ସେପେଫମ୍ବର ପହିଲାରୁ ବିଧାନସଭା ମୌସୁମୀ ଅଧିବେଶନ

August 16, 2021, ଓଡ଼ିଶା, , Anupambharat News Bureau


ସେପେଫମ୍ବର ପହିଲାରୁ  ବିଧାନସଭା ମୌସୁମୀ ଅଧିବେଶନ
Anupambharat News Bureau
August 16, 2021


ଭୁବନେଶ୍ୱର, ୧୬ା୮(ଅନୁପମ ମିଡ଼ିଆ): ଆସନ୍ତା ସେପେଫମ୍ବର ୧ ତାରିଖରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ । ଷୋଡଶ ବିଧାନସଭାର ସପ୍ତମ ଅଧିବେଶନ ନେଇ ସୋମବାର ସଂସଦୀୟ ବ୍ୟାପାର ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ଅଧିବେଶନ ସ୍ୱଳ୍ପକାଳୀନ ରହିବ । ଏହି ଅଧିବେଶନ ସେପେଫମ୍ବର ୧ ତାରିଖରୁ ଆରମ୍ଭ ହୋଇ ୯ ତାରିଖ ପର୍ଯ୍ୟନ୍ତ ଚାଲିବ । ଏଥିରେ ମୋଟ ୮ଟି କାର୍ଯ୍ୟ ଦିବସ ରହିଛି । ସେଥିମଧ୍ୟରେ ୭ଟି ସରକାରୀ ଓ ଗୋଟିଏ ବେସରକାରୀ କାର୍ଯ୍ୟଦିବସ ଅନ୍ତର୍ଭୁକ୍ତ । ସେପଫମ୍ବର୩ତାରିଖକୁ ପ୍ରାଇଭେଟ୍‌ ମେମ୍ବର୍ସ ବିଜିନେସ୍‌ ପାଇଁ ରଖାଯାଇଥିବାବେଳେ ଅନ୍ୟ ସମସ୍ତ ଦିନଗୁଡ଼ିକ ଅଫିସିଆଲ କାର୍ଯ୍ୟଦିବସ ରହିଛି । ୫ତାରିଖ ରବିବାର ଛୁଟି ରହିବ । ବିଧାନସଭା ସଚିବ ଦାଶରଥୀ ଶତପଥୀଙ୍କ ଦ୍ୱାରା ଜାରି ସମନ ଅନୁସାରେ, ସେପଫେମ୍ବର ୧ତାରିଖ ପୂର୍ବାହ୍ନ ୧୧ଟାରେ ବିଧାନସଭା ଅଧିବେଶନ ଆରମ୍ଭ ପାଇଁ ରାଜ୍ୟପାଳ ସମନ ଜାରି କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

ଭାରତୀୟ ହକି ଦଳର ପ୍ରାୟୋଜକ ରହିବ ଓଡ଼ିଶା

Read More...

ସାଢ଼େ ତିନି କୋଟିଙ୍କୁ ମିଳିବ ସ୍ମାର୍ଟ ହେଲଥ୍‌ କାର୍ଡ: ମୁଖ୍ୟମନ୍ତ୍ରୀ

ସାଢ଼େ ତିନି କୋଟିଙ୍କୁ ମିଳିବ ସ୍ମାର୍ଟ ହେଲଥ୍‌ କାର୍ଡ: ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page