ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବା କାଳ ହେଲା: ଶ୍ୱାସରୁଦ୍ଧରୁ ତିନି ମୃତ

July 22, 2021, ଓଡ଼ିଶା, , Anupambharat News Bureau


 ପାଇଖାନା ଟାଙ୍କି ସେଣ୍ଟ୍ରିଂ ଖୋଲିବା କାଳ ହେଲା:  ଶ୍ୱାସରୁଦ୍ଧରୁ ତିନି ମୃତ
Anupambharat News Bureau
July 22, 2021


ଗୋପାଳପୁର, ୨୨ା୭ (ଅନୁପମ ମିଡ଼ିଆ): ଗୋପାଳପୁର ଥାନା ଅନ୍ତର୍ଗତ ବିକ୍ରମ୍‌ପୁର ଗ୍ରାମର ପମ୍ପ ହାଉସ ସାହିରେ ଗୁରୁବାର ଅଭାବନୀୟ ଘଟଣା କ୍ରମେ ପାଇଖାନା ଟାଙ୍କ ସେଣ୍ଟ୍ରିଂ ଖୋଲିବାକୁ ଯାଇ ଶ୍ୱାସରୁଦ୍ଧରୁ ତିନି ଜଣଙ୍କ ମୃତୁ୍ୟ ଘଟଣା ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି କରିଛି । ମୃତକଙ୍କ ମଧ୍ୟରେ ଏମ୍‌.ସଦାନନ୍ଦ ରେzୀ (୫୦), ପି . କ୍ରିଷ୍ଣା ରେzୀ( ୫୦)ଓ ପି.ତାନେୟା (୪୫ ) ।
ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୫ ସମୟରେ ପମ୍ପ ହାଉସ ସାହିର ଟି. ସିଧେଶୁଙ୍କ ନବ ନିର୍ମିତ ପାଇଖାନା ଟାଙ୍କିର ସେଣ୍ଟ୍ରିଂ ଖୋଲିବା ପାଇଁ ପ୍ରଥମେ ମିସ୍ତ୍ରୀ ଏମ୍‌. ସଦାନନ୍ଦ ଭିତରକୁ ଯାଇଥିଲେ । ତେବେ ସେ ଫେରିବାର ଡେରି ହେବାରୁ ପି.କ୍ରିଷ୍ଣା ଭିତରକୁ ଯାଇଥିଲେ । ତେବେ ଟାଙ୍କି ଭିତରୁ ସେମାନଙ୍କ ପାଟି ନଶୁଭିବାରୁ କିଛି ଅଘଟଣ ଆଶଙ୍କା କରି ପି. ତାନେୟା ଟାଙ୍କି ଭିତରକୁ ଯାଇଥିଲେ । ତେବେ ସମସ୍ତ ତିନି ଜଣ ଭିତରେ ରହିବା ପରେ ସ୍ଥାନୀୟ ଲୋକେ ସେଠାରେ ପହଞ୍ଚି ସେମାନଙ୍କୁ ଡାକିଥିଲେ । ତେବେ ଟାଙ୍କି ମଧ୍ୟରୁ କାହାର ପାଟି ଶୁଭିନଥିଲା । ଏହାପରେ ଲୋକେ ସେମାନଙ୍କୁ ଟାଙ୍କି ମଧ୍ୟରୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ବଡ଼ ମେଡିକାଲ୍‌ ପଠାଇଥିଲେ । ତେବେ ସେଠାରେ ଡାକ୍ତର ସମସ୍ତଙ୍କ ତିନି ଜଣଙ୍କୁ ମୃତ୍ୟୁ ଘୋଷଣା କରିଥିଲେ । ଗୋପାଳପୁର ପୋଲିସ୍‌ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ଫେରିଛି । ଲେଖା ପୂର୍ବରୁ ଥାନାରେ ଅଭିଯୋଗ ହୋଇନଥିବା ଥାନା ଅଧିକାରୀ ମାଧବାନନ୍ଦ ନାୟକ କହିଛନ୍ତି । ଆସନ୍ତାକାଲି ଶବ ବ୍ୟବଚ୍ଛେଦ କରାଯିବ ବୋଲି ପୋଲିସ୍‌ କହିଛି । ସମାଜ ସେବୀ ଏସ.ଧର୍ମରାଜ ରେzୀ,କେ. ସିମାଦ୍ରିି, କେ.ହରିଶ୍ଚନ୍ଦ୍ର, ଜେ. ଭିମେୟା ପାତ୍ର, ଏମ୍‌. ଦୀନବନ୍ଧୁ, ପି. ନଗେଶୁ ପ୍ରମୁଖ ଟାଙ୍କି ମଧ୍ୟରୁ ତିନି ଜଣଙ୍କୁ ଉଦ୍ଧାର କରି ମେଡ଼ିକାଲ ପଠାଇବାର ସମସ୍ତ ବ୍ୟବସ୍ଥା କରିଥିଲେ । ତେବେ ଏହି ଘଟଣା ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଜିଠୁ ଟୋକିଓ ଅଲିମ୍ପିକ୍ସ

ଆଜିଠୁ ଟୋକିଓ ଅଲିମ୍ପିକ୍ସ

Read More...

ଅଧରପଣା ନୀତି ସମ୍ପନ୍ନ :  ଆଜି ନିଳାଦ୍ରୀ ବିଜେ

ଅଧରପଣା ନୀତି ସମ୍ପନ୍ନ : ଆଜି ନିଳାଦ୍ରୀ ବିଜେ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page