ନିଅଣ୍ଟିଆ ବର୍ଷା, ଚାଷୀକୂଳ ହତାଶ

July 12, 2021, ଓଡ଼ିଶା, , Anupambharat News Bureau


ନିଅଣ୍ଟିଆ ବର୍ଷା, ଚାଷୀକୂଳ ହତାଶ
Anupambharat News Bureau
July 12, 2021


ବ୍ରହ୍ମପୁର,୧୧ା୭ (ବିନୋଦ ପଟ୍ଟନାୟକ): ସାଧାରଣତଃ ଅକ୍ଷୟ ତୃତୀୟାରୁ ଚାଷ କାର୍ଯ୍ୟ ଆରମ୍ଭ ହୁଏ । ଜମିରେ ବିହନ ବୁଣିବା ପାଇଁ କୃଷକ ବର୍ଷାକୁ ଅନାଇ ବସିଥାଏ । ପାଣି ମୁନ୍ଦାଏ ପଡ଼ିଲେ କୃଷକ ଜମିରେ ତଳି ପକାଇବା କାର୍ଯ୍ୟ ଆରମ୍ଭ କରିଥାଏ । ତେବେ ଚଳିତ ବର୍ଷ ମୌସମୀ ବର୍ଷାର ଅର୍ନ୍ତଧ୍ୟାନ ଏବଂ ଲଘୁଚାପ ଜନିତ ବର୍ଷାର ଅଭାବ ଚାଷୀକୂଳକୁ ହତାସ କରିଛି । ଗତ ୮ମାସ ମଧ୍ୟରେ ଏଠାରେ ଭଲ ବର୍ଷାଟିଏ ଦେଖିବାକୁ ମିଳି ନଥିଲା । ତେବେ ଇତିମଧ୍ୟରେ ହୋଇଥିବା ବିକ୍ଷିପ୍ତ ବର୍ଷା ଚାଷ କାର୍ଯ୍ୟ ଆଗେଇ ପାରୁ ନାହିଁ । ଏହି ପରିପ୍ରେକ୍ଷୀରେ ଚାଷୀକୂଳ ଅନାଇ ବସିଛନ୍ତି ଶ୍ରାବଣର ଆଗମନକୁ ।
ବର୍ତ୍ତମାନ ଖରିଫ ଚାଷ କାର୍ଯ୍ୟ ଆରମ୍ଭ ହୋଇଯାଇଥିବା ବେଳେ କୃଷକ ବିହନ ବୁଣିବା ପାଇଁ ସଜବାଜ ହୋଇଛି । ଆଉ କଛିି ଦିନ ପରେ ଶ୍ରାବଣ ଆସିବ, ଚାଷୀକୂଳ ଏହାକୁ ଚାହି ବସିଥାନ୍ତି । ଏବେ ଜିଲ୍ଲାର ବହୁ ଅଞ୍ଚଳ ଶୁଖିଲା । ଚାଷୀକୂଳ ହତାଶ । ଶ୍ରାବଣ ଆସିବା ବେଳକୁ ସାଧାରଣତଃ ବିହିଡ଼ା କାର୍ଯ୍ୟ ସରିବା ଉପରେ ଥାଏ । ଶ୍ରାବଣ ପାଣିରେ ଧାନ ଗଜା ଜୀବ ଦାନ ପାଇଥାଏ । ପ୍ରାକୃତିକ ଏବଂ ମନୁଷ୍ୟକୃତ ବିପର୍ଯ୍ୟୟକୁ ଦମ୍ଭର ସହ ମୁକାବିଲା କରୁଥିବା ଜିଲ୍ଲାର ଚାଷୀକୂଳ ଚଳିତ ବର୍ଷ ପୁଣି ଥରେ ବିକ୍ଷିପ୍ତ ଏବଂ ଅନିୟମିତ ବର୍ଷାଜଳ ପରିସ୍ଥିତିର ସମ୍ମୁଖିନ ହେବା ଆଶଙ୍କା ଦେଖାଦେଇଛି । ଚଳିତ ଖରିଫ ଫସଲ ସମୟରେ ଗଞ୍ଜାମ ଜିଲ୍ଲାରେ ୬୩୯୦୫.୦୦ କୁଇଣ୍ଟାଲ ଧାନ ବିହନ, ୬୫.୦୦ କୁଇଣ୍ଟାଲ ରାଶି ବିହନ, ୧୨୪.୦୦ କୁଇଣ୍ଟାଲ ମକା ବିହନ, ୧୭୬.୦୦ କୁଇଣ୍ଟାଲ ମୁଗ ବିହନ, ୨୬୧.୦୦ କୁଇଣ୍ଟାଲ ବରିି ବିହନ, ୯୫.୦୦ କୁଇଣ୍ଟାଲ ଜଅର ବିହନ, ୧୦୫୦ କୁଇଣ୍ଟାଲ ଚିନାବାଦାମ ବିହନ ଏବଂ ୧୪୫୦ କୁଇଣ୍ଟାଲ ମାଣ୍ଡିଆ ବିହନ ବିଭିନ୍ନ ଚାଷୀଙ୍କୁ ପ୍ରଦାନ କରିବା ପାଇ ଆସିଥିବା ବେଳେ ୪୩୭୨୯.୪୦ କୁଇଣ୍ଟାଲ ଧାନ ବିହନ ୪୯୭ ସରକାରଙ୍କ ବିକ୍ରୟ କେନ୍ଦ୍ରରେ ଚାଷୀଙ୍କୁ ଯୋଗାଣ କରାଯାଇଥିବା ବେଳେ ଏସ୍‌ଏଚ୍‌ଜି, ପାଣି ପଞ୍ଚାୟତ ଓ ସମବାୟ ସମିତି ମାଧ୍ୟମରେ ୨୮୩୨.୦୦ କୁଇଣ୍ଟାଲ ଧାନ ବିହନ, ବେସରକାରୀ ଡ଼ିଲରଙ୍କ ଦ୍ୱାରା ୨୧୪ ଏବଂ ୧୧୮୬୧.୦୦ କୁଇଣ୍ଟାଲ ବିହନ ଧାନ ଜରୁରି କାଳିନ ଦରକାର ପାଇ ଗଛିତ ରଖାଯାଇଥିବା କୃଷି ବିଭାଗ ତରଫରୁ ଜଣାପଡ଼ିଛି ।
ବିଭାଗୀୟ ତଥ୍ୟ ଅନୁସାରେ ଗତ ଜୁନ ମାସରେ ଗଞ୍ଜାମ ଜିଲ୍ଲାର ଛତ୍ରପୁର ବ୍ଲକରେ ୧୦୧.୬୦ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ଗଞ୍ଜାମ ବ୍ଲକରେ ୧୦୪.୪୦, ପୁରୁଷୋତ୍ତମପୁର ବ୍ଲକରେ ୧୮୨.୦୦, କବିସୂର୍ଯ୍ୟନଗର ବ୍ଲକରେ ୧୪୫.୦୦, ପୋଲସରା ବ୍ଲକରେ ୬୮.୬୦, କୋଦଳା ବ୍ଲକରେ ୫୧.୬୦, ଖଲ୍ଲିକୋଟ ବ୍ଲକରେ ୧୪୯.୦୦, ହିଞ୍ଜିଳି ବ୍ଲକରେ ୧୧୪.୦୦, ରଙ୍ଗେଇଲୁଣ୍ଡା ବ୍ଲକରେ ୧୬୨.୨୦, କୁକୁଡ଼ାଖଣ୍ଡି ବ୍ଲକରେ ୪୫.୦୦, ଚିକିଟି ବ୍ଲକରେ ୧୧୬.୦୦, ପାତ୍ରପୁର ବ୍ଲକରେ ୧୨୦.୪୦, ସାନଖେମୁଣ୍ଡି ବ୍ଲକରେ ୮୧.୦୦, ଦିଗପହଣ୍ଡି ବ୍ଲକରେ ୭୧.୦୦, ଭଞ୍ଜନଗର ବ୍ଲକରେ ୫୯.୦୦, ବେଲଗୁଣwା ବ୍ଲକରେ ୧୦୭.୦୦, ଜଗନ୍ନାଥପ୍ରସାଦ ବ୍ଲକରେ ୬୦.୧୦, ବୁଗୁଡ଼ା ବ୍ଲକରେ ୫୫.୦୦, ଆସ୍କା ବ୍ଲକରେ ୯୬.୬୦, ଧରାକୋଟ ବ୍ଲକରେ ୧୬୨.୦୦, ଶେରଗଡ଼ ବ୍ଲକରେ ୧୫୬.୪୦ ଓ ସୋରଡ଼ା ବ୍ଲକରେ ୫୪.୦୦ ମିଲି ମିଟର ବର୍ଷା ରେକର୍ଡ କରାଯାଇିଛି । ସେହିପରି ଚଳିତ ଜୁଲାଇ ବର୍ତ୍ତମାନ ସୁଦ୍ଧା ଛତ୍ରପୁର ବ୍ଲକରେ ୪୨.୬୦ ମିଲି ମିଟର ବର୍ଷା ରେକର୍ଡ କରାଯାଇଥିବା ବେଳେ ଗଞ୍ଜାମ ବ୍ଲକରେ ୩୫.୪୦, ପୁରୁଷୋତ୍ତମପୁର ବ୍ଲକରେ ୧୦୦.୦୦, କବିସୂର୍ଯ୍ୟନଗର ବ୍ଲକରେ ୫୭.୦୦, ପୋଲସରା ବ୍ଲକରେ ୯୫.୮୦, କୋଦଳା ବ୍ଲକରେ ୬୧.୪୦, ଖଲ୍ଲିକୋଟ ବ୍ଲକରେ ୮୮.୦୦, ହିଞ୍ଜିଳି ବ୍ଲକରେ ୮୩.୦୦, ରଙ୍ଗେଇଲୁଣ୍ଡା ବ୍ଲକରେ ୫୮.୮୦, କୁକୁଡ଼ାଖଣ୍ଡି ବ୍ଲକରେ ୫୦.୦୦, ଚିକିଟି ବ୍ଲକରେ ୫୨.୬୦, ପାତ୍ରପୁର ବ୍ଲକରେ ୧୦୦.୪୦, ସାନଖେମୁଣ୍ଡି ବ୍ଲକରେ ୮୪.୦୦, ଦିଗପହଣ୍ଡି ବ୍ଲକରେ ୭୪.୦୦, ଭଞ୍ଜନଗର ବ୍ଲକରେ ୪୮.୦୦, ବେଲଗୁଣwା ବ୍ଲକରେ ୮୭.୮୦, ଜଗନ୍ନାଥପ୍ରସାଦ ବ୍ଲକରେ ୯୪.୯୦, ବୁଗୁଡ଼ା ବ୍ଲକରେ ୪୬.୦୦, ଆସ୍କା ବ୍ଲକରେ ୮୩.୧୦, ଧରାକୋଟ ବ୍ଲକରେ ୧୭୩.୫୦, ଶେରଗଡ଼ ବ୍ଲକରେ ୯୭.୬୦ ଓ ସୋରଡ଼ା ବ୍ଲକରେ ୪୭.୦୦ ମିମି ବର୍ଷା ରେକର୍ଡ କରାଯାଇଛି ।
ପ୍ରାକୃତିକ ଏବଂ ମନୁଷ୍ୟକୃତ ବିପର୍ଯ୍ୟୟକୁ ଦମ୍ଭର ସହ ମୁକାବିଲା କରୁଥିବା ଜିଲ୍ଲାର ଚାଷୀକୂଳ ଚଳିତ ବର୍ଷ ପୁଣି ଥରେ ବିକ୍ଷିପ୍ତ ଏବଂ ଅନିୟମିତ ବର୍ଷା ଜନିତ ପରିସ୍ଥିତିର ଆସନ୍ନ ଅପେକ୍ଷାରେ ରହିବା ଆଶଙ୍କା ହୋଇଛି । କୃଷି ବହୁଳ ଗଞ୍ଜାମ ଜିଲ୍ଲାରେ ଖରିଫ ଫସଲ ସମୟରେ ଜିଲ୍ଲାର ପାତ୍ରପୁର ବ୍ଲକରେ ୧୦୧୪୫ ହେକଫର ଜମିରେ ଧାନ ଚାଷ ପାଇ ରୂଆ କାର୍ଯ୍ୟ କରିବା ପାଇଁ ଲକ୍ଷ ଧାର୍ଯ୍ୟ କରିଥିବା ବେଳେ ଚିକିଟିରେ ୯୧୯୪ ହେକଫର ଜମିରେ ଧାନ, ରଙ୍ଗେଇଲୁଣ୍ଡା ବ୍ଲକରେ ୯୮୯୫, କୁକୁଡ଼ାଖଣ୍ଡି ବ୍ଲକରେ ୯୪୧୯, ସାନଖେମୁଣ୍ଡି ବ୍ଲକରେ ୯୧୨୭, ଦିଗପହଣ୍ଡି ବ୍ଲକରେ ୧୪୭୮୯, ଛତ୍ରପୁର ବ୍ଲକରେ ୮୪୪୦, ଗଞ୍ଜାମ ବ୍ଲକରେ ୪୭୮୫, ପୁରୁଷୋତ୍ତମପୁର
ବ୍ଲକରେ ୧୧୯୪୦, ହିଞ୍ଜିଳିକାଟୁ ବ୍ଲକରେ ୯୭୦୦,
ଖଲ୍ଲିକୋଟ ବ୍ଲକରେ ୧୦୪୫୦, ବେଗୁନିଆପଡ଼ା ବ୍ଲକରେ ୧୦୬୫୫, କବିସୂର୍ଯ୍ୟନଗର ବ୍ଲକରେ ୮୪୪୧, ପୋଲସରା ବ୍ଲକରେ ୯୨୦୦, ଆସ୍କା ବ୍ଲକରେ ୮୧୭୫, ଶେରଗଡ଼ ବ୍ଲକରେ ୭୭୦୫, ଧରାକୋଟ ବ୍ଲକରେ ୬୫୪୨, ସୋରଡ଼ା ବ୍ଲକରେ ୯୪୦୦, ଭଞ୍ଜନଗର ବ୍ଲକରେ ୧୨୫୧୪, ବେଲଗୁଣwା ବ୍ଲକରେ ୮୮୭୧, ଜଗନ୍ନାଥପ୍ରସାଦ ବ୍ଲକରେ ୯୨୮୦, ବୁଗୁଡ଼ା ବ୍ଲକରେ ୮୭୦୫ ହେକଫର ଜମିରେ ଧାନ ରୂଆ କାର୍ଯ୍ୟ କରିବା ପାଇଁ ଲକ୍ଷ ଧାର୍ଯ୍ୟ ହୋଇଥିବା ବେଳେ ବର୍ଷାର ଅଭାବ ଏବଂ କରୋନା କଟକଣା ପାଇଁ ଅଧାରୁ କମ୍‌ ଜମିରେ ଚାଷ କାର୍ଯ୍ୟ ଆରମ୍ଭ ହୋଇଥିବା ଜଣାପଡ଼ିଛି । ଆଉ କିଛି ଦିନ ପରେ ଶ୍ରାବଣ ମାସ ଆରମ୍ଭ ହେବ । ବର୍ତ୍ତମାନ ଜିଲ୍ଲାରେ ଜଳ ସେଚନର ସୁବିଧା ଥିବା ସ୍ଥାନରେ ୬୦ ପ୍ରତିଶତ ଚାଷ କାର୍ଯ୍ୟ ହୋଇପାରିଛି । ଆଗାମି ଶ୍ରାବଣ ଆଗମନ ପରେ ବର୍ଷା ନହେଲେ ଏବଂ କରୋନା କଟକଣାର ସ୍ଥାୟୀ ସମାଧାନ ନହେଲେ ଚାଷୀକୂଳ ହତାଶ ହେବା ସହ ଆଉ ଗୋଟିଏ ବିପର୍ଯ୍ୟୟର ସମୁଖୀନ ହେବ ବୋଲି କେତେକ କୃଷି ସମିକ୍ଷକ ପ୍ରକାଶ କରିଛନ୍ତିି ।
ବର୍ତ୍ତମାନ ସୁଦ୍ଧା ବହୁ ଅଞ୍ଚଳ ଶୁଖିଲା । ଚାଷୀ ହତାଶ । ଶ୍ରାବଣ ଆଗମନ ପୂର୍ବରୁ ସାଧାରଣତଃ ବିହିଡ଼ା କାର୍ଯ୍ୟ ବର୍ଷା ଜଳରେ ସରିବା ପରି ଅବସ୍ଥାକୁ ଆସିଯାଇଥାଏ । ତାପରେ ଶ୍ରାବଣର ଧାରାରେ ଚାଷୀକୂଳ ରୂଆ ରୋଇ କାର୍ଯ୍ୟ କରିଥାଏ ଏବଂ ଶ୍ରାବଣ ପାଣିରେ ଧାନ ଗଜା ଜୀବଦାନ ପାଇଥାଏ । ହେଲେ ଚଳିତ ବର୍ଷ ପର୍ଯ୍ୟାପ୍ତ ବର୍ଷା ଅଭାବରେ ଚାଷ ଉଜୁଡ଼ିବା ଦେଖି ଚାଷୀକୂଳ ହତାଶରେ ରହିଛନ୍ତି । ଏହି ପରିସ୍ଥିତି ସମଗ୍ର ରାଜ୍ୟରେ । ଚାଷୀ ମୁଣ୍ଡରେ ହାତ ଦେଇ ବସିଛନ୍ତି । ବିହିଡ଼ା କାର୍ଯ୍ୟ ସାରି ନଥିବା ଚାଷୀ ପୁଣି ଆଶା ବାନ୍ଧି ବସିଛି କେବଳ ଲଘୁଚାପ ବର୍ଷା ଆଶାରେ । ଟିକିଏ ବର୍ଷା ହେଲେ ରୂଆ ରୋଇ କାର୍ଯ୍ୟ ଆରମ୍ଭ କରିବ । ଅନେକ ସମୟରେ ଆକାଶରେ ବାଦଲ ଦେଖା ଦେଇଥିଲେ ମଧ୍ୟ ବର୍ଷାର ଚିହ୍ନ ବର୍ଣ୍ଣ ରହୁନଥିବାରୁ ଚାଷୀକୂଳ ଆଉ ଏକ ମରୁଡ଼ିକୁ ସମ୍ନା କରିବା ପରିସି‘ତି ସୃଷ୍ଠି ହୋଇଛି । ବର୍ତ୍ତମାନ ଚାଷୀ କରିବ କଣ ? କଣ ହେବ ଚାଷୀକୂଳର ଅବସ୍ଥା?





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଶରଧାବାଲିରେ ତିନି ରଥ

ଶରଧାବାଲିରେ ତିନି ରଥ

Read More...

 କ୍ୟାନ୍ସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

କ୍ୟାନ୍ସର ହସ୍ପିଟାଲର ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page