ଶକ୍ତି ବିଭାଗର ନ’ଟି ଅନଲାଇନ୍‌ ସେବା ଶୁଭାରମ୍ଭ

August 06, 2021, ଓଡ଼ିଶା, , Anupambharat News Bureau


ଶକ୍ତି ବିଭାଗର ନ’ଟି  ଅନଲାଇନ୍‌ ସେବା ଶୁଭାରମ୍ଭ
Anupambharat News Bureau
August 06, 2021


ଭୁବନେଶ୍ୱର, ୬ା୮(ଅନୁପମ ମିଡିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଶକ୍ତି ବିଭାଗର ନଅଟି ଅନଲାଇନ ସେବାର ଶୁଭାରମ୍ଭ କରିଛନ୍ତି । ଏହି ଅନଲାଇନ୍‌ ସେବାଗୁଡିକ ଏକକ ପ୍ଲାଟଫର୍ମ ସହିତ ସଂଯୁକ୍ତ କରାଯାଇଛି । ଉପଭୋକ୍ତାମାନେ ପ୍ରଦତ୍ତ ୱବସାଇଟରେ ଏହାର ସୁବିଧା ନେଇପାରିବେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଲୋକମାନଙ୍କୁ ମୁକ୍ତ ସେବା ଯୋଗାଇବା ତାଙ୍କ ସରକାରଙ୍କ ସର୍ବଦା ପ୍ରାଥମିକତା ଅଟେ । ଜୀବନର ପ୍ରତ୍ୟେକ କ୍ଷେତ୍ରରେ ଏଭଳି ପରିବର୍ତ୍ତନ ଆଣିବାକୁ ଆମେ ପ୍ରତିବଦ୍ଧ ବୋଲି ସେ କହିଛନ୍ତି । ସେ କହିଛନ୍ତି ଯେ, ଏହି ଅନଲାଇନ୍‌ ସେବା ଆମ ରାଜ୍ୟର କୁଶଳୀ ବୈଦୁ୍ୟତିକ କର୍ମଜୀବୀ ବ୍ୟତୀତ ଶିଳ୍ପ, ବାଣିଜି୍ୟକ ପ୍ରତିଷ୍ଠାନ ପାଇଁ ଲାଭଦାୟକ ହେବ । ଡିଜିଟାଲ ବ୍ୟବସ୍ଥାକୁ ଅଧିକ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ବିଭାଗରେ ଏଭଳି େୱବ୍‌ସାଇଟମାନ ପୂର୍ବରୁ ଖୋଲା ଯାଇଛି । ସରକାରୀ ବ୍ୟବସ୍ଥାକୁ ଅଧିକ ଲୋକାଭିମୁଖୀ କରାଇବା ଦିଗରେ ଏଭଳି େୱବ୍‌ସାଇଟ୍‌ ଅତ୍ୟନ୍ତ ସହାୟକ ହେବ ବୋଲି କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ଧ୍ୟାନଚାନ୍ଦଙ୍କ ନାମରେ ଖେଳରତ୍ନ ପୁରସ୍କାର

ଧ୍ୟାନଚାନ୍ଦଙ୍କ ନାମରେ ଖେଳରତ୍ନ ପୁରସ୍କାର

Read More...

ପଛକୁ ହଟିଲେ ଭାରତ-ଚୀନ୍‌ ସେନା

ପଛକୁ ହଟିଲେ ଭାରତ-ଚୀନ୍‌ ସେନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page