ନିର୍ମାଣ ହେବ ୮୯ ଇନଡୋର ଷ୍ଟାଡ଼ିୟମ

August 09, 2021, ଓଡ଼ିଶା, , Anupambharat News Bureau


ନିର୍ମାଣ ହେବ ୮୯ ଇନଡୋର ଷ୍ଟାଡ଼ିୟମ
Anupambharat News Bureau
August 09, 2021


ଭୁବନେଶ୍ୱର,୯ା୮(ଅନୁପମ ମିଡ଼ିଆ):ରାଜ୍ୟର ବିଭିନ୍ନ ଜିଲ୍ଲାରେ ୮୯ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ କରାଯିବ । ରାଜ୍ୟ କ୍ୟାବିନେଟ ଏହି ପ୍ରସ୍ତାବକୁ ଅନୁମୋଦନ କରିଥିବା ଜଣାପଡ଼ିଛି । ସୋମବାର ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭର୍ଚୁଆଲ ମୋଡରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୧୬ଟି ପ୍ରସ୍ତାବକୁ ଅନୁମୋଦନ ମିଳିଛି । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର କହିଛନ୍ତି ଯେ, ୮୯ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣକୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁର କରିଛି । ଏହି ଇନଡୋର ଷ୍ଟାଡ଼ିୟମକୁ କ୍ରୀଡ଼ା, ବିପର୍ଯ୍ୟୟ ଆଶ୍ରୟସ୍ଥଳ ଓ ଚିକିତ୍ସାଳୟ ଉପଯୋଗୀ କରାଯିବ । ଏଥିପାଇଁ ୬୯୩.୩୫ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି ଓ ୧୮ମାସ ମଧ୍ୟରେ ଏହା ସମ୍ପୂର୍ଣ୍ଣ କରାଯିବ । ରାଜ୍ୟରେ କ୍ରୀଡ଼ା ବିକାଶ କ୍ଷେତ୍ରରେ ଏହା ଏକ ବଳିଷ୍ଟ ପଦକ୍ଷେପ ହେବ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି ।
ରାଜ୍ୟ କ୍ରୀଡ଼ା ଭିତ୍ତିଭୂମି ବିକାଶ ପ୍ରକଳ୍ପ’ ଅଧୀନରେ ଏହି ୮୯ଟି ବହୁମୁଖୀ ଇନଡୋର ଷ୍ଟାଡ଼ିୟମ ନିର୍ମାଣ କରାଯିବ । ଯେଉଁ ଜିଲ୍ଲାରେ ଏଭଳି ଇନଡୋର ଷ୍ଟାଡ଼ିୟମ ନାହିଁ ସେଠାରେ ଏହା ନିର୍ମାଣ କରାଯିବ । ଏହି ଷ୍ଟାଡ଼ିୟମଗୁଡ଼ିକର କୋଠା ନିର୍ମାଣ ଏଭଳି ହେବ , ଯାହାକି ଘଣ୍ଟାପ୍ରତି ୨୦୦କିମି ବେଗରେ ପବନକୁ ସହ୍ୟ କରିପାରୁଥିବ । ଏହାକୁ ମହାବାତ୍ୟା ଓ ବନ୍ୟା ଆଦି ପ୍ରାକୃତିକ ବିପର୍ଯ୍ୟୟ ସମୟରେ ଆଶ୍ରୟସ୍ଥଳୀ ଭାବେ ବ୍ୟବହାର କରାଯିବ । ମହାମାରୀ ସମୟରେ ଏନଏସି ଅଞ୍ଚଳରେ ଥିବା ଷ୍ଟାଡ଼ିୟମଗୁଡ଼ିକରେ ୫୦ ବେଡ୍‌ ବିଶିଷ୍ଟ ମେଡିକାଲ ଓ ପୌରାଞ୍ଚଳରେ ୧୦୦ଗୋଟି ବେଡ୍‌ ବିଶିଷ୍ଟ ମେଡିକାଲ ଭାବେ ବିକଶିତ କରିବାର ଭିତ୍ତିଭୂମି ମଧ୍ୟ ରହିବ । ଏସବୁ ବ୍ୟତୀତ ତାଲିମ କାର୍ଯ୍ୟକ୍ରମ, ସଭା, ପରୀକ୍ଷା କେନ୍ଦ୍ର ଆଦି କାର୍ଯ୍ୟ ପାଇଁ ମଧ୍ୟ ଏହି ଷ୍ଟାଡ଼ିୟମ ନିର୍ମାଣ ଅତ୍ୟନ୍ତ ଉପଯୋଗୀ ହୋଇପାରିବ ତଥା ଏହା ଦ୍ୱାରା ଓଡ଼ିଶାରେ କ୍ରୀଡ଼ା ବିକାଶର ଧାରା ଅଧିକ ସୁଦୃଢ଼ ହେବ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି ।
ଅନ୍ୟପକ୍ଷେ ଆଜିର ବୈଠକରେ ଅନ୍ୟ ନିଷ୍ପତ୍ତି ପ୍ରକାରେ ଓଏଫଏସ କ୍ୟାଡର ପୁନର୍ଗଠନ ପ୍ରସ୍ତାବକୁ କ୍ୟାବିନେଟ ଅନୁମୋଦନ କରିଛନ୍ତି । ଏହାଦ୍ୱାରା ରାଜ୍ୟର ଆର୍ଥିକ ପ୍ରଶାସନ ଓ ଉତ୍ତରଦାୟିତ୍ୱ ଅଧିକ ସୁଦୃଢ଼ ହେବ । ସେହିପରି ଓଡ଼ିଶା ଅଗ୍ନିଶମ ସେବା ‘ସି) ବର୍ଗ ଅଧିକାରୀଙ୍କ ନିଯୁକ୍ତି ଓ ଚାକିରି ସର୍ତ୍ତାବଳୀ-୨୦୨୧ରେ ସଂଶୋଧନକୁ କ୍ୟାବିନେଟ ମଞ୍ଜୁରୀ ଦେଇଛନ୍ତି । ଉପର ଇନ୍ଦ୍ରାବତୀ ଜଳସେଚନ ପ୍ରକଳ୍ପର ଦକ୍ଷିଣ ପାଶ୍ୱର୍ କେନାଲର ପୁନରୁଦ୍ଧାର ଓ ପୁନଃପ୍ରତିଷ୍ଠା (୦କିମିରୁ ୪୧.୧୦ କିମି ପର୍ଯ୍ୟନ୍ତ) କରାଯିବାକୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି । ଏଥିପାଇଁ ୧୪୮ କୋଟି ୧୨ ଲକ୍ଷ ୬୫ ହଜାର ୮୯୪ ଟଙ୍କା ବ୍ୟୟ ହେବାକୁ ଥିବା ବେଳେ ୨୪ ମାସ ମଧ୍ୟରେ ନିର୍ମାଣ କାର୍ଯ୍ୟ ଶେଷ ହେବ । ଏଥିସହିତ ଓଡିଶା ଅର୍ଥସେବା (ଓଏଫଏସ୍‌)କ୍ୟାଡର୍‌ ପୁନର୍ଗଠନ ପାଇଁ ଆସିଥିବା ପ୍ରସ୍ତାବକୁ ମଧ୍ୟ ଅନୁମୋଦନ ମିଳିିଛି ।
ରାଜ୍ୟର କାରାଗାର ଗୁଡିକରେ କାର୍ଯ୍ୟରତ ଚତୁର୍ଥ ଶ୍ରେଣୀ କର୍ମଚାରୀମାନଙ୍କୁ ଖାଲିଥିବା ତୃତୀୟ ଶ୍ରେଣୀକୁ ପଦୋନ୍ନତି ଦିଆଯିବ । ଓଡିଶା ଘରୋଇ ସୁରକ୍ଷା ଏଜେନ୍ସି ନିୟମାବଳୀ ୨୦୦୯କୁ ସଂଶୋଧନ କରାଯାଇଛି । ଅନ୍ୟ ନିଷ୍ପତ୍ତି ପ୍ରକାରେ ଓଡିଶା ଖାଦ୍ୟ ପରୀକ୍ଷଣ ବିଜ୍ଞାନାଗାରା (ନିଯୁକ୍ତି ପଦ୍ଧତି ଓ ସେବାର ସର୍ତ୍ତାବଳୀ)ନିୟମ ୨୦୨୧ କୁ ରାଜ୍ୟ କ୍ୟାବିନେଟ୍‌ ଅନୁମୋଦନ କରିଛି । ଓଡିଶାଦ୍ରବ୍ୟ ଓ ସେବା କର ଅଧିନିୟମ ୨୦୧୭ ସଂଶୋଧନ ପ୍ରସ୍ତାବ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି । ଏହାଦ୍ୱାରା ନିଜର
ସଦସ୍ୟମାନଙ୍କୁ ନଗଦ ବଦଳରେ ଦ୍ରବ୍ୟ ବା ସେବାର କାରବାର କରୁଥିଲେ ସମ୍ପୃକ୍ତ ବ୍ୟକ୍ତି ବା ଅନୁଷ୍ଠାନ ଉପରେ ଟିକସ ଲାଗୁ ହେବ । ପଞ୍ଜିିକୃତ ବ୍ୟକ୍ତମାନଙ୍କର ଗୋଟିଏ ଆର୍ଥିକ ବର୍ଷ ମଧ୍ୟରେ କାରବାର ଏକ ନିର୍ଦ୍ଦିଷ୍ଟ ସୀମାରୁ ଅଧିକ ହେଲେ ହିସାବ ଅଡିଟ କରାଇ ଦସ୍ତାବିଜ୍‌ ଦାଖଲ କରିବାକୁ ପଡିବ ନାହିଁ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

୨୦ ଜିଲ୍ଲାରେ କାଳବୈଶାଖୀ ସମ୍ଭାବନା

Read More...

ସାନ ଭଉଣୀକୁ ମାରି  ବଡ଼ ଭଉଣୀର ଆତ୍ମହତ୍ୟା

ସାନ ଭଉଣୀକୁ ମାରି ବଡ଼ ଭଉଣୀର ଆତ୍ମହତ୍ୟା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page