ମହାରାଷ୍ଟ୍ରରେ ପ୍ରଳୟଙ୍କାରୀ ବନ୍ୟା: ମୃତୁ୍ୟ ସଂଖ୍ୟା ୧୩୮କୁ ବୃଦ୍ଧି

July 24, 2021, ଦେଶ, , Anupambharat News Bureau


ମହାରାଷ୍ଟ୍ରରେ ପ୍ରଳୟଙ୍କାରୀ ବନ୍ୟା:  ମୃତୁ୍ୟ ସଂଖ୍ୟା ୧୩୮କୁ ବୃଦ୍ଧି
Anupambharat News Bureau
July 24, 2021


ମୁମ୍ବାଇ: ମହାରାଷ୍ଟ୍ରରେ ଗତ କିଛି ଦିନ ଧରି ପ୍ରବଳ ବର୍ଷା ଏବଂ ବିଭିନ୍ନ ସ୍ଥାନରେ ଭୂÕଳନ ଜନିତ ମାଟି ଅତଡ଼ା ଖସିବା ଯୋଗୁଁ ଅତିକମ୍‌ରେ ୧୩୮ ଲୋକଙ୍କ ମୃତୁ୍ୟ ଘଟିଛି । ଜଳବନ୍ଦୀ ମଧ୍ୟରେ ରହିଥିବା ଲକ୍ଷାଧିକ ଲୋକଙ୍କ ମଧ୍ୟରୁ ଆଜି ସନ୍ଧ୍ୟା ସୁଦ୍ଧା ୯୦ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଗତକାଲି ଯଦିଓ କେବଳ ରାଇଗଡ଼ ଜିଲ୍ଲାରେ ୩୬ ଜଣ ବ୍ୟକ୍ତି ମୃତୁ୍ୟବରଣ କରିଥିଲେ ଆଜି ଉକ୍ତ ମୃତୁ୍ୟ ସଂଖ୍ୟା ସମଗ୍ର ମହାରାଷ୍ଟ୍ରରେ ୧୩୮କୁ ବୃଦ୍ଧି ପାଇଛି । ବିଭିନ୍ନ ସ୍ଥାନରେ ଉଦ୍ଧାର କାର୍ଯ୍ୟ ବର୍ତ୍ତମାନ ପର୍ଯ୍ୟନ୍ତ ଜାରି ରହିଛି । ମହାରାଷ୍ଟ୍ରର ରିଲିଫ୍‌ ଏବଂ ରିହାବିଲିଟେସନ୍‌ ମନ୍ତ୍ରୀ ବିଜୟ ବାଡତିଆ କହିଛନ୍ତି ଯେ, ବର୍ତ୍ତମାନ ପର୍ଯ୍ୟନ୍ତ ୫୯ ଲୋକ ନିଖୋଜ ମଧ୍ୟ ଅଛନ୍ତି । ବର୍ଷା ଯୋଗୁଁ ସର୍ବାଧିକ କ୍ଷୟକ୍ଷତି ରାଏଗଡ ଜିଲ୍ଲାର ତାଲିୟେ ଗ୍ରାମରେ ଦେଖିବାକୁ ମିଳିଛି । ଏହି ଗାଁର ମୋଟ ଜନସଂଖ୍ୟା ୧୨୦ ଥିବାବେଳେ ସେଥିମଧ୍ୟରୁ ୪୯ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୪୭ ଜଣ ନିଖୋଜ ଅଛନ୍ତି । ସେହିପରି ୧୨ ଜଣ ଆହତ ହୋଇଥିବା ସୂଚନା ମିଳିଛି । ଗୁରୁବାର ସନ୍ଧ୍ୟାରେ ରାୟଗଡର ତାଲିୟେରେ ବର୍ଷା ଯୋଗୁଁ ଭୂÕଳନ ହୋଇଥିଲା । ଗାଁର ଲୋକମାନେ କହିଛନ୍ତି ଯେ ସରକାର ଏବଂ ପ୍ରଶାସନ ଦ୍ୱାରା ବିପର୍ଯ୍ୟୟ ବିଷୟରେ ଆମକୁ କୌଣସି ପ୍ରକାରେ ସଚେତନ କରାଯାଇନଥିଲା । ଗ୍ରାମବାସୀ କହିଛନ୍ତି ଯେ ଦୁର୍ଘଟଣା ସମୟରେ ଗାଁରେ ୧୨୦ ଜଣ ଲୋକ ଥିଲେ, କି;ୁ ବର୍ତ୍ତମାନ ବନ୍ୟା ଯୋଗୁଁ ସବୁକିଛି ନଷ୍ଟ ହୋଇଯାଇଛି । ପ୍ରବଳ ବର୍ଷା ଯୋଗୁଁ ପ୍ରଶାସନ ତରଫରୁ ତାଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିଲା ତେବେ ବର୍ଷା ଛାଡ଼ିଯିବା ପରେ ସେମାନେ ଗାଁକୁ ଚାଲିଆସିଥିଲେ ଆଉ ଏହି ସମୟରେ ବିରାଟ ପଥର ଧସିଆସିଥିଲା । ତେବେ ବର୍ଷା ପରେ ପ୍ରଶାସନ ପକ୍ଷରୁ କୌଣସି ପ୍ରକାରର ଚେତାବନୀ
ଦିଆଯାଇନଥିଲା । ରାଏଗଡର ତାଲିୟେ ଗ୍ରାମ ପରି ରତ୍ନାଗିରିର ସତ୍ତାରରେ ବନ୍ୟା ଯୋଗୁଁ ଅନେକ ଲୋକଙ୍କର ମୃତୁ୍ୟ ଘଟିଛି । ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିବା ପରିବାରକୁ ୫ ଲକ୍ଷ ଟଙ୍କା ସହାୟତା ଘୋଷଣା କରିଛନ୍ତି । ଏହା ସହିତ କେନ୍ଦ୍ର ସରକାର ମୃତକଙ୍କ ସମ୍ପର୍କୀୟଙ୍କୁ ଦୁଇ ଲକ୍ଷ ଟଙ୍କା ଏବଂ ଆହତମାନଙ୍କୁ ୫୦ ହଜାର ଟଙ୍କା ଦେବାକୁ ଘୋଷଣା କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ଖୋଲିବ ସ୍କୁଲ

ଆଜିଠୁ ଖୋଲିବ ସ୍କୁଲ

Read More...

 ଭାରୋତ୍ତୋଳନରେ ଭାରତକୁ ପ୍ରଥମ ପଦକ :  ଚାନୁ ଜିଣିଲେ ରୌପ୍ୟ

ଭାରୋତ୍ତୋଳନରେ ଭାରତକୁ ପ୍ରଥମ ପଦକ : ଚାନୁ ଜିଣିଲେ ରୌପ୍ୟ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page