ଆଫ୍‌ଗାନିସ୍ତାନକୁ ଫେରିଲା ତାଲିବାନ ଶାସନ

August 16, 2021, ବିଦେଶ, , Anupambharat News Bureau


ଆଫ୍‌ଗାନିସ୍ତାନକୁ ଫେରିଲା ତାଲିବାନ ଶାସନ
Anupambharat News Bureau
August 16, 2021


ନୂଆଦିଲ୍ଲୀ,୧୬ା୮: ଅପ୍ରତ୍ୟାଶିତ ଭାବେ ଆଫଗାନିସ୍ତାନକୁ ତାଲିବାନ ଆତଙ୍କବାଦୀମାନେ ନିଜ ଦଖଲକୁ ନେଇଛନ୍ତି । ଫଳରେ ଦୀର୍ଘ ଦୁଇ ଦଶନ୍ଧୀ ପରେ ପୁଣି ଥରେ ଆଫଗାନିସ୍ତାନକୁ ତାଲିବାନ ଶାସନ ଫେରିଛି । ଅନ୍ୟପକ୍ଷେ ଜୀବନ ବଞ୍ଚାଇବା ଲାଗି ପ୍ରାଣ ବିକଳରେ ବହୁ ଲୋକ ଆଫଗାନସ୍ତାନ ଛାଡ଼ୁଥିବା ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି । ରବିବାର ତାଲିବାନ ଆତଙ୍କବାଦୀ ରାଜଧାନୀ କାବୁଲକୁ ନିଜ ଦଖଲକୁ ନେବା ସହ ରାଷ୍ଟ୍ରପତି ଭବନ ଉପରେ କବଜା କରି ନେଇଥିଲେ । ବନ୍ଧୁକଧାରୀ ତାଲିବାନ ଆତଙ୍କବାଦୀମାନେ ରାଜରାସ୍ତାରେ ଦଳ ଦଳ ହୋଇ ବୁଲିବା ଦେଶବାସୀଙ୍କ ମଧ୍ୟରେ ଭୟ ସଞ୍ଚାର କରିବାରେ ଲାଗିଛି ।
ଇତିମଧ୍ୟରେ ଆଫ୍‌ଗାନିସ୍ଥାନର ରାଷ୍ଟ୍ରପତି ଆସରଫ ଘାନି ଦେଶ ବାହାରକୁ ଚାଲିଯାଇଛନ୍ତି । ଆଫ୍‌ଗାନିସ୍ଥାନ ପୋଲିସ ଏବଂ ଅନ୍ୟ ସରକାରୀ ସେନାବଳ ଓ ପଦାଧିକାରୀ ତାଲିବାନ ଆତଙ୍କବାଦୀଙ୍କ ସମ୍ମୁଖରେ ପରାସ୍ତ ହେବା ପରେ ସ୍ଥିତି ପରିବର୍ତ୍ତନ ଦିଗକୁ ଗତି କରୁଛି । ନଗରୀର ସମସ୍ତ ଚେକ୍‌ ପଏଣ୍ଟ ଗୁଡିକୁ ତାଲିବାନ ଆତଙ୍କବାଦୀମାନେ ସେମାନଙ୍କ ଅକ୍ତିଆରକୁ ନେଇଛନ୍ତି । ଏପରିକି ରାଷ୍ଟ୍ରପତିଙ୍କ ରାଜପ୍ରସାଦରେ ମଧ୍ୟ ସଂଘର୍ଷରତ ତାଲିବାନୀମାନେ ପ୍ରବେଶ କରିଛନ୍ତି । ବିଭିନ୍ନ ସହର ଓ ନଗରୀମାନଙ୍କ ମଧ୍ୟରେ ଉଗ୍ରପନ୍ଥୀମାନେ ବନ୍ଧୁକ ଧରି ଶୋଭାଯାତ୍ରା କରୁଥିବା ଦେଖିବାକୁ ମିଳିଛି । ଏହା ମଧ୍ୟ ତାଲିବାନ ପକ୍ଷରୁ କୁହାଯାଇଛି ଯେ, ଯେଉଁମାନେ ଆମେରିକା ଶାସନ ବ୍ୟବସ୍ଥାକୁ ସମର୍ଥନ କରୁଥିଲେ ସେମାନଙ୍କର କୌଣସି କ୍ଷତି କରାଯିବ ନାହିଁ ଏବଂ ତାଲିବାନ କୌଣସି ପ୍ରତିଶୋଧପରାୟଣ ହୋଇ ହିଂସା ଘଟାଇବ ନାହିଁ । ତେବେ ଦେଶର ରାଜନୈତିକ ସଂକଟମୟ ସ୍ଥିତିରେ ତୁରନ୍ତ ଭାରତୀୟଙ୍କୁ ସ୍ୱଦେଶ ଫେରାଇ ଆଣିବା ପାଇଁ ସମସ୍ତ ପଦକ୍ଷେପ ନିଆଯାଉଛି ବୋଲି ଭାରତ ସରକାର ଆଜି ସ୍ପଷ୍ଟ କରିଛନ୍ତି । ଆଫ୍‌ଗାନିସ୍ଥାନର ପ୍ରତିଟି କାର୍ଯ୍ୟାବଳୀ ଉପରେ ସରକାର ନଜର ରଖିଛନ୍ତି ଏବଂ ଏ କ୍ଷେତ୍ରରେ ଆବଶ୍ୟକୀୟ ଯୋଗାଯୋଗ କରାଯାଉଛି । ଗତ କିଛି ଦିନ ମଧ୍ୟରେ ଆଫ୍‌ଗାନିସ୍ଥାନର ରାଜଧାନୀନଗରୀ କାବୁଲରେ ସ୍ଥିତି ଅତ୍ୟନ୍ତ ଶୋଚନୀୟ ହୋଇପଡିଛି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ଜଣେ ମୁଖପାତ୍ର କହିଛନ୍ତି । ଆଫଗାନିସ୍ଥାନରେ ଅବସ୍ଥାନ କରୁଥିବା ଭାରତୀୟ ନାଗରିକମାନଙ୍କ ସହିତ ଯୋଗାଯୋଗ କରାଯାଉଛି ଏବଂ କେତେକ ଜରୁରୀ ଯୋଗାଯୋଗ ନମ୍ବର ମଧ୍ୟ ପ୍ରସାର କରାଯାଇଛି । କୌଣସି ସ୍ଥିତିରେ ଯେଉଁମାନେ ଭାରତକୁ ଫେରିବାକୁ ଚାହୁଁଛନ୍ତି ସେମାନଙ୍କୁ ତୁରନ୍ତ ଫେରାଇ ଆଣିବା ପାଇଁ ପଦକ୍ଷେପ ନିଆଯାଇଛି ବୋଲି ମୁଖପାତ୍ର ଅରିନ୍ଦମ ବାଗଚୀ ପ୍ରକାଶ କରିଛନ୍ତି । ଆଜି ଠାରୁ କାବୁଲ ବିମାନ ବନ୍ଦରରୁ କମର୍ସିଆଲ୍‌ ବିମାନ ଚଳାଚଳ ବନ୍ଦ ହୋଇପଡିଛି । ତେବେ ପୁନର୍ବାର ବିମାନ ଉଡ଼ାଣ ଆରମ୍ଭ ହେଲେ ଭାରତୀୟମାନେ ନିଶ୍ଚିତ ଫେରିବେ ବୋଲି ସେ କହିଛନ୍ତି । ସୂଚନା ଯେ, ତାଲିବାନ ଆତଙ୍କବାଦୀମାନେ ଆଜି ହଠାତ୍‌ ରାଜଧାନୀନଗରୀ କାବୁଲକୁ ନିଜ ଅକ୍ତିଆରକୁ ନେବା ପରେ ପରେ ଦେଶର ସ୍ଥିତି ଅତ୍ୟନ୍ତ ସଙ୍କଟମୟ ହୋଇପଡିଛି । ରାଜନୈତିକ ସ୍ଥିତି ଏଭଳି ଗମ୍ଭୀରଜନକ ହୋଇଛି ଯେ, କେଉଁ ମୁହୂର୍ତ୍ତରେ କିଭଳି ଘଟଣା ଘଟିବ ତାହା ପୂର୍ବାନୁମାନ କରାଯାଇପାରୁନାହିଁ । ସୂଚନା ଯେ, ଆଫ୍‌ଗାନିସ୍ଥାନରେ ବହୁ ସଂଖ୍ୟକ ହିନ୍ଦୁ ଓ ଶିଖ୍‌ ବସବାସ କରୁଛନ୍ତି, ଯେଉଁମାନେ କି ବର୍ତ୍ତମାନ ସ୍ଥିତିରେ ଭାରତକୁ ଫେରିବା ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । କାବୁଲରୁ ବିମାନ ଉଡ଼ାଣ ଆରମ୍ଭ ହେବାର ତତ୍‌କ୍ଷଣାତ ସେମାନେ ତୁରନ୍ତ ଭାରତକୁ ଫେରିବେ ବୋଲି ଉତ୍ସାହିତ ହୋଇ ରହିଛନ୍ତି ।
ବହୁ ଅଞ୍ଚଳରେ ଆଫ୍‌ଗାନରେ ହିଂସା ଘଟଣାର ଆଶଙ୍କା ଥିବା ଯୋଗୁଁ ଭାରତୀୟ ସମେତ ଅନ୍ୟ ଦେଶର ଲୋକମାନେ ମଧ୍ୟ ଆଫ୍‌ଗାନିସ୍ଥାନରୁ ନିଜ ଦେଶକୁ ଫେରିଯିବା ପାଇଁ ବିମାନ ବନ୍ଦରରେ ଭିଡ଼ ଜମାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ରାସ୍ତାରୁ ହଟିବ ପୁରୁଣା ଗାଡ଼ି

ରାସ୍ତାରୁ ହଟିବ ପୁରୁଣା ଗାଡ଼ି

Read More...

ସାତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ସାତ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page