ଆଜି ବାହୁଡିବେ ମହାବାହୁ : ଅପରାହ୍ନ ୪ଟାରୁ ରଥଟଣା

July 19, 2021, ଓଡ଼ିଶା, , Anupambharat News Bureau


ଆଜି ବାହୁଡିବେ ମହାବାହୁ :  ଅପରାହ୍ନ ୪ଟାରୁ ରଥଟଣା
Anupambharat News Bureau
July 19, 2021


ପୁରୀ, ୧୯ା୭(ଅନୁପମ ମିଡ଼ିଆ): କୋଭିଡ୍‌ କଟକଣାରେ ଆଷାଢ ଶୁକ୍ଲ ଏକାଦଶୀ ତିଥିରେ ଅନୁଷ୍ଠିତ ହେବ ମହାପ୍ରଭୁଙ୍କ ବାହୁଡାଯାତ୍ରା । ନବଦିନ ଯାତ୍ରାରେ ଯାଇ ଜନବେଦୀ ଗୁଣ୍ଡିଚା ମନ୍ଦିରର ଆଡପ ମଣ୍ଡପରେ ଅବସ୍ଥାନ କରୁଥିବା ଚତୁର୍ଦ୍ଧାମୂର୍ତ୍ତି ମଙ୍ଗଳବାର ବାହୁଡିବେ ରତ୍ନ ସିଂହାସନ ଅଭିମୁଖେ । ଏଥିପାଇଁ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଆଜି ଦଶମୀ ତିଥିରେ ନିର୍ଦ୍ଧାରିତ ସମୟର ୨୫ ମିନିଟ୍‌ ପୂର୍ବରୁ ଗୁଣ୍ଡିଚା ମନ୍ଦିରର ଦ୍ୱାର ଖୋଲିଥିଲା । ଆଡପ ମଣ୍ଡପରେ ମହାପ୍ରଭୁଙ୍କର ସମସ୍ତ ପାରମ୍ପରିକ ନୀତି ଯଥାରିତୀ ସମ୍ପନ୍ନ ହୋଇଛି ।
ବାହୁଡା ଯାତ୍ରା ପାଇଁ ପ୍ରସ୍ତୁତ ନୀତି ନିର୍ଘଣ୍ଟ ଅନୁଯାୟୀ ଆସନ୍ତାକାଲି ଗୁଣ୍ଡିଚା ମନ୍ଦିରର ଦ୍ୱାର ଫିଟିବା ପରେ ଭୋର ୪ଟା ସମୟରେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ ସମ୍ପନ୍ନ ହେବ । ମୈଲମ,ତଡପଲାଗି, ରୋଷହୋମ, ଅବକାଶ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା,ବେଶଶେଷ ପରେ ୫ଟା୪୫ ରୁ ୬ଟା୪୫ ମଧ୍ୟରେ ସକାଳ ଧୂପରେ କେବଳ ଖେଚେଡି ଭୋଗ ହେବ । ମଧ୍ୟାହ୍ନ ୧୨ ଟାରୁ ୨ଟା୩୦ ମଧ୍ୟରେ ଆରମ୍ଭ ହେବ ବାହୁଡା ପହଣ୍ଡି । ଅପରାହ୍ନ ୨ଟା୩୦ ରୁ ୩ଟା୩୦ ମଧ୍ୟରେ ଛେରାପହଁରା ନୀତି ସମ୍ପନ୍ନ କରଯାଇ ୪ଟା ସମୟରେ ରଥଟଣା ଆରମ୍ଭ ହେବ ବୋଲି ନୀତି ନୀର୍ଘଣ୍ଟ ସ୍ଥିର ହୋଇଛି । ଆସନ୍ତା କାଲି ନିର୍ଦ୍ଧାରିତ ସମୟ ପୂର୍ବର୍ରୁ ମହାପ୍ରଭୁଙ୍କ ପହଣ୍ଡି ବିଜେ ନୀତି ଅନୁଷ୍ଠିତ ହେବ ଏଥିପାଇଁ ସେବାୟତଙ୍କ ସହିତ ଆଲୋଚନା କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକଫର କ୍ରିଷନ କୁମାର ସୂଚନା ଦେଇଛନ୍ତି । ମୁଖ୍ୟ ପ୍ରଶାସକ ଗଣମାଧ୍ୟମକୁ କହିଛନ୍ତି ଯେ, ବାହୁଡାଯାତ୍ରା,ସୁନାବେଶ ,ଅଧରପଣା ନୀତି ଓ ନୀଳାଦ୍ରୀ ବିଜେ ନୀତି ସୁରୁଖୁରୁରେ ସମ୍ପନ୍ନ ଲଗି ସବୁ ବିଭାଗର ସମସ୍ତ ଅଧିକାରୀଙ୍କ ସହିତ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା । କୋଭିଡ୍‌ ଜନିତ ପରିସ୍ଥିତିକୁ ଆଖି ଆଗରେ ରଖି ବାହୁଡାରେ ଅଂଶଗ୍ରହଣ କରିବାକୁ ଥିବା ସମସ୍ତ ଅଧିକାରୀ ସେବାୟତ ଗଣମାଧ୍ୟମ ପ୍ରତିନିଧିଙ୍କର ଆରଟିପିସିଆର ଟେଷ୍ଟ କରାଯାଇଛି ।
କୌଣସି ବାହାର ଲୋକ ଯେପରି ରଥ କର୍ଡନ ମଧ୍ୟରେ ପ୍ରବେଶ ନକରନ୍ତି ସେଥିପାଇଁ ପଦକ୍ଷେପ ନିଆଯିବ । ସମସ୍ତଙ୍କ ସହଯୋଗରେ ମହାପ୍ରଭୁ ଙ୍କ ଏହି ଯାତ୍ରା ସମ୍ପନ୍ନ ହେବ ବୋଲି ମୁଖ୍ୟ ପ୍ରଶାସକ ଆଶାବ୍ୟକ୍ତ କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଚାଷୀଙ୍କୁ ମିଳିଲା ସୁବର୍ଣ୍ଣରେଖା ପାଣି : ୧୫୩୫୯ ହେକଫର ଜମିକୁ ଜଳସେଚନର ଶୁଭାରମ୍ଭ

ଚାଷୀଙ୍କୁ ମିଳିଲା ସୁବର୍ଣ୍ଣରେଖା ପାଣି : ୧୫୩୫୯ ହେକଫର ଜମିକୁ ଜଳସେଚନର ଶୁଭାରମ୍ଭ

Read More...

ଜୁଲାଇରେ ୨୬% ନିଅଣ୍ଟିଆ ବର୍ଷା

ଜୁଲାଇରେ ୨୬% ନିଅଣ୍ଟିଆ ବର୍ଷା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page