ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ମହିଳା ମୃତ

May 23, 2019, ଓଡ଼ିଶା, , Anupambharat News Bureau


ସମ୍ପତ୍ତି ଭାଗବଣ୍ଟାକୁ ନେଇ ଗଡ଼ିଲା ମୁଣ୍ଡ, ମହିଳା ମୃତ
Anupambharat News Bureau
May 23, 2019

ଆସିକା,୨୩ା୫(ଅନୁପମ ମିଡ଼ିଆ): ଆସିକା ଥାନା ଅନ୍ତର୍ଗତ ସାପୁଆପଲ୍ଲୀ ଗ୍ରାମରେ ସମ୍ପତ୍ତି ଭାଗବଣ୍ଟାକୁ କେନ୍ଦ୍ର କରି ଦୁଇ ପରିବାର ମଧ୍ୟରେ ମାରପିଟ୍‌ ହୋଇ କାଳିଆ ବେହେରା(୫୫) ନାମ୍ନୀ ମହିଳାଙ୍କ ଶୋଚନୀୟ ମୃତୁ୍ୟ ହୋଇଛି ।
ଏଥିରେ ମୃତ ମହିଳାଙ୍କ ପୁଅ ବୁଲୁ ଓ ଝିଅ ଗୀତା ମଧ୍ୟ ଗୁରୁତର ଆହତ ହୋଇ ବ୍ରହ୍ମପୁର ବଡ଼ମେକଡିକାଲ୍‌ରେ ଚିକିତ୍ସିତ ହେଉଛନ୍ତି । ବୁଧବାର ସନ୍ଧ୍ୟାରେ କାଳିଆ ବେହେରା ପରିବାର ଉପରେ ତାଙ୍କ ସମ୍ପର୍କୀୟ ବିଜୟ ବେହେରା ଓ ତାଙ୍କ ଦୁଇ ପୁଅ ଠେଙ୍ଗାବାଡ଼ିରେ ଆକ୍ରମଣ କରିଥିଲେ ।
ଉଭୟଙ୍କ ମଧ୍ୟରେ ଦୀର୍ଘ ଦିନ ଧରି ବିବାଦ ଲାଗି ରହିଥିବା ବେଳେ ଗତକାଲି ଏହି ଘଟଣା ସଙ୍ଗଠିତ ହୋଇଥିଲା । ଗୁରୁତର ଆହତ ଅବସ୍ଥାରେ ସମସ୍ତଙ୍କୁ ଆସିକା ହସ୍‌ପିଟାଲ୍‌କୁ ଅଣାଯାଇଥିବା ବେଳେ ଡାକ୍ତର କାଳିଆଙ୍କୁ ମୃତ ଘୋଷଣା କରିଥିଲେ ଓ ଦୁଇ ଗୁରୁତର ଆହତଙ୍କୁ ବ୍ରହ୍ମପୁର ସ୍ଥାନାନ୍ତର କରିଥିଲେ । ମୃତ ମହିଳାଙ୍କ ଅନ୍ୟ ପୁଅ ବାବୁରାମଙ୍କ ଅଭିଯୋଗକୁ ଭିତ୍ତି କରି ୧୬୫/୧୯ରେ ହତ୍ୟା ମାମଲା ରୁଜୁ କରି ପୋଲିସ ତଦନ୍ତ ଚଳାଇଥିବା ପୋଲିସ ପ୍ରକାଶ କରିଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଭଞ୍ଜନଗର, ସୋରଡ଼ା, ଆସିକା ବିଧାନସଭା ଆସନରେ ବିଜେଡ଼ିର ଜୟଯାତ୍ରା

ଭଞ୍ଜନଗର, ସୋରଡ଼ା, ଆସିକା ବିଧାନସଭା ଆସନରେ ବିଜେଡ଼ିର ଜୟଯାତ୍ରା

Read More...

୧୫୦ସିସି ବାଇକ୍‌ ଓ ସ୍କୁଟର ନିଷିଦ୍ଧ

୧୫୦ସିସି ବାଇକ୍‌ ଓ ସ୍କୁଟର ନିଷିଦ୍ଧ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page