ଲଭଲିନା ବ୍ରୋଞ୍ଜରେ ସନ୍ତୁଷ୍ଟ

August 05, 2021, କ୍ରୀଡ଼ା, , Anupambharat News Bureau


ଲଭଲିନା  ବ୍ରୋଞ୍ଜରେ ସନ୍ତୁଷ୍ଟ
Anupambharat News Bureau
August 05, 2021


ଟୋକିଓ,୪ା୮: ଭାରତର ଲଭଲିନା ବୋରଗୋହାଇଁ ଟୋକିଓ ଅଲିମ୍ପିକକ୍ସ(୬୪-୬୯ ବର୍ଗ)ରେ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି । ୨୩ ବର୍ଷୀୟା ଆସାମର ଏହି ଉଦୀୟମାନ ବକ୍ସର ବୁଧବାର ଅନୁଷ୍ଠିତ ସେମିଫାଇନାଲ ବାଉଟ୍‌ରେ ତୁର୍କୀ ପ୍ରତିଯୋଗୀ ସୁରମେନେଲିଙ୍କଠାରୁ ପରାଜିତ ହୋଇଛନ୍ତି । ଅଲିମ୍ପିକ୍ସରେ ତୃତୀୟ ବକ୍ସର ଭାବେ ଲଭଲିନା ପଦକ ହାସଲ କରିଛନ୍ତି । ପୂର୍ବରୁ ବିଜେନ୍ଦ୍ର ସିଂ ଏବଂ ମେରି କମ୍‌ ଏହି ଗୌରବ ହାସଲ କରିଥିଲେ । ଆଜିର ମ୍ୟାଚରେ ଉଭୟ ବକ୍ସର ସତର୍କତାର ସହ ଖେଳିବା ଆରମ୍ଭ କରିଥିଲେ । ତେବେ ଏହି କାଟୋଗେରୀରେ ବିଶ୍ୱ ଚାମ୍ପିଆନ୍‌ ଥିବା ସୁରମେନେଲି ପ୍ରାରମ୍ଭ ରାଉଣ୍ଡରେ ୫-୦ରେ ଅଗ୍ରଣୀରେ ପ୍ରତ୍ୟାବର୍ତ୍ତନ ପାଇଁ ବହୁ ଉଦ୍ୟମ କରିଥିଲେ ସୁଦ୍ଧା ବିଫଳ ହୋଇଥିଲେ । ଦ୍ୱିତୀୟ ସହ ତୃତୀୟ ରାଉଣ୍ଡକୁ ନିଜ ପକ୍ଷରେ କରି ନେବା ପରେ ସର୍ବସମ୍ମତି ନିଷ୍ପତ୍ତି କ୍ରମେ ସୁରମେନେଲିଙ୍କୁ ବିଜେତା ଘୋଷଣା କରାଯାଇଥିଲା । ଚୀନ ଖେଳାଳି ଗୁ ହଙ୍ଗଙ୍କ ସହ ସୁରମେନେଲି ଫାଇନାଲ ମ୍ୟାଚରେ ମୁହାଁମୁହିଁ ହେବେ । ଏଆଇବିଏ ୱାଲï ଚାମ୍ପିଆନ୍‌ସିପ୍‌ର ଦୁଇ ଦୁଇ ଥର ପଦକ ଜିତିଥିବା ଲଭଲିନା ପ୍ରଥମ ରାଉଣ୍ଡରେ ବାଇ ପାଇବା ପରେ ପରବର୍ତ୍ତୀ ପର୍ଯ୍ୟାୟରେ ଜର୍ମାନୀ ବକ୍ସରଙ୍କ ପରାଜିତ କରି କ୍ୱର୍ାର୍ଟର ଫାଇନାଲରେ ଚୀନର ତାଇପାଇଙ୍କୁ ପରାଜିତ କରି ଦ୍ୱିତୀୟ ମହିଳା ବକ୍ସର ଭାବେ ପଦକ ହାସଲ ଆଶା ସୃଷ୍ଟି କରିଥିଲେ । ୨୦୧୨ ଲଣ୍ଡନ ଅଲିମ୍ପିକ୍ସରୁ ମେରି କମ୍‌ ବ୍ରୋଞ୍ଜ ପଦକ ହାସଲ କରିଥିଲେ । ତେବେ ଲଭଲିନାଙ୍କ ପରାଜିତ ପରେ ଟୋକିଓରେ ଭାରତର ବକ୍ସିଂ ଅଭିଯାନ ଶେଷ ହୋଇଛି । ବକ୍ସିଂରେ ବ୍ରୋଞ୍ଜ ପଦକ ଜିତିଥିବା ଲଭଲିନା ବୋରଗୋହାଇଁଙ୍କୁ ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି ତାଙ୍କ ଦୃଢତା ଓ ସଙ୍କଳ୍ପ ପ୍ରଶଂସନୀୟ । ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି ବଢିଆ ଲଢେଇ ଲଭଲିନା
ବୋରଗୋହାଇଁ! ବକ୍ସିଂ ରିଙ୍ଗରେ ତାଙ୍କ ସଫଳତା ଅନେକ ଭାରତୀୟଙ୍କୁ ପ୍ରେରଣା ଯୋଗାଇବ । ତାଙ୍କ ଦୃଢତା ଓ ସଙ୍କଳ୍ପ ପ୍ରଶଂସନୀୟ । କାଂସ୍ୟ ପଦକ ଜିତିଥିବାରୁ ତାଙ୍କୁ ଶୁଭେଚ୍ଛା ଜଣାଉଛି । ତାଙ୍କ ଉଜ୍ଜଳ ଭବିଷ୍ୟତ କାମନା କରୁଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନିୟମ ନମାନିଲେ ପୁଣି ଲକ୍‌ଡାଉନ: ମୁଖ୍ୟମନ୍ତ୍ରୀ, ସମସ୍ତଙ୍କ ସହଯୋଗ କାମନା କଲେ

ନିୟମ ନମାନିଲେ ପୁଣି ଲକ୍‌ଡାଉନ: ମୁଖ୍ୟମନ୍ତ୍ରୀ, ସମସ୍ତଙ୍କ ସହଯୋଗ କାମନା କଲେ

Read More...

ପାରିବାରିକ ଅଶାନ୍ତିରୁ ବିଭତ୍ସକାଣ୍ଡ :  ସ୍ତ୍ରୀକୁ ଜୀଅନ୍ତା ଜାଳିଲା

ପାରିବାରିକ ଅଶାନ୍ତିରୁ ବିଭତ୍ସକାଣ୍ଡ : ସ୍ତ୍ରୀକୁ ଜୀଅନ୍ତା ଜାଳିଲା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page