ପୋଷ୍ଟର୍‌ ରାଜନୀତି ଭିତରେ ହଜୁଛି ପ୍ରମୁଖ ପ୍ରସଙ୍ଗ

June 22, 2021, ଓଡ଼ିଶା, , Anupambharat News Bureau


ପୋଷ୍ଟର୍‌ ରାଜନୀତି ଭିତରେ ହଜୁଛି ପ୍ରମୁଖ ପ୍ରସଙ୍ଗ
Anupambharat News Bureau
June 22, 2021

ଭୁବନେଶ୍ୱର, ୨୨ା୬ (ସ୍ୱତନ୍ତ୍ର ପ୍ରତିନିଧି): ବିଧାୟକମାନଙ୍କୁ ଦିଆ ଯାଇଥିବା ସ୍ୱତନ୍ତ୍ର ପାଣwି ବ୍ୟୟ କରି ବଣ୍ଟନ କରାଯାଉଥିବା ମାସ୍କରେ ନବୀନଙ୍କ ଫଟୋ ଲାଗିଲେ ବିଜେପି ଚିହିଁକି ଉଠୁଛି । ସେପଟେ ସରକାରୀ ପୋଷ୍ଟର୍‌ ଓ କୋଭିଡ୍‌ ଟିକାକରଣ ପ୍ରମାଣପତ୍ରରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଫଟୋକୁ ନେଇ ବିଜେଡି ଚିତ୍କାର କରୁଛି । ଶାସକ ଓ ବିରୋଧୀଙ୍କ ମଧ୍ୟରେ ତୁତୁ-ମେମେ ଭିତରେ ରାଜ୍ୟବାସୀଙ୍କ ଜନଜୀବନକୁ ପ୍ରଭାବିତ କରୁଥିବା ପ୍ରମୁଖ ପ୍ରସଙ୍ଗଗୁଡ଼ିକ ହଜି ଯାଉଛି ।
କରୋନା କାଳରେ କୋମଳମତି ଶିଶୁମାନେ ସବୁଠୁ ବେଶି ଅବହେଳାର ଶିକାର ହୋଇଛନ୍ତି । କଟକଣା ଯୋଗୁ ଶ୍ରେଣୀଗୃହ ପଢା ଠପ୍‌ ହୋଇଥିବା ବେଳେ ସାଙ୍ଗସାଥୀଙ୍କ ସହ ମିଳାମିଶା ବନ୍ଦ । ପାଠପଢା ସହିତ ସେମାନଙ୍କ ଶାରୀରିକ ଓ ମାନସିକ ସ୍ୱାସ୍ଥ୍ୟ ମଧ୍ୟ ପ୍ରଭାବିତ ହେଉଛି । ଗଣଶିକ୍ଷା ବିଭାଗ ଦୀର୍ଘଦିନ ଧରି ହ୍ୱାଟ୍‌ସଆପ୍‌ ଗ୍ରୁପ୍‌ରେ ପାଠପଢା ଭଳି ଅବାସ୍ତବ ସ୍ୱପ୍ନରେ ପହଁରାଇବା ପରେ କୁମ୍ଭକର୍ଣ୍ଣ ନିଦ୍ରା ଭାଙ୍ଗି ତିନି ଦିନ ହେଲା ୟୁଟୁ୍ୟବ୍‌ ପାଠଶାଳା ଆରମ୍ଭ କରିଛନ୍ତି । ନାହିଁ ମାମୁଁଠାରୁ କଣା ମାମୁଁ ଭଲ ନ୍ୟାୟରେ ଛାତ୍ରଛାତ୍ରୀ ଓ ଅଭିଭାବକ ବାଧ୍ୟ ହୋଇ ଏହାକୁ ଆଦରି ନେଇଥିଲେ ବି ବାସ୍ତବ ସ୍ଥିତି ଅତି ଦୟନୀୟ । ଉପାନ୍ତ ଅଞ୍ଚଳରେ ମୋବାଇଲ୍‌ କି ଫୋର୍‌-ଜି ନେଟୱାର୍କ ନାହିଁ । ଦରିଦ୍ର ଓ ଜନଜାତିର ଲୋକମାନେ ପେଟକୁ ଗଣ୍ଡେ ଖାଇବା ପାଇଁ ସଂଘର୍ଷ କରୁଥିବା ବେଳେ ସମସ୍ତଙ୍କର ଆଣ୍ଡ୍ରଏଡ୍‌ ମୋବାଇଲ୍‌ କିଣିବାର ସାମର୍ଥ୍ୟ ନାହିଁ । ସରକାରୀ ତଥ୍ୟ ଅନୁଯାୟୀ, ୟୁଟୁ୍ୟବ୍‌ ଶିକ୍ଷାଦାନର ପ୍ରଥମ ଦିନ ଓଡ଼ିଆ ମାଧ୍ୟମ ବିଦ୍ୟାଳୟର ପ୍ରଥମରୁ ଦଶମ ପର୍ଯ୍ୟନ୍ତ ସମୁଦାୟ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୭ଲକ୍ଷ ଏଥିରେ ସାମିଲ ହୋଇପାରି ଥିଲେ । ଏହି ସୁବିଧାରୁ ବଞ୍ଚିତ ଅବଶିଷ୍ଟ ପିଲାଙ୍କର ଭବିଷ୍ୟତର ରୂପରେଖ କ’ଣ ହେବ ? ରାଜ୍ୟର ସମସ୍ତ ବିଦ୍ୟାଳୟକୁ ଆବଶ୍ୟକ ସଂଖ୍ୟକ ଶିକ୍ଷକ ଯୋଗାଇବାରେ ଅସମର୍ଥ ରାଜ୍ୟ ସରକାର କେବେ ଚିନ୍ତା କରିଛନ୍ତି କି ସେହି ପିଲାମାନେ କେମିତି ପଢିବେ ଓ ପରୀକ୍ଷା ଦେବେ ? ସରକାର ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ବ୍ୟୟ କରୁଛନ୍ତି, ହେଲେ ମୋବାଇଲ୍‌ ଓ ନେଟୱାର୍କ ଅଭାବରୁ ପାଠ ପଢିବାରୁ ବଞ୍ଚିତ ପିଲାମାନଙ୍କୁ ସ୍ୱତନ୍ତ୍ର ସହାୟତା ଦେବା କିମ୍ବା ବିକଳ୍ପ ବ୍ୟବସ୍ଥା କରିବା ନେଇ ଚିନ୍ତା କରୁ ନାହାନ୍ତି ।
ଲକ୍‌ଡ଼ାଉନ୍‌ ସମୟସୀମା ବଢି ଚାଲିଛି ହେଲେ ସ୍କୁଲ୍‌ କେବେ ଖୋଲିବ ସେ ନେଇ ମନ୍ତ୍ରୀ ପାଟି ଫିଟାଉ ନାହାନ୍ତି । ଟିକାକରଣ କ୍ଷେତ୍ରରେ ମଧ୍ୟ ପିଲାମାନଙ୍କ ପ୍ରତି ଆଦୌ ନଜର ନାହିଁ । ବିଦ୍ୟାଳୟ/ପ୍ରାକ୍‌-ବିଦ୍ୟାଳୟର ଛାତ୍ରଛାତ୍ରୀ ବା ୩ରୁ ୧୭ବର୍ଷ ବୟସବର୍ଗର ପିଲାଙ୍କୁ କେବେ ଟିକା ଦିଆଯିବ ସେ ବାବଦରେ ସରକାର ଆଦୌ ତୁଣ୍ଡ ଖୋଲୁ ନାହାନ୍ତି । ଆଶ୍ଚର୍ଯ୍ୟଜନକ ଭାବେ, ମୁଖ୍ୟ ବିରୋଧୀ ଦଳ ବିଜେପି କିମ୍ବା କଂଗ୍ରେସ କେହି ଏହି ପ୍ରସଙ୍ଗରେ ସରକାରଙ୍କୁ ଘେରିବା ଦୂର କଥା ପ୍ରଶ୍ନ ବି କରୁନାହାନ୍ତି । ରାଜ୍ୟରେ ବିଜୁଳି ମହଙ୍ଗା ହେବା ପ୍ରସଙ୍ଗରେ ମଧ୍ୟ ସମାନ ଅବସ୍ଥା ।
ଓଡ଼ିଶାବାସୀ ବର୍ଦ୍ଧିତ ହାରରେ ବିଦୁ୍ୟତ୍‌ ବିଲ୍‌ ଦେଉଥିବା ବେଳେ ପଡ଼ୋଶୀ ଛତିଶଗଡ଼ କେନ୍ଦ୍ରୀୟ ନିୟାମକ ସଂସ୍ଥା ସିଇଆର୍‌ସିଙ୍କ ନିର୍ଦ୍ଦେଶନାମା ବଳରେ ହୀରାକୁଦରୁ ଉପିାଦିତ ବିଦୁ୍ୟତ୍‌ ଶସ୍ତା ଦରରେ ପାଉଉଛି । ରାଜ୍ୟର ଘରୋଇ ଉପଭୋକ୍ତାଙ୍କ ଉପରେ ଲଦି ଦିଆ ଯାଇଥିବା ଦରବୃଦ୍ଧି ପ୍ରତ୍ୟାହାର କରିବା ପାଇଁ ଓଇଆର୍‌ସିଙ୍କୁ ୧ମାସ ମଧ୍ୟରେ ଚିଠି ଲେଖିବାକୁ ପ୍ରତିଶ୍ରୁତି ଦେଇ ରାଜ୍ୟ ସରକାର ଆରମରେ ଖସି ଯାଇଛନ୍ତି । ବିରୋଧୀଦଳ ଜନତାଙ୍କ ପାଇଁ ସ୍ୱର ଉଠାଇବା ବଦଳରେ ନିରବତା ଅବଲମ୍ବନ କରିବା ଖୁବ୍‌ ରହସ୍ୟଜନକ ମନେ ହେଉଛି । ଏହି ପରିପ୍ରେକ୍ଷୀରେ, ଶାସକ ଓ ବିରୋଧୀ ଦଳ ଅର୍ଥହୀନ ପୋଷ୍ଟର୍‌ ରାଜନୀତିରେ ନ ମାତି ରାଜ୍ୟବାସୀଙ୍କର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣର୍ ସମସ୍ୟାର ସମାଧାନ ପାଇଁ ଠୋସ୍‌ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

ବିଳମ୍ବ ହୋଇପାରେ ପଞ୍ଚାୟତ ନିର୍ବାଚନ

Read More...

ସାତ ଜିଲ୍ଲାରେ ନିଅଣ୍ଟିିଆ ବର୍ଷା : ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ

ସାତ ଜିଲ୍ଲାରେ ନିଅଣ୍ଟିିଆ ବର୍ଷା : ଗଞ୍ଜାମ ଜିଲ୍ଲାରେ ସର୍ବନିମ୍ନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page