ଡିଏଲ୍‌ , ଲର୍ଣ୍ଣିଂ ବୈଧତା ସେପେଫମ୍ବର ୩୦ ଯାଏଁ ବୃଦ୍ଧି

June 17, 2021, ଓଡ଼ିଶା, , Anupambharat News Bureau


ଡିଏଲ୍‌ , ଲର୍ଣ୍ଣିଂ ବୈଧତା ସେପେଫମ୍ବର ୩୦ ଯାଏଁ ବୃଦ୍ଧି
Anupambharat News Bureau
June 17, 2021


ଭୁବନେଶ୍ୱର, ୧୭ା୬(ଅନୁପମ ମିଡ଼ିଆ): କରୋନା ପାଇଁ ପୁଣିଥରେ ଗାଡ଼ି ସମ୍ପର୍କିତ କାଗଜପତ୍ରର ବୈଧତା ସେପେଫମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି ରାଜ୍ୟ ସରକାର । କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରଣାଳୟର ଅନୁରୋଧ ପରେ ଆଜି ରାଜ୍ୟ ପରିବହନ କର୍ତୃପକ୍ଷ (ଏସଟିଏ)ଙ୍କ ଦ୍ୱାରା ଏହି ନିର୍ଦ୍ଦେଶନାମା ଜାରି ହୋଇଛି । ନିର୍ଦ୍ଦେଶନାମା ଅନୁଯାୟୀ ୨୦୨୦ ଫେବୃୟାରୀ ୧ରୁ ଚଳିତବର୍ଷ ସେପେଫମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୈଧତା ଶେଷ ହୋଇଥିବା ସମସ୍ତ ପ୍ରକାର ଗାଡ଼ି ପାଇଁ ଏହା ପ୍ରଯୁଜ୍ୟ ହେବ । ଗାଡ଼ିଗୁଡ଼ିକର ଫିଟନେସ ସାର୍ଟିଫିକେଟ, ଡ୍ରାଇଭିଂ ଲାଇସେନ୍ସ , ଲର୍ଣ୍ଣିଂ ଲାଇସେନ୍ସ,ରେଜିଷ୍ଟ୍ରେସନ ସାର୍ଟିଫିକେଟ, ସମେତ ମାଲ ପରିବହନ କରୁଥିବା ଗାଡ଼ି , ଘରୋଇ ସେବା ଯୋଗାଉଥିବା ଗାଡ଼ି ଓ ଶିକ୍ଷାନୁଷ୍ଠାନର ବସ୍‌ ର ପରମିଟ୍‌ ବୈଧତାକୁ ସେପେଫମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଅନ୍ୟପକ୍ଷରେ ଗାଡ଼ିର ବୀମା, ପଲୁ୍ୟସନ୍‌ ଓ ସାମୟିକ ପରମିଟ୍‌ ପାଇଁ ଏହି ବୈଧତା କୋହଳ ଲାଗୁ ହେବ ନାହିଁ । ତେବେ ଯେଉଁମାନଙ୍କର ଲର୍ଣ୍ଣିଂ ଲାଇସେନ୍ସ ଅବଧିର ବୈଧତା ୨୦୨୦ ମାର୍ଚ୍ଚ ୧୮ରୁ ଶେଷ ହୋଇଛି ଅବା ୨୦୨୧ ସେପେଫମ୍ବର ୩୦ତାରିଖ ମଧ୍ୟରେ ଶେଷ ହୋଇଯିବ, ସେହି ଦସ୍ତାବିଜଗୁଡ଼ିକ ସେପଫେମ୍ବର ୩୦ତାରିଖ ପର୍ଯ୍ୟନ୍ତ ବୈଧ ରହିବ । ଯେହେତୁ ଡ୍ରାଇଭିଂ ଲାଇସେନ୍ସ ଟେଷ୍ଟ ୨୦୨୦ ମାର୍ଚ୍ଚ ୧୮ତାରିଖରୁ ରଦ୍ଦ ହୋଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୧୬୯୦ କୋଟିର କୋଭିଡ ସହାୟତା:   ଉପକୃତ ହେବେ ଚାଷୀ, ଗରିବ ଓ ଛାତ୍ରଛାତ୍ରୀ

୧୬୯୦ କୋଟିର କୋଭିଡ ସହାୟତା: ଉପକୃତ ହେବେ ଚାଷୀ, ଗରିବ ଓ ଛାତ୍ରଛାତ୍ରୀ

Read More...

୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

୧୩ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page