ଟାଟାର ଚାହା ପ୍ୟାକେଜିଂ ୟୁନିଟ୍‌ ଉଦ୍‌ଘାଟିତ: ୯୦୦ରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ : ମୁଖ୍ୟମନ୍ତ୍ରୀ

July 22, 2021, ଓଡ଼ିଶା, , Anupambharat News Bureau


ଟାଟାର ଚାହା ପ୍ୟାକେଜିଂ ୟୁନିଟ୍‌ ଉଦ୍‌ଘାଟିତ:   ୯୦୦ରୁ ଊର୍ଦ୍ଧ୍ୱ ନିଯୁକ୍ତି ସୁଯୋଗ : ମୁଖ୍ୟମନ୍ତ୍ରୀ
Anupambharat News Bureau
July 22, 2021


ଭୁବନେଶ୍ୱର, ୨୨ା୭(ଅନୁପମ ମିଡ଼ିଆ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଗୋପାଳପୁର ଇଣ୍ଡଷ୍ଟି୍ରଆଲ୍‌ ପାର୍କଠାରେ ଟାଟା କଞ୍ଜୁମର ପ୍ରଡକସ ଲିମିଟେଡ୍‌ର ଏକ ଚାହା ପ୍ୟାକେଜିଂ ୟୁନିଟ୍‌ ଉଦ୍‌ଘାଟନ କରିଛନ୍ତି । ଏହି ୟୁନିଟ୍‌ ୧୮ ମାସ ମଧ୍ୟରେ ୧୦୦ କୋଟି ବ୍ୟୟରେ କାର୍ଯ୍ୟାରମ୍ଭ କରିଛି । ଏହା ଗଞ୍ଜାମ ଜିଲ୍ଲାର ୯୦୦ରୁ ଅଧିକ ବ୍ୟକ୍ତିଙ୍କୁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ । ଏହି ୟୁନିଟ୍‌ ଦେଶର ସର୍ବବୃହତ ଚାହା ପ୍ୟାକେଜିଂ ୟୁନିଟ୍‌ ଭାବରେ ଉନ୍ନୀତ ହେବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକଟ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ଓଡ଼ିଶାରେ ଟାଟା ଗ୍ରୁପ୍‌ର ଭୂମିକାକୁ ପ୍ରଶଂସା କରିଛନ୍ତି ଓ କହିଛନ୍ତି ଯେ, ଏହା ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିରେ ପ୍ରମୁଖ ଭୂମିକା ଗ୍ରହଣ କରିଛି । ଏହି ଗ୍ରୁପ୍‌ ଶିକ୍ଷା, ସ୍ୱାସ୍ଥ୍ୟ ଓ ଦକ୍ଷତା ବିକାଶ ଅଭିଯାନରେ ରାଜ୍ୟ ସରକାରଙ୍କ ସହ ସହଯୋଗ କରିବାକୁ ଆଗେଇ ଆସିଛନ୍ତି । ଅନୁରୂପ ଭାବରେ କୋଭିଡ୍‌ ମହାମାରୀ ମଧ୍ୟରେ ମେଡିକାଲ ଅକ୍ସିଜେନ୍‌, ପିଏସ୍‌ଏ ପ୍ଲାଣ୍ଟ ଏବଂ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ସହଯୋଗ ନିମନ୍ତେ ଟାଟା ଗ୍ରୁପ୍‌ର ଅବଦାନ ଲାଗି ମୁଖ୍ୟମନ୍ତ୍ରୀ ଧନ୍ୟବାଦ ଅର୍ପଣ କରିଛନ୍ତି । ମୁଖ୍ୟମନ୍ତ୍ରୀ ଶିଳ୍ପ ପ୍ରତିଷ୍ଠା କ୍ଷେତ୍ରରେ ରାଜ୍ୟର ତାତ୍ପର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ ବାବଦରେ ଉଲ୍ଲେଖ କରି କହିଛନ୍ତି ଯେ, ଦେଶରେ ଶିଳ୍ପ ଅଭିବୃଦ୍ଧି କ୍ଷେତ୍ରରେ ଆଗୁଆ ରହିବାରେ ଓଡ଼ିଶା ତା’ର ଉଦ୍ୟମ ଜାରି ରଖିଛି । ପେଟ୍ରୋକେମିକାଲ, ଖାଦ୍ୟ ପ୍ରକ୍ରିୟାକରଣ, ବୟନ ଓ ପରିଚ୍ଛଦ ପ୍ରସ୍ତୁତି ପ୍ରଭୃତି ବିଭିନ୍ନ କ୍ଷେତ୍ରରେ ପଞ୍ଜିନିବେଶ ସଂଗ୍ରହ କରିବା ନିମନ୍ତେ ନୀତି ନିର୍ଦ୍ଧାରଣ ବ୍ୟବସ୍ଥା ଓ କୌଶଳ ଉପଯୋଗରେ ଓଡ଼ିଶା ସଫଳତା ଅର୍ଜନ କରିଛି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ଶିଳ୍ପ ଭିତ୍ତିଭୂମିର ପ୍ରଚଳିତ ବିବିଧିକରଣ ଫଳରେ ରାଜ୍ୟରେ ନିଯୁକ୍ତି ସୁଯୋଗ ସୁବିଧାର ସମୃଦ୍ଧି ଘଟିବ ।
ଏହି ଅବସରରେ ଶିଳ୍ପ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର, ଶିଳ୍ପ ବିଭାଗ ପ୍ରମୁଖ ଶାସନ ସଚିବ ହେମନ୍ତ ଶର୍ମା, ଟାଟା ଷ୍ଟିଲର ପରିଚାଳନା ନିର୍ଦ୍ଦେଶକ ଟି.ଭି. ନରେନ୍ଦ୍ରନ୍‌, ଟିସିପିଏଲ୍‌ର ମୁଖ୍ୟ ନିର୍ବାହୀ ଅଧିକାରୀ ତଥା ପରିଚାଳନା ନିର୍ଦ୍ଦେଶକ ସୁନୀଲ ଡି’ସୋଜାଙ୍କ ସମେତ ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିବାବେଳେ ମୁଖ୍ୟମନ୍ତ୍ରୀଙ୍କ ସଚିବ (୫-‘ଟି’) ଭିକେ ପାଣ୍ଡିଆନ୍‌ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଅଧରପଣା ନୀତି ସମ୍ପନ୍ନ :  ଆଜି ନିଳାଦ୍ରୀ ବିଜେ

ଅଧରପଣା ନୀତି ସମ୍ପନ୍ନ : ଆଜି ନିଳାଦ୍ରୀ ବିଜେ

Read More...

ଅଶ୍ଲୀଳ ଚଳଚ୍ଚିତ୍ର ର୍ୟାକେଟ୍‌ ଚଳାଉଥିଲେ କୁନ୍ଦ୍ରା

ଅଶ୍ଲୀଳ ଚଳଚ୍ଚିତ୍ର ର୍ୟାକେଟ୍‌ ଚଳାଉଥିଲେ କୁନ୍ଦ୍ରା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page