ଆଇପିଏସ ସ୍ତରରେ ଅଦଳବଦଳ

July 09, 2021, ଓଡ଼ିଶା, , Anupambharat News Bureau


ଆଇପିଏସ ସ୍ତରରେ ଅଦଳବଦଳ
Anupambharat News Bureau
July 09, 2021


ଭୁବନେଶ୍ୱର, ୯ା୭ (ଅନୁପମ ମିଡିଆ): ରାଜ୍ୟ ସରକାର ଶୁକ୍ରବାର ଭାରତୀୟ ପୋଲିସ ସେବା (ଆଇପିଏସ)ସ୍ତରରେ ଅଦଳବଦଳ କରିଛନ୍ତି । ଏହା ଦ୍ୱାରା ୬ ଜିଲ୍ଲାରେ ନୂଆ ପୁଲିସ ଏସପିଙ୍କୁ ନିଯୁକ୍ତି ମିଳିଛି । ଏଥିନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ୧୯୯୮ ବ୍ୟାଚ୍‌ ଆଇପିଏସ ଏସ୍‌ .ଦେବଦତ ସିଂଙ୍କୁ ପୋଲିସ ମୁଖ୍ୟାଳୟର ଆଇଜି ଭାବେ ଅବସ୍ଥାପିତ କରାଯାଇଥିବାବେଳେ ଜଗତସିଂହପୁର ଏସପି ପ୍ରକାଶ ଆରଙ୍କୁ ଭିଜିଲାନ୍ସ ଏସପି ଭାବେ ବଦଳି କରାଯାଇଛି । ସେହିପରି ଏସଓଜି କମାଣ୍ଡାଣ୍ଟ ୨୦୦୯ ବ୍ୟାଚ୍‌ ଆଇପିଏସ ଅଖିଳେଶ୍ୱର ସିଂଙ୍କୁ ଜଗତସିଂହପୁର ପୋଲିସ ଏସପି, ୨୦୧୩ ବ୍ୟାଚ୍‌ ଆଇପିଏସ୍‌ ପିଏସ ପୁରୁଷୋତ୍ତମଦାସଙ୍କୁ ନବରଙ୍ଗପୁର ଏସପି, ୨୦୧୫ ବ୍ୟାଚ୍‌ ଆଇପିଏସ୍‌ ରାହୁଲ ଜୈନଙ୍କୁ ବରଗଡ଼ ଏସପି, ୨୦୧୫ ବ୍ୟାଚ୍‌ ଆଇପିଏସ ପ୍ରତୁ୍ୟଷ ଦିବାକରଙ୍କୁ ନୂଆପଡ଼ା ଏସପି, ୨୦୧୬ ବ୍ୟାଚ୍‌ ଆଇପିଏସ୍‌ କେ ଆର ଦ୍ୟାନଦେଓଙ୍କୁ ମୟୂରଭଞ୍ଜ ଏସପି ଓ ୨୦୧୭ ବ୍ୟାଚ୍‌ ଆଇପିଏସ୍‌ ପିଏସ ମୀନାଙ୍କୁ ମାଲକାନଗିରି ଏସପି ଭାବେ ବଦଳି କରାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ମନରେଗା ଶ୍ରମିକଙ୍କୁ ୩୫୨ କୋଟିର ସହାୟତା

ମନରେଗା ଶ୍ରମିକଙ୍କୁ ୩୫୨ କୋଟିର ସହାୟତା

Read More...

୩୧ ସୁଦ୍ଧା  ଯୁକ୍ତ ଦୁଇ ରେଜଲଫ

୩୧ ସୁଦ୍ଧା ଯୁକ୍ତ ଦୁଇ ରେଜଲଫ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page