ମାଟ୍ରିକ ମାର୍କକୁ ନେଇ ବିବାଦ ପରେ ବୋର୍ଡ଼ର ନିଷ୍ପତ୍ତି : : ଜୁଲାଇରେ ଅଫଲାଇନ ପରୀକ୍ଷା

June 29, 2021, ଓଡ଼ିଶା, , Anupambharat News Bureau


ମାଟ୍ରିକ ମାର୍କକୁ ନେଇ ବିବାଦ ପରେ ବୋର୍ଡ଼ର ନିଷ୍ପତ୍ତି : : ଜୁଲାଇରେ ଅଫଲାଇନ ପରୀକ୍ଷା
Anupambharat News Bureau
June 29, 2021


କଟକ, ୨୯ା୬(ଅନୁପମ ମିଡ଼ିଆ): ଚଳିତ ବର୍ଷ ବିନା ପରୀକ୍ଷାରେ ବିକଳ୍ପ ପଦ୍ଧତିରେ ହୋଇଥିବା ମୂଲ୍ୟାୟନରେ ୯୭ ପ୍ରତିଶତରୁ ଅଧିକ ଛାତ୍ରଛାତ୍ରୀ ପାସ୍‌ କରିଥିଲେ ହେଁ ଫଳାଫଳକୁ ନେଇ ରାଜ୍ୟବ୍ୟାପି ଅସନ୍ତୋଷ ଦେଖାଦେଇଛି । ଏହାକୁ ନେଇ ବିଦ୍ୟାଳୟ ଓ ବୋର୍ଡ କର୍ତ୍ତୃପକ୍ଷଙ୍କୁ ଘେରାଉଠାରୁ ଆରମ୍ଭ କରି ରାସ୍ତାରୋକ ମଧ୍ୟ କରାଯାଉଛି । ଏସବୁ ଦୃଷ୍ଟିରେ ରଖି ଆଜି ବୋର୍ଡ କର୍ତ୍ତୃପକ୍ଷ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସ୍ପଷ୍ଟୀକରଣ ଦେଇଛନ୍ତି । ସଭାପତି ରାମାଶିଷଙ୍କ ସୂଚନା ମୁତାବକ ମୂଲ୍ୟାଙ୍କନରେ କୌଣସି ତ୍ରୁଟି ନାହିଁ । ତେଣୁ ସଂଶୋଧନର ପ୍ରଶ୍ନ ଉଠୁନାହିଁ । ଯଦି କୌଣସି ଛାତ୍ରଛାତ୍ରୀ ସେମାନଙ୍କ ନମ୍ବରରେ ଅସ;ୁଷ୍ଟ ଅଛନ୍ତି ତେବେ ସେମାନେ ଅଫଲାଇନ ପରୀକ୍ଷା ପାଇଁ ଜୁଲାଇ ୫ରୁ ଫର୍ମ ପୂରଣ କର;ୁ । ୧୦ ଦିନ ଭିତରେ ଫର୍ମ ଫିଲଅପ୍‌ ଶେଷ ପାଇଁ ବୋର୍ଡ ପକ୍ଷରୁ ନିଦ୍ଦେ’ର୍ଶ ଦିଆଯାଇଛି । ଏଥି ସହିତ ଜୁଲାଇରେ ପରୀକ୍ଷା କରି ଶୀଘ୍ର ରେଜଲଫ ପ୍ରକାଶ କରାଯିବ ବୋଲି ବୋର୍ଡ ପକ୍ଷରୁ କୁହାଯାଇଛି । ଏପରିକି ସେମାନେ ପରୀକ୍ଷା ଦେଇ ଯେଉଁ ନମ୍ବର ପାଇବେ ତାହା ଚୂଡାନ୍ତ ନମ୍ବର ହେବ ।କରୋନା ମହାମାରୀ ହେତୁ ୧୦୦ ଦିନର ପାଠ୍ୟଦାନ ପାଇଁ ନିଷ୍ପତ୍ତି ହୋଇଥିବା ବେଳେ ୯୨ ଦିନପରେ ଶିକ୍ଷାଦାନ ବନ୍ଦ ରହିଥିଲା । ପରେ ମଇ ୩ ତାରିଖରୁ ପରୀକ୍ଷାକୁ ବାତିଲ କରାଯାଇଥିଲା ଓ ବିକଳ୍ପ ମୂଲ୍ୟାୟନ ପଦ୍ଧତି ପାଇଁ ବୋର୍ଡକୁ ଦାୟିତ୍ୱ ଦିଆଯାଇଥିଲା । ବୋର୍ଡ ପକ୍ଷରୁ ବିଭିନ୍ନ ବିଶେଷଜ୍ଞ ଓ ଜିଲ୍ଲା ଶିକ୍ଷାଧିକାରୀ ମାନଙ୍କ ସହ ଆଲୋଚନା ପରେ ମୂଲ୍ୟାଙ୍କନ ପଦ୍ଧତି ସ୍ଥିର କରାଯାଇଥିଲା । ଏନେଇ ମଇ ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ କରାଯାଇଥିଲା । ନବମରୁ ୪୦ ପ୍ରତିଶତ ଓ ୧୦ମର ଶେଷ ୩ଟି ଅଭ୍ୟାସ ପରୀକ୍ଷାର ନମ୍ବର ଓ ପ୍ରତ୍ୟେକ ସ୍ଥଳେ ବିଷୟର ସର୍ବାଧିକ ନମ୍ବରକୁ ନେବା ପାଇଁ ନିର୍ଦ୍ଦେଶ ରହିଥିଲା । ବିଦ୍ୟାଳୟ ମେଣ୍ଟର ସ୍କୁଲ ସେଗୁଡିକୁ ଅପଲୋଡ କଲା ପରେ ଜିଲ୍ଲା ଶିକ୍ଷାଧିକାରୀଙ୍କ ସ୍ତରରେ ତନଖି ପରେ ସେଗୁଡିକୁ ବୋର୍ଡ େୱବସାଇଟରେ ଅପଲୋଡ୍‌ କରାଗଲା । ବୋର୍ଡ ସ୍ତରରେ ପ୍ରତ୍ୟେକ ସ୍କୁଲର ଗତବର୍ଷର ମାଟ୍ରିକ ଫଳାଫଳକୁ ତର୍ଜମା କରାଯାଇ ପ୍ରତ୍ୟେକ ବିଷୟର ବେଞ୍ଚ ମାର୍କ ଓ ପ୍ରଥମ ୫ଟି ଗ୍ରେଡକୁ ସ୍ଥିର କରାଗଲା । ୨୦୧୭, ୧୮, ୧୯ ଓ ୨୦୨୦ରେ ଯେଉଁ ସ୍କୁଲର ଯେଉଁ ବିଷୟରେ ସର୍ବାଧିକ ନମ୍ବର ରହିଥାଏ ତାହାକୁ ବେଞ୍ଚମାର୍କ ଭାବେ ଗ୍ରହଣ କରାଯାଇ ଚଳିତବର୍ଷର ମୂଲ୍ୟାଙ୍କନ କରାଯାଇଛି । ସେହିପରି ଏ-୧, ଏ-୨, ବି-୧,ବି-୨ ଓ ସି ଗ୍ରେଡ ମଧ୍ୟ ସେହି ସ୍କୁଲର ବିଗତ ୪ ବର୍ଷ ମଧ୍ୟରେ ଯେଉଁ ବର୍ଷ ସର୍ବାଧିକ ପାଇଥିବ ତାହାକୁ ହିସାବକୁ ନେଇ ସେହି ଅନୁସାରେ ନମ୍ବରକୁ ମୋଡରେଟ କରାଯାଇଛି । ତେବେ ଡି ଓ ଇ ଗ୍ରେଡରେ କୌଣସି ମୋଡରେଟ୍‌ କରାଯାଇନଥିବା ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି ।
ବହୁ ବିଦ୍ୟାଳୟ ପଠାଇଥିବା ନମ୍ବରରେ ଅସଙ୍ଗତି ଦେଖାଦେଇଥିଲା । ତେବେ ବିଦ୍ୟାଳୟଗୁଡିକ ଆଶାତୀତ ଭାବେ ନମ୍ବର ଦେଇ ପଠାଇଥିବା ଜଣାପଡିଥିଲା । ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର କଲେଜଛକର ଉଦାହରଣ ଦେଇ ସଭାପତି କହିଥିଲେ ଯେ, ଏହି ବିଦ୍ୟାଳୟରୁ ପ୍ରାୟ ୪୫୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ପ୍ରତିବର୍ଷ ପରୀକ୍ଷା ଦେଉଥିଲା ବେଳେ ଗତ ୪ ବର୍ଷ ମଧ୍ୟରେ ସର୍ବାଧିକ ୧୮ ଜଣ ଏ-୧ରେ ପାସ୍‌ କରିଥିଲେ । ମାତ୍ର ଚଳିତବର୍ଷ ବିଦ୍ୟାଳୟ ପକ୍ଷରୁ ପଠାଯାଇଥିବା ନମ୍ବରରେ ୧୨୮ ଜଣ ଏ-୧ ଗ୍ରେଡ ପାଇଥିବା ଦେଖାଯାଇଥିଲା । ତେଣୁ ତାଙ୍କର ପୂର୍ବ ୪ ବର୍ଷର ଫଳାଫଳ ହାରରେ ଛାତ୍ରଛାତ୍ରୀ ନମ୍ବର ପାଇଛନ୍ତି । ଏଥିସହ ସେ ଗୋଟିଏ ବିଦ୍ୟାଳୟରୁ ୪୫୭ ଣ ଛାତ୍ରଛାତ୍ରୀ ପରୀକ୍ଷା ଦେବାକୁ ନେଇ ଆଶ୍ଚର୍ଯ୍ୟ ପ୍ରକଟ କରିବାସହ ଏନେଇ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଥିଲେ । ସେହିପରି ଜଗତସିଂହପୁର ଜିଲ୍ଲାରୁ କଟକ ଜିଲ୍ଲାକୁ ଆସିଥିବା କିଶନନଗର ଅଞ୍ଚଳର ୨୨ଟି ସ୍କୁଲ ନୂତନ କୋଡ୍‌ ନମ୍ବର ପାଇଥିବାରୁ ସେମାନଙ୍କର ପୂର୍ବ ବର୍ଷର ଫଳାଫଳ ମିଳିପାରିନଥିଲା । ତେଣୁ ସେମାନଙ୍କର ଫଳାଫଳରେ ତ୍ରୁଟି ଦେଖାଦେଇଥିଲା । କୋଡ୍‌ ନମ୍ବର ଠିକ କରାଯିବା ପରେ ନମ୍ବରକୁ ସଂଶୋଧନ କରାଯାଇଥିଲା । ତାହା ସମ୍ପୂର୍ଣ୍ଣ ଭିନ୍ନ ଘଟଣା । ତାହାକୁ ଅନ୍ୟ ସହ ତୁଳନା କରାଗଲେ ଭୁଲ ହେବ ବୋଲି ସେ ସ୍ପଷ୍ଟ କରିଥିଲେ । ଏହି ସାମ୍ବାଦିକ ସମ୍ମିଳନୀରେ ଉପସଭାପତି ଡ. ନିହାର ରଞ୍ଜନ ମହାନ୍ତି, ସମ୍ପାଦକ ଶ୍ରୀକାନ୍ତ ତରାଇ, ପରୀକ୍ଷା ନିୟନ୍ତ୍ରକ ସପନ କୁମାର ଜେନା ଉପସ୍ଥିତ ଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କୋଭିଡ ନିୟମ କଡାକଡି ପାଳନ ଉପରେ ଗୁରୁତ୍ୱ

କୋଭିଡ ନିୟମ କଡାକଡି ପାଳନ ଉପରେ ଗୁରୁତ୍ୱ

Read More...

ଜୁନ ପାଇଁ ଅତିରିକ୍ତ ଛ’ଲକ୍ଷ କୋଭିସିଲï:  ଦିଅ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଚିଠି

ଜୁନ ପାଇଁ ଅତିରିକ୍ତ ଛ’ଲକ୍ଷ କୋଭିସିଲï: ଦିଅ ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ଚିଠି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page