ଆଇପିଏସ୍‌ ସ୍ତରରେ ଅଦଳବଦଳ : ଯଶବନ୍ତ ଭିଜିଲାନ୍ସ ନିର୍ଦ୍ଦେଶକ

June 24, 2021, ଓଡ଼ିଶା, , Anupambharat News Bureau


ଆଇପିଏସ୍‌ ସ୍ତରରେ ଅଦଳବଦଳ  : ଯଶବନ୍ତ  ଭିଜିଲାନ୍ସ ନିର୍ଦ୍ଦେଶକ
Anupambharat News Bureau
June 24, 2021


ଭୁବନେଶ୍ୱର,୨୪ା୬(ଅନୁପମ ମିଡ଼ିଆ): ରାଜ୍ୟ ସରକାର ବରିଷ୍ଠ ଆଇପିଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି । ୧୯୯୪ ବ୍ୟାଚ୍‌ର ଆଇପିଏସ୍‌ ଅଧିକାରୀ ଯଶବନ୍ତ ଜେଠୱାଙ୍କୁ ଭିଜିଲାନ୍ସ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି । ବର୍ତମାନ ସେ ସେ ଆଇନ ଶୃଙ୍ଖଳା ଏଡିଜି ଦାୟିତ୍ୱରେ ଅଛନ୍ତି । ଗୃହ ବିଭାଗ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ସେହିପରି ୧୯୯୦ ବ୍ୟାଚ୍‌ ଆଇପିଏଏସ୍‌ ଅଧିକାରୀ ତଥା ପୋଲିସ୍‌ ଗୃହନିର୍ମାଣ ସିଏମଡି ଥିବା ସୁଧାଂଶୁ ଷଡ଼ଙ୍ଗୀଙ୍କୁ ଗୃହ ବିଭାଗର ସ୍ୱତନ୍ତ୍ର ଅଧିକାରୀ ଭାବେ ନୂଆ ଦାୟିତ୍ୱ ମିଳିଛି । ୧୯୯୨ ବ୍ୟାଚ୍‌ ଆଇପିଏସ୍‌ ତଥା ବର୍ତ୍ତମାନ ଅତିରିକ୍ତ ଡିଜି ପୋଲିସ୍‌ ହେଡକ୍ୱାର୍ଟରେ ଥିବା ଲଲିତ ଦାସଙ୍କୁ ଗୁଇନ୍ଦା ନିର୍ଦ୍ଦେଶକ ଭାବେ ବଦଳି କରାଯାଇଥିବା ବେଳେ ୧୯୯୪ ବ୍ୟାଚ୍‌ ରଆଇପିଏସ୍‌ ତଥା ପରିବହନ କମିଶନର ଥିବା ସଞ୍ଜୀବ ପଣ୍ଡାଙ୍କୁ କ୍ରାଇମବ୍ରାଞ୍ଚର
ଏଡିଜି ଭାବେ ବଦଳି କରାଯାଇଛି । ତାଙ୍କ ହାତରେ ଅତିରିକ୍ତ ଭାବେ ପୋଲିସ ଗୃହନିର୍ମାଣ ଦାୟିତ୍ୱରେ ରହିବ ।
୧୯୯୫ ବ୍ୟାଚ୍‌ ଆଇପିଏସ୍‌ ତଥା ଗୁଇନ୍ଦା ନିର୍ଦ୍ଦେଶକ ଆରକେ ଶର୍ମାଙ୍କୁ ଆଇନ ଶୃଙ୍ଖଳା ଏଡିଜି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ ୧୯୯୬ ବ୍ୟାଚ୍‌ର ଆଇପିଏସ୍‌ ତଥା ଓଏସଆରଟିସି ସିଏଡି ଓ କ୍ରୁଟ୍‌ର ସିଇଓ ଥିବା ଅରୁଣ ବୋଥ୍ରା ପରିବହନ କମିଶନର ଭାବେ ଦାୟିତ୍ୱ ତୁଲାଇବେ । ୧୯୯୭ ବ୍ୟାଚ୍‌ ଆଇପିଏସ୍‌ ତଥା ଆଇଜି ହୋମର୍ଗାଡ୍‌ ଓ ଅଗ୍ନିଶମସେବା ଅସିତ ପାଣିଗ୍ରାହୀଙ୍କୁ ଭିଜିଲାନ୍ସ ଆଇଜି ଦାୟିତ୍ୱ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆଠ ଜିଲ୍ଳାରେ ଅକ୍ସିଜେନ ପ୍ଲାଣ୍ଟ ଶିଳାନ୍ୟାସ, ଅନ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ :   ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର: ­ ମୁଖ୍ୟମନ୍ତ୍ରୀ

ଆଠ ଜିଲ୍ଳାରେ ଅକ୍ସିଜେନ ପ୍ଲାଣ୍ଟ ଶିଳାନ୍ୟାସ, ଅନ୍ୟ ସ୍ୱାସ୍ଥ୍ୟ ଭିତ୍ତିଭୂମିର ଉଦ୍‌ଘାଟନ : ପ୍ରସ୍ତୁତି, ସତର୍କତା ଓ ସହଯୋଗ ଆମର ମୂଳ ମନ୍ତ୍ର: ­ ମୁଖ୍ୟମନ୍ତ୍ରୀ

Read More...

ଗଜ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

ଗଜ ବେଶରେ ଦର୍ଶନ ଦେଲେ ଚତୁର୍ଦ୍ଧାମୂର୍ତ୍ତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page