ହାଜତ ନିର୍ଯାତନା ଉପରେ ସିଜେଆଇଙ୍କ ଉଦ୍‌ବେଗ

August 08, 2021, ଦେଶ, , Anupambharat News Bureau


ହାଜତ ନିର୍ଯାତନା ଉପରେ ସିଜେଆଇଙ୍କ ଉଦ୍‌ବେଗ
Anupambharat News Bureau
August 08, 2021


ନୂଆଦିଲ୍ଲୀ,୮ା୮: ହାଜତ ନିର୍ଯାତନା ଉପରେ ଉଦ୍‌ବେଗ ପ୍ରକାଶ ପୂର୍ବକ ଥାନାରେ ମାନବାଧିକାର ସବୁଠାରୁ ଅଧିକ କ୍ଷୁର୍ଣ୍ଣ ହେଉଛି ବୋଲି ଏକ କାର୍ଯ୍ୟକ୍ରମରେ ପ୍ରକାଶ କରିଛନ୍ତି ପ୍ରଧାନ ବିଚାରପତି ଏନ୍‌ ଭି ରମଣା । ହାଜତ ନିର୍ଯାତନା ଏବଂ ପୋଲିସର ଅନ୍ୟ ଅତ୍ୟାଚାର ସମାଜରେ ବର୍ତ୍ତମାନ ମଧ୍ୟ ଜାରି ରହିଛି ବୋଲି ରମଣା ପ୍ରକାଶ କରିଛନ୍ତ । ସାମ୍ବିଧାନିକ ଘୋଷଣା ଏବଂ ସୁନିଶ୍ଚିତ ସତ୍ତେ୍ୱ ଥାନାରେ ପ୍ରଭାବପୂର୍ଣ୍ଣ ଆଇନଗତ ପ୍ରତିନିଧିଙ୍କ ଅଭାବ ଯୋଗୁ ଗିରଫ ଏବଂ ଅଟକ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଦିଲ୍ଲୀ ବିଜ୍ଞାନ ଭବନରେ ଜାତୀୟ ଆଇନ ସେବା କର୍ତ୍ତୃପକ୍ଷ ଦ୍ୱାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ସିଜେଆଇ ଉପରୋକ୍ତ ମନ୍ତବ୍ୟ ପ୍ରଦାନ କରିଥିଲେ । ଏପରିକି ସଦ୍ୟ ରିପୋର୍ଟକୁ ଭିତ୍ତି କରି ସିଜେଆଇ କହିଥିଲେ କି କିଛି ବିଶେଷ ଅଧିକାରୀ ଥାନାରେ ଅଭିଯୁକ୍ତଙ୍କ ଥାର୍ଡ ଡିଗ୍ରୀ ଦେବାକୁ ମଧ୍ୟ ପଛଘୁଞ୍ଚା ଦେଉନଥିବା ମଧ୍ୟ ସେ ପ୍ରକାଶ କରିଛନ୍ତି । ତେବେ ସିଜେଆଇ କୌଣସି ନିର୍ଦ୍ଧିଷ୍ଟ ମାମଲା ବିଷୟରେ ପ୍ରକାଶ କରିନଥିଲେ । ଆଇନ ସହାୟତା ଏବଂ ମାଗଣା ଆଇନ ସେବା ଉପଲବ୍ଧ ନେଇ ସାମ୍ବିଧାନିକ ଅଧିକାର ସମ୍ପର୍କରେ ସେଭଳି ପ୍ରସାର ହେଉନଥିବାରୁ ପୋଲିସ ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିବା ସେ କହିଛନ୍ତି । ଉପରୋକ୍ତ ବିଷୟ ନେଇ ଥାନା ଅଥବା ଜେଲ୍‌ ଆଗରେ ହୋଡ଼ିଂ ରହିବା ଆବଶ୍ୟକ ବୋଲି ସେ କହିଛନ୍ତି । ପୋଲିସ ଅଧିକାରୀ ସମ୍ବେଦନଶୀଳ ହେବା ଉପରେ ଏନଏଏଲଏସ୍‌ଏ ସକ୍ରିୟ ଭାବେ ସମଗ୍ର ଦେଶରେ ପଦକ୍ଷେପ ଗ୍ରହଣ କରିବା ଉଚିତ ବୋଲି ସେ କହିଛନ୍ତି । ଏଥିସହିତ ଆଇନ ସେବା ଆପ୍‌ ଆରମ୍ଭ କରିବା ଉପରେ ଜୋର ଦେଇଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୩ ଲକ୍ଷରୁ ଊର୍ଦ୍ଧ୍ୱ ନକଲି ନୋଟ ଜବତ, ଛ’ ଗିରଫ

୧୩ ଲକ୍ଷରୁ ଊର୍ଦ୍ଧ୍ୱ ନକଲି ନୋଟ ଜବତ, ଛ’ ଗିରଫ

Read More...

ଟୋକିଓ ଅଲିମ୍ପିକ୍ସ ଉଦ୍‌ଯାପିତ

ଟୋକିଓ ଅଲିମ୍ପିକ୍ସ ଉଦ୍‌ଯାପିତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page