ନୁହେଁ ବୋଲି ଘନୀ କହିଛନ୍ତି । ବାସ୍ତବରେ ତାଲିବାନ ଶାସନ ଆଫ୍‌ଗାନିସ୍ତାନରେ ପୁଣି ଥରେ ଏକ ବଡ଼ଧରଣର ରାଜନୈତିକ ଅସ୍ଥିରତା ଓ ଆର୍ଥିକ ସମସ୍ୟା ସୃଷ୍ଟି କରିବ ବୋଲି ହସ୍‌ମତ ଘନୀ କହିଛନ୍ତି । ଏହା ମଧ୍ୟ ସେ ନିଜେ କହିଛନ୍ତି ଯେ, ତାଲିବାନକୁ ସମର୍ଥନ କରିବା ଅତ୍ୟନ୍ତ କଷ୍ଟଦାୟକ । ଥରେ ସେମାନେ କ୍ଷମତାକୁ ଆସିଲେ ତାହା ନିହାତି ମନୁଷ୍ୟ ଜାତି ପାଇଁ ଯନ୍ତ୍ରଣାଦାୟକ ହୋଇଯିବ ବୋଲି ଘନୀ କହିଛନ୍ତି । ଆଫ୍‌ଗାନିସ୍ତାନରେ ପ୍ରମୁଖ ବ୍ୟବସାୟୀମାନଙ୍କର ଜଣେ ନେତା ଭାବେ ପରିଚିତ ଏବଂ କୋଚି ଜନସଂପ୍ରଦାୟର ଜଣେ ନେତା ଭାବେ ହସ୍‌ମତ ଘାନୀ ଏହା କହିଛନ୍ତି । ରାଷ୍ଟ୍ରରେ ସ୍ଥିର ସରକାର ଗଠନ ଦିଗରେ ତାଲିବାନମାନଙ୍କ ସାମାଜିକ ବ୍ୟବସ୍ଥା ଏବଂ ସାଂସ୍କୃତିକ କାର୍ଯ୍ୟାବଳୀରେ ଯେଉଁ ବ୍ୟବଧାନ ରହିଛି ଏହା ସ୍ପଷ୍ଟ ହେବା ନିହାତି ଆବଶ୍ୟକ । ଏଥିରେ ଶିକ୍ଷିତ ଗୋଷ୍ଠୀ ସ୍ୱାଧୀନତାର ଅଧିକାର ଭାବେ ନିଜ ନିଜର ମତ ଓ ଆଦର୍ଶ ପ୍ରକାଶ କରିବା ଉଚିତ ।
ଦେଶର ଆର୍ଥିକ ସ୍ଥିତିକୁ ସୁଧାରିବା ପାଇଁ ଆଫ୍‌ଗାନ ବ୍ୟବସାୟୀ ସଂଗଠନକୁ ମଧ୍ୟ ତାଲିବାନ ସମ୍ମାନ ଜଣାଇବା ଉଚିତ ବୋଲି ଘନୀ ଏକ ଗଣମାଧ୍ୟମକୁ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ସର୍ବସାଧାରଣଙ୍କ ଜଗା ଦର୍ଶନ

ଆଜିଠୁ ସର୍ବସାଧାରଣଙ୍କ ଜଗା ଦର୍ଶନ

Read More...

 ତାଲିବାନର ନୂଆ ଫତୱା :  ପୁଅ, ଝିଅ ଏକାଠି   ପଢିପାରିବେ ନାହିଁ

ତାଲିବାନର ନୂଆ ଫତୱା : ପୁଅ, ଝିଅ ଏକାଠି ପଢିପାରିବେ ନାହିଁ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page