ବଜ୍ରପାତ ନେଲା ଛ’ ଜୀବନ

August 07, 2021, ଓଡ଼ିଶା, , Anupambharat News Bureau


ବଜ୍ରପାତ ନେଲା ଛ’ ଜୀବନ
Anupambharat News Bureau
August 07, 2021


ବାଲେଶ୍ୱର/ଜଳେଶ୍ୱର/ଯୋଡ଼ା, ୭ା୮(ଅନୁପମ ମିଡ଼ିଆ): ଶନିବାର ଅପରାହ୍ନରେ ପ୍ରବଳ ବର୍ଷା ସହ ବଜ୍ରାପତ ଘଟିବାରୁ ପୃଥକ ସ୍ଥାନରେ ତିନି ନାବଳକ ସମେତ ଛ’ ଜଣଙ୍କ ମୃତୁ୍ୟ ଘଟିଛି । ଏଥିସହିତ ଘଟଣାରେ ସାତ ଜଣ ଆହତ ହୋଇଛନ୍ତି । ମିଳିଥିବା ସୂଚନାନୁଯାୟୀ ବାଲେଶ୍ୱର ଜିଲ୍ଲାର ବସ୍ତା ବ୍ଲକ ଅନ୍ତର୍ଗତ ତଳତା ପଣ୍ଡା ଓ ଶାସନ ଗ୍ରାମରେ କିଛି ମହିଳା ମିଶି ବିଲରେ ତଳି ପକା କାର୍ଯ୍ୟ କରୁଥିବା ସମୟରେ ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ଫଳରେ ଦୁଇ ଜଣଙ୍କ ମୃତୁ୍ୟ ହୋଇଥିଲା ବେଳେ ତିନି ଜଣ ଗୁରୁତର ହୋଇ ବସ୍ତା ଡ଼ାକ୍ତରଖାନାରେ ଚିକିସିାଧିନ ଅଛନ୍ତି । ମୃତ ମହିଳାମାନେ ହେଲେ ବସ୍ତା ଥାନା ଅନ୍ତର୍ଗତ ମଥାନି ଗ୍ରାମର ପାନ ମାଝି (୪୫) ଓ ମୟୂରଭଞ୍ଜ ଜିଲ୍ଲା ମରଡ଼ା ଥାନା ଅନ୍ତର୍ଗତ ବ୍ରାହ୍ମଣମାରା ଗ୍ରାମର ଛବି କାଳନ୍ଦି (୩୨) ବୋଲି ଜଣା ପଡ଼ିଛି । ଅନ୍ୟପକ୍ଷେ ଜଳେଶ୍ୱର ଥାନା ରାଜପୁର ପଞ୍ଚାୟତର ବାଘାବାଳୀ ଗ୍ରାମରେ ବିଲରେ କାର୍ଯ୍ୟ ସାରି ଘରକୁ ଫେରୁଥିବା ସମୟରେ ରାସ୍ତାରେ ମେଘ ସହିତ ବଜ୍ରାଘାତ ହୋଇଥିଲା ଫଳରେ ବରଡିହା ପଞ୍ଚାୟତର କୁସୁମସାହି ଗ୍ରାମର ବାଦଲ ସିଂଙ୍କ ସ୍ତ୍ରୀ ପୁର୍ଣ୍ଣିମା ସିଂ(୩୫)ଙ୍କର ଘଟଣା ସ୍ଥଳରେ ମୃତୁ୍ୟ ଘଟିଥିଲା । ଏଥିରେ ଆଉ ଜଣେ ମହିଳା ସାବିତ୍ରୀ ମହନ୍ତ (୩୮) ଗୁରୁତର ହୋଇଥିଲେ । ସ୍ଥାନୀୟ ଲୋକମାନେ ଗୁରୁତରଙ୍କୁ ଜଳେଶ୍ୱର ଜିକେଭଟ୍ଟର ହସ୍ପିିଟାଲକୁ ନେଇଯାଇଥିଲେ । ସେହିପରି ଗୋବରଘାଟା ପଞ୍ଚାୟତର କୃଷ୍ଣନଗର ଗ୍ରାମର ଦୁଇଜଣ ନାବାଳକ ଗୋରୁ ଚରାଇବାକୁ ଯାଇଥିବା ବେଳେ ହଠାତ୍‌ ବର୍ଷା ଆସବାରୁ ନିକଟରେ ଥିବା ଏକ ଇଟା ଭାଟିର ଚାଳିଆରେ ଆଶ୍ରୟ ନେଇଥିଲେ । ସେହି ଚାଳିଆ ପାଖରେ ବଜ୍ରାଘାତ ହେବାରୁ ପିଲା ଦୁଇଜଣ ଗୁରୁତର ହୋଇଯାଇଥିଲେ । ସେମାନଙ୍କୁ ନିକଟସ୍ଥ ଭଟ୍ଟର ହସ୍ପିଟାଲକୁ ନେଇଯାଇଥିଲେ ।
ପରେ ସେମାନଙ୍କର ମୃତ୍ୟୁ ହୋଇଯାଇଥିଲା । ମୃତ ନାବାଳକ ୨ଜଣ କୃଷ୍ଣନଗର ଗ୍ରାମର ମଙ୍ଗଳ ମାରାଣ୍ଡିଙ୍କ ପୁଅ ପବନ ମାରାଣ୍ଡି (୧୨) ଓ ମଙ୍ଗଳ ଟୁଡୁଙ୍କ ପୁଅ ରାଜେନ୍ଦ୍ର ଟୁଡୁ (୧୪) । କେନ୍ଦୁଝର ଜିଲା ଯୋଡ଼ା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ମୂର୍ଗାଠାରେ ଶୁକ୍ରବାର ବଜ୍ରାଘାତରେ ଜଣେ ନାବାଳକର ମୃତୁ୍ୟ ଘଟିଛି । ସନ୍ଧ୍ୟା ୫.୩୦ମିରେ ଶ୍ରୀଧର ହେମ୍ବ୍ରମ (୧୨)ଘର ବାହାରେ ବସିଥିବାବେଳେ ଆକସ୍ମିକ ବଜ୍ରପାତ ହେବାରୁ ତାଙ୍କର ମୃତ୍ୟୁ ଘଟିଥିଲା । ପୋଲିସ ମୃତ ଦେହକୁ ବଡ଼ବିଲ ଡ଼ାକ୍ତରଖାନାକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୬ରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା

୧୬ରୁ ଯୁକ୍ତ ଦୁଇ ନାମଲେଖା ପ୍ରକ୍ରିୟା

Read More...

 ଚୋପ୍ରା ଦେଶ ପାଇଁ ଗର୍ବ: ନବୀନ

ଚୋପ୍ରା ଦେଶ ପାଇଁ ଗର୍ବ: ନବୀନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page