ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ : ଆଇସିଟି-ଆଇଓସି ଭୁବନେଶ୍ୱର କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ

August 20, 2021, ଓଡ଼ିଶା, , Anupambharat News Bureau


ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ଲୋକାର୍ପିତ :   ଆଇସିଟି-ଆଇଓସି ଭୁବନେଶ୍ୱର  କ୍ୟାମ୍ପସର ଭିତ୍ତିପ୍ରସ୍ତର ସ୍ଥାପନ
Anupambharat News Bureau
August 20, 2021


ଭୁବନେଶ୍ୱର, ୨୦ା୮(ଅନୁପମ ମିଡ଼ିଆ): ଦକ୍ଷତା ବିକାଶ ଅନୁଷ୍ଠାନ (ଏସଡିଆଇ) ଭୁବନେଶ୍ୱରର ସ୍ଥାୟୀ କ୍ୟାମ୍ପସ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ରାଷ୍ଟ୍ର ଉଦ୍ଦେଶ୍ୟରେ ଲୋକାର୍ପିତ ହୋଇଯାଇଛି ।
ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ ଯେ, ‘ଭୁବନେଶ୍ୱରରେ ନୂତନ ସ୍ଥାୟୀ କ୍ୟାମ୍ପସରେ ଏସଡିଆଇ କାର୍ଯ୍ୟ ଆରମ୍ଭ କରୁଥିବାରୁ ମୁଁ ଖୁସି ବ୍ୟକ୍ତ କରୁଛି । ଏହି ଅନୁଷ୍ଠାନ ଓଡ଼ିଶାର ଯୁବପିଢ଼ିଙ୍କୁ ତାଲିମ ଓ ନିଯୁକ୍ତି କ୍ଷେତ୍ରରେ ଉତ୍କର୍ଷ ହାସଲ କରିବ ବୋଲି ମୁଁ ଆଶା କରୁଛି । ଓଡ଼ିଶା ସରକାରଙ୍କ ଦ୍ୱାରା ଯୋଗାଇ ଦିଆଯାଇଥିବା ଜାଗାରେ ଆଇସିଟି-ଆଇଓସିର ନୂଆ କ୍ୟାମ୍ପସର ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ମୁଁ ବେଶ ଆନନ୍ଦିତ । ବିଶ୍ୱସ୍ତରୀୟ ଶିଳ୍ପ ଅଭିବୃଦ୍ଧିକୁ ଗୁରୁତ୍ୱ ଦେଉଥିବା ରାଜ୍ୟ ସରକାର ଦକ୍ଷତା ବିକାଶକୁ ପ୍ରୋତ୍ସାହିତ କରି ଆସିଛି । ଆମର ପିଲାଙ୍କୁ ବିଶ୍ୱସ୍ତରରେ ଚାକିରି କରିବାକୁ ଦକ୍ଷ କରାଇବା ଖୁବ ଶୀଘ୍ର ଏକ ବାସ୍ତବତାରେ ପରିଣତ ହେବ । ଓଡ଼ିଶାରେ ଶିଳ୍ପ ପରିସଂସ୍ଥାକୁ ମୂଲ୍ୟଯୁକ୍ତ କରିବାରେ ଏସଡିଆଇ ଏବଂ ଆଇସିଟି-ଆଇଓସି ସହାୟକ ହେବା ବୋଲି ମୁଁ ଆଶା କରୁଛି ।’
ଦକ୍ଷତା ବିକାଶ ଏବଂ ଭାରତୀୟ ଯୁବପିଢ଼ିଙ୍କୁ ନେଇ ଭାରତ ସରକାରଙ୍କ ଗୁରୁତ୍ୱ ସମ୍ପର୍କରେ ବ୍ୟାଖ୍ୟା କରି କେନ୍ଦ୍ର ଶିକ୍ଷା ଓ ଦକ୍ଷତା ଏବଂ ଉଦ୍ୟୋଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଲେ, ନୂତନ ପିଢ଼ିର ଦକ୍ଷତା ବୃଦ୍ଧି ଏକ ଜାତୀୟ ଆବଶ୍ୟକତା ତଥା ପ୍ରଧାନମନ୍ତ୍ରୀଙ୍କ ‘ଆତ୍ମନିର୍ଭର ଭାରତ’ର ମୂଳ ଭିିତ୍ତି । ଆମେ ଭାରତର ବିଭିନ୍ନ ପ୍ରାନ୍ତରେ ଥିବା ଯୁବ ପିଢ଼ିଙ୍କୁ ସମୃଦ୍ଧ କରାଇବାକୁ ଦକ୍ଷତା, ସ୍ତର ଓ ସୁଯୋଗ ଦରକାର । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ୨୦୧୫ ଜୁଲାଇ ୧୫ ତାରିଖରେ ଆରମ୍ଭ କରାଯାଇଥିବା ‘ସ୍କିଲ ଇଣ୍ଡିଆ ମିସନ’ ବର୍ତ୍ତମାନ ସମୟର ଆବଶ୍ୟକତା ଅନୁଯାୟୀ ପ୍ରତି ବର୍ଷ ଲକ୍ଷ ଲକ୍ଷ ଯୁବକଯୁବତୀଙ୍କୁ ତାଲିମ ଦେବା ସହ ସହାୟକ ହୋଇ ଆସିଛି । ‘ସବକା ବିକାଶ: ସବକା ବିଶ୍ୱାସ, ସବକା ପ୍ରୟାଶ’ ବାସ୍ତବରେ ଦକ୍ଷତା ବିକାଶ ପାଇଁ ପ୍ରତିଷ୍ଠିତ ଏହି ଅନୁଷ୍ଠାନକୁ ଶିଖରରେ ପହଂଚାଇବ ।
ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଉଦାହରଣ ସୃଷ୍ଟି କରିଥିବା ତଥା ନାସାର ‘ହୁ୍ୟମାନ ଏକ୍ସପ୍ଲୋରେସନ ରୋଭର ଚ୍ୟାଲେଞ୍ଜ’ ବିଜ୍ଞାନ ଫୋରମରେ ତୃତୀୟ ସ୍ଥାନ ହାସଲ କରିଥିବା ଅନିଲ ପ୍ରଧାନଙ୍କୁ ସେ ପ୍ରଶଂସା କରିଥିଲେ । ଦକ୍ଷତା ବିକାଶ ଅନୁଷ୍ଠାନର ସ୍ଥାୟୀ କ୍ୟାମ୍ପସ ପାଇଁ ୬୦ ଏକର ଜମି ଯୋଗାଇ ଦେଇଥିବାରୁ ମୁଁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଉଛି । ଭୁବନେଶ୍ୱରରେ ଦକ୍ଷତାବିକାଶ କେନ୍ଦ୍ର ପୂର୍ଣ୍ଣ ରୂପରେ ତଥା ବ୍ୟବସ୍ଥାରେ ପ୍ରସ୍ତୁତ ହୋଇ ଯୁବପିଢ଼ିଙ୍କ ପାଇଁ ଦେଶ ଉଦ୍ଦେଶ୍ୟରେ ସମର୍ପିତ ହୋଇଥିବାରୁ ମୁଁ ଅତ୍ୟନ୍ତ ଆନନ୍ଦିତ ତଥା ସ;ୁଷ୍ଟ । ସେହିଭଳି କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ଏବଂ ଗୃହ ଓ ସହରାଂଚଳ ବ୍ୟାପାର ମନ୍ତ୍ରୀ ହରଦୀପ ସିଂ ପୁରୀ କହିଲେ, ‘ସାମର୍ଥ୍ୟ ବୃଦ୍ଧି ଲାଗି ଆମର ଯୁବପିଢ଼ି ସଦ୍ୟତମ ପ୍ରଯୁକ୍ତିବିଦ୍ୟାର ସୁଯୋଗ ପାଇବା ସହ ସୃଜନଶୀଳତା ପାଇଁ ପରିବେଶ ଉପଲବ୍ଧ କରିବାର ଆବଶ୍ୟକତା ରହିଛି । ଏସଡିଆଇ ଭୁବନେଶ୍ୱର ଯୁବପିଢ଼ିଙ୍କ ପାଇଁ ସଫଳତାର ସହ ଏଭଳି ସୁଯୋଗ ଓ ଭିିତ୍ତିଭୂମି ଯୋଗାଇ ଦେଇଛି, ଅନେକ ବିଦ୍ୟାର୍ଥୀ ଏହି ସୁଯୋଗରୁ ଲାଭବାନ ହୋଇ ସାରିଲେଣି । ଦେଶରେ ଏବେ କାର୍ଯ୍ୟ କରୁଥିବା ମେଗା ଦକ୍ଷତା ବିକାଶ ଅନୁଷ୍ଠାନମାନଙ୍କ ମଧ୍ୟରେ ଏସଡିଆଇ ଶୀର୍ଷ ସ୍ଥାନ ବଜାୟ ରଖିବ ବୋଲି ମୁଁ ଆଶା କରୁଛି ।’
କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ରାଷ୍ଟ୍ର୍ରମନ୍ତ୍ରୀ ରାମେଶ୍ୱର ତେଲି କହିଲେ, ‘ଏହି ଭଳି ଦକ୍ଷତା ବିକାଶ ଅନୁଷ୍ଠାନ ସ୍ଥାପନ କରି ଉଦ୍ୟୋଗ ସ୍ଥାପନ ଏବଂ ଆତ୍ମନିଯୁକ୍ତି ସୁଯୋଗ ଦେବା ତଥା ଚାକରି ସୁଯୋଗ ସୃଷ୍ଟିପାଇଁ ତୈଳ ଓ ବାଷ୍ପ କ୍ଷେତ୍ରର ଉଦ୍ୟମକୁ ମୁଁ ସାଧୁବାଦ ଜଣାଉଛି । ଦକ୍ଷତା ଏବଂ ସୃଜନ କ୍ଷେତ୍ରରେ ସାମଗ୍ରିକ ଭବେ ଏହି ଅନୁଷ୍ଠାନ ଏକ ଉପାସନାସ୍ଥଳୀ ହେବ ବୋଲି ମୁଁ ଆଶା କରୁଛି ।’ଏହି ଅବସରରେ ଇଣ୍ଡିଆନ
ଅଏଲର ଚେୟାରମ୍ୟାନ ଶ୍ରୀକାନ୍ତ ମାଧବ ବୈଦ୍ୟ କହିଲେ, ‘ସ୍କିଲ ଇଣ୍ଡିଆ ମିସନ’ଦେଶର ବିଭିନ୍ନ ପ୍ରାନ୍ତରେ ସମୃଦ୍ଧ ମାନସମ୍ବଳ ପାଇଁ ଲାଭଦାୟକ ହୋଇଛି । ଆଜିର କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ, ଜଟଣୀ ବିଧାୟକ ସୁରେନ୍ଦ୍ର କୁମାର ରାଉତରାୟ ଏବଂ ଏସଡିଆଇର ଚେୟାରମ୍ୟାନ ତଥା ଇଣ୍ଡିଆନ ଅଏଲର ନିର୍ଦ୍ଦେଶକ (ମାନବ ସମ୍ବଳ) ରଞ୍ଜନ କୁମାର ମହାପାତ୍ର ଏହି ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ପୁଞ୍ଜିବଜାରରେ ବିପର୍ଯ୍ୟୟ,:   ସୂଚକାଙ୍କରେ ୩୦୦ ପଏଣ୍ଟ ଖସିଲା

ପୁଞ୍ଜିବଜାରରେ ବିପର୍ଯ୍ୟୟ,: ସୂଚକାଙ୍କରେ ୩୦୦ ପଏଣ୍ଟ ଖସିଲା

Read More...

୧୨ ବର୍ଷରୁ ଉର୍ଦ୍ଧ୍ୱ ଶିଶୁଙ୍କୁ  ଟିକା ପ୍ରସ୍ତାବ ମଞ୍ଜୁରୀ

୧୨ ବର୍ଷରୁ ଉର୍ଦ୍ଧ୍ୱ ଶିଶୁଙ୍କୁ ଟିକା ପ୍ରସ୍ତାବ ମଞ୍ଜୁରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page