ଦୌଡ଼ରାଣୀ ଦୂତୀଙ୍କୁ ଅଲିମ୍ପିକ୍ସ ଟିକେଟ୍‌

June 30, 2021, ଓଡ଼ିଶା, , Anupambharat News Bureau


ଦୌଡ଼ରାଣୀ ଦୂତୀଙ୍କୁ ଅଲିମ୍ପିକ୍ସ ଟିକେଟ୍‌
Anupambharat News Bureau
June 30, 2021


ଭୁବନେଶ୍ୱର,୩୦ା୬ (ଅନୁପମ ମିଡ଼ିଆ): ସ୍ପ୍ରିଣ୍ଟର ଦୂତୀ ଚାନ୍ଦ ଆସନ୍ତା ଟୋକିଓ ଅଲିମ୍ପିକ୍ସ ପାଇଁ ଟିକେଟ୍‌ ପାଇଛନ୍ତି । ଟୋକିଓ ଅଲିମ୍ପିକ୍ସରେ ଉଭୟ ୨୦୦ ଓ ୧୦୦ ମିଟର ଦୌଡ଼ ଇଭେଣ୍ଟରେ ସେ ଭାରତର ପ୍ରତିନିଧିତ୍ୱ କରିବେ । ଅଲିମ୍ପିକ୍ସ ପାଇଁ ଧାର୍ଯ୍ୟ କ୍ୱାଲିଫାଇଂ ଟାଇମିଂରେ ବିଫଳ ହୋଇଥିବା ଦୂତୀ ୱାର୍ଲଡ ର୍ୟାଙ୍କିଂ ଆଧାରରେ ଟୋକିଓ ଯିବାକୁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ପରେ ଦୂତୀ କହିଛନ୍ତି, ସଦ୍ୟ ପ୍ରକାଶିତ ର୍ୟାଙ୍କ୍‌ିରେ ସେ ଯଥାକ୍ରମେ ୧୦୦ ମିଟରରେ ୪୦, ୨୦୦ ମିଟରରେ ୫୦ ସ୍ଥାନରେ ରହିଛନ୍ତି । ଏଥିସହିତ ପୂର୍ବରୁ ଯୋଗ୍ୟତା ହାସଲ ହୋଇନଥିଲେ ସୁଦ୍ଧା ନିରାଶ ନହୋଇ ସେ ଅଭ୍ୟାସ ଜାରି ରଖିଥିଲେ । ଏଥିସହିତ ବିଗତ ୨ ବର୍ଷ ହେଲା ଭଲ ପ୍ରଦର୍ଶନ ଜାରି ରଖିଛି ଅଲିମ୍ପିକ୍ସରେ ମଧ୍ୟ ପୁରା ଜୋର ଦେବି ବୋଲି ସେ ପ୍ରକାଶ କରିଛନ୍ତି । ଅନ୍ୟପକ୍ଷେ, କ୍ରୀଡ଼ା ଜଗତର ସବୁଠାରୁ ମର୍ଯ୍ୟଦାଜନକ ପୁରସ୍କାର ‘ରାଜୀବ ଗାନ୍ଧି ଖେଳରତ୍ନ’ ଲାଗି ରାଜ୍ୟ ସରକାର ତାଙ୍କ ନାମକୁ କେନ୍ଦ୍ରକୁ ସୁପାରିଶ କରିଛି । ନିକଟରେ ୧୦୦ ମିଟର ଦୌଡ଼ରେ ନୂଆ ଜାତୀୟ ରେକର୍ଡ କରିଥିଲେ ଦୂତୀ । ପଟିଆଲାରେ ଇଣ୍ଡିଆନ୍‌ ଗ୍ରାଁ ପ୍ରି’ରେ ନିଜ ରେକର୍ଡ ନିଜେ ଭାଙ୍ଗିଛନ୍ତି ଦୂତୀ । ୧୦୦ ମିଟର ଦୌଡ଼କୁ ୧୧.୧୭ ସେକେଣ୍ଡରେ ଅତିକ୍ରମ କରି ସେ ପୁଣି ଏକ ନୂଆ ରେକର୍ଡ କରିଛନ୍ତି । ପୂର୍ବରୁ ଦୂତୀଙ୍କ ନାଁରେ ୧୧.୨୨ ସେକେଣ୍ଡର ରେକର୍ଡ ଥିଲା ।
ପ୍ରକାଶ ଥାଉକି ୧୦୦ମିରେ ଏବଂ ୨୦୦ ମିରେ ଅବଶିଷ୍ଟ ବଳକା ଥିବା ସ୍ଥାନ ଯଥାକ୍ରମେ ୨୨ ଓ ୧୫ ପ୍ରତିଯୋଗୀଙ୍କ ସ୍ଥାନ ୱାର୍ଲଡ ର୍ୟାଙ୍କିଂ ମାଧ୍ୟମରେ ପୂରଣ କରାଯାଇଛି । ପୂର୍ବରୁ ରିଓ ଅଲିମ୍ପିକ୍ସରେ ଦୌଡ଼ିଥିବା ଦୂତୀ ଆସନ୍ତା ଟୋକିଓ ଲାଗି ଅନ୍ତିମ ରେସ୍‌ରେ ସିଧାସଳଖ ଯୋଗ୍ୟତା ହାସଲ କରିବାରେ ବିଫଳ ହୋଇଥିଲେ । ତେବେ ସୌଭାଗ୍ୟ ବଶତଃ ନିଜ ର୍ୟାଙ୍କିଂ ଯୋଗୁ ପୁଣି ଥରେ ଅଲିମ୍ପିକ୍ସରେ ଦୌଡ଼ିବାକୁ ସୁଯୋଗ ହାତେଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ:  ଓଡ଼ିଶା ପାଇଁ ସମ୍ଭାବନାର ଝଲକ

କେନ୍ଦ୍ର ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ: ଓଡ଼ିଶା ପାଇଁ ସମ୍ଭାବନାର ଝଲକ

Read More...

୧୬ ପର୍ଯ୍ୟନ୍ତ ବଢିଲା ଆଂଶିକ ଲକ୍‌ଡାଉନ୍‌

୧୬ ପର୍ଯ୍ୟନ୍ତ ବଢିଲା ଆଂଶିକ ଲକ୍‌ଡାଉନ୍‌

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page