ପାକ୍‌ ଆର୍ମି ହେପାଜତରେ ଅଛି କି ତାଲିବାନ ମୁଖ୍ୟ ଅଖୁଣ୍ଡଜାଦା ?

August 20, 2021, ବିଦେଶ, , Anupambharat News Bureau


ପାକ୍‌ ଆର୍ମି ହେପାଜତରେ ଅଛି କି ତାଲିବାନ ମୁଖ୍ୟ ଅଖୁଣ୍ଡଜାଦା ?
Anupambharat News Bureau
August 20, 2021


ନୂଆଦିଲ୍ଲୀ: ଆଫଗାନିସ୍ତାନକୁ ତାଲିବାନ ଦଖଲ କରିବା ପରେ ସରକାର ଗଠନ କରିବାକୁ ପ୍ରକ୍ରିୟା ଆରମ୍ଭ କରିଛି । ହେଲେ ତାଲିବାନ ମୁଖ୍ୟ ହୈବତୁଲ୍ଲା ଅଖୁଣ୍ଡଜାଦା କେଉଁଠି ରହିଛି, ସେକଥା କାହାକୁ ଜଣାନାହିଁ । ତେବେ ବିଭିନ୍ନ ରାଷ୍ଟ୍ରର ଗୁଇନ୍ଦା ବିଭାଗର ଦେଇଥିବା ତଥ୍ୟ ଭାରତ ସରକାରଙ୍କ ପାଖରେ ପହଞ୍ଚିଛି । ଏହାକୁ ବିଶ୍ଲେଷଣ କରି ଅଖୁଣ୍ଡଜାଦାର ସମ୍ଭାବ୍ୟ ଠିକଣା ସମ୍ପର୍କରେ କିଛି ନୂଆ ସୂଚନା ମିଳିଛି । ଜଣେ ବରିଷ୍ଠ ଅଧିକାରୀ ସଙ୍କେତ ଦେଇଛନ୍ତି ଯେ ତାଲିବାନ ମୁଖ୍ୟ ଅଖୁଣ୍ଡଜାଦା ସମ୍ଭବତଃ ପାକିସ୍ତାନ ଆର୍ମିର ହେପାଜତରେ ରହିଛି । ଦୀର୍ଘ ୬ ମାସ ହେଲାଣି ତାଲିବାନର ବରିଷ୍ଠ ନେତା ଓ ଯୋଦ୍ଧାମାନେ ତାକୁ ଆଦୌ ଦେଖିନାହାନ୍ତି । ସେ ଶେଷଥର ପାଇଁ ମେ’ ମାସରେ ଇଦ ଉଲ ଫିତର ବେଳେ ବିବୃତି ଜାରି କରିଥିଲା । ତା’ ପରଠାରୁ ଅଖୁଣ୍ଡଜାଦା ସମ୍ପର୍କରେ କୌଣସି ସୂଚନା ଆସିନାହିଁ । ଯଦି ପାକିସ୍ତାନ ହେପାଜତରେ ଅଖୁଣ୍ଡଜାଦା ରହିଛି, ତା’ହେଲେ ଏବେ ତା’କୁ ଇସଲାମାବାଦ ଛାଡ଼ିବ କି ନାହିଁ, ତା’ ଉପରେ ସମସ୍ତଙ୍କ ନଜର ରହିଛି । ବିଶେଷଜ୍ଞମାନେ କହିଛନ୍ତି, ତାଲିବାନ ଉପରେ ନିଜର ହକୁମାତିକୁ ଅଧିକ ଜାହିର କରିବା ପାଇଁ ପାକିସ୍ତାନ ଅଖୁଣ୍ଡଜାଦାର ବ୍ୟବହାର କରିପାରେ । ତା’କୁ ଛାଡ଼ିବା ପୂର୍ବରୁ ତାଲିବାନ ସହ ପାକିସ୍ତାନ ନିଜର ସ୍ୱାର୍ଥ ପାଇଁ କିଛି ଡିଲ୍‌ କରିବାର ମଧ୍ୟ ସମ୍ଭାବନା ରହିଛି । ପୂର୍ବରୁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ ତାଲିବାନର ପ୍ରଶଂସା କରିସାରିଛନ୍ତି । ତେଣୁ ଅଖୁଣ୍ଡଜାଦାର ରିଲିଜ୍‌ ପାଇଁ ତାଲିବାନକୁ ବେଶୀ କଷ୍ଟ କରିପାରିବୁ ପଡ଼ିବ ନାହିଁ ବୋଲି ସେମାନେ କହିଛନ୍ତି । ଆମେରିବା ଡ୍ରୋନ ଷ୍ଟ୍ରାଇକରେ ତାଲିବାନ ମୁଖ୍ୟ ଅଖତର ମନୁସର ନିହତ ହେବା ପରେ ୨୦୧୬ ମେ’ ମାସରେ ଅଖୁଣ୍ଡଜାଦା ସଂଗଠନର ସୁପ୍ରିମ ଲିଡର ଭାବେ ନିଯୁକ୍ତି ପାଇଥିଲା । ସେ ସାମରିକ କମାଣ୍ଡର ଅପେକ୍ଷା ଜଣେ ଧାର୍ମିକ ନେତା ଭାବେ ବେଶ ତାଲିବାନର ସୁପ୍ରିମ କମାଣ୍ଡର ହେବା ପରେ ତା’କୁ ଆଦୌ ଦେଖିବାକୁ ମିଳିନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ହିଞ୍ଜିଳିରୁ ରୂପାନ୍ତରିତ ସ୍କୁଲ କାର୍ଯ୍ୟକ୍ରମ ଆରମ୍ଭ :  ପିଲାଙ୍କ ସ୍ୱପ୍ନ ସାକାର ହେବ: ମୁଖ୍ୟମନ୍ତ୍ରୀ

ହିଞ୍ଜିଳିରୁ ରୂପାନ୍ତରିତ ସ୍କୁଲ କାର୍ଯ୍ୟକ୍ରମ ଆରମ୍ଭ : ପିଲାଙ୍କ ସ୍ୱପ୍ନ ସାକାର ହେବ: ମୁଖ୍ୟମନ୍ତ୍ରୀ

Read More...

ପୁଞ୍ଜିବଜାରରେ ବିପର୍ଯ୍ୟୟ,:   ସୂଚକାଙ୍କରେ ୩୦୦ ପଏଣ୍ଟ ଖସିଲା

ପୁଞ୍ଜିବଜାରରେ ବିପର୍ଯ୍ୟୟ,: ସୂଚକାଙ୍କରେ ୩୦୦ ପଏଣ୍ଟ ଖସିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page