କରୋନାରେ ପ୍ରଭାବିତ ପିଲାଙ୍କ ମୌଳିକ ସୁବିଧା ଯୋଗାଇବା ସୁପ୍ରିମକୋର୍ଟର ନିର୍ଦ୍ଦେଶ

June 08, 2021, ଦେଶ, , Anupambharat News Bureau


କରୋନାରେ ପ୍ରଭାବିତ ପିଲାଙ୍କ ମୌଳିକ ସୁବିଧା ଯୋଗାଇବା ସୁପ୍ରିମକୋର୍ଟର ନିର୍ଦ୍ଦେଶ
Anupambharat News Bureau
June 08, 2021


ନୂଆଦିଲ୍ଲୀ: କରୋନା ପ୍ରଭାବିତ ପିଲାମାନଙ୍କ ମୌଳିକ ସୁବିଧା ପ୍ରଦାନ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ୋକଭିଡ଼-୧୯ ମହାମାରୀରେ ଦେଶରେ ଅନେକ ଜୀବନଦୀପ ଅକାଳରେ ଲିଭିଯାଇଛି । ହେଲେ ନିଜ ପିତା, ମାତାଙ୍କୁ ହରାଇଥିବା ଅନାଥ ପିଲାଙ୍କ ଭବିଷ୍ୟତ ବର୍ତ୍ତମାନ ଅନ୍ଧାର ଆଡ଼କୁ ଠେଲି ହେବାକୁ ବସିଛି । ଏନେଇ ସୁପ୍ରିମକୋର୍ଟ ଅନାଥ ଶିଶୁଙ୍କ ଚିହ୍ନଟ କରି ସେମାନଙ୍କ ମୌଳିକ ସୁବିଧା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ସମସ୍ତ ରାଜ୍ୟର କୋଭିଡ଼ରେ ମୃତୁ୍ୟବରଣ କରିଥିବା ଉଭୟ ପିତା ମାତା ହରାଇଥିବା ପିଲା ଏବଂ ପିଲାଙ୍କ ଭରଣପୋଷଣ ନକରିପାରୁଥିବା ମାତା ହୁଅନ୍ତୁ ସେମାନଙ୍କୁ ଜିଲ୍ଲା ବାଳ ସଂରକ୍ଷଣ ଅଧିକାରୀ ସସମସ୍ତଙ୍କୁ ଚିହ୍ନଟ କରି ସେମାନଙ୍କୁ ଖାଦ୍ୟ, ବସ୍ତ୍ର, ଔଷଧ ଇତ୍ୟାଦିର ବ୍ୟବସ୍ଥା କରିବାକୁ ଜଷ୍ଟିସ୍‌ ଏଲ ନାଗେଶ୍ୱର ଏବଂ ଜଷ୍ଟିସ ଅନିରୁଦ୍ଧ ବୋସଙ୍କ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଛି । ରାଜ୍ୟ ଏବଂ କେନ୍ଦ୍ରଶଶସିତ ଅଞ୍ଚଳଗୁଡ଼ିକ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଅନାଥ ପିଲା ଯେମିତି ନିଜ ସ୍କୁଲରେ ପଢ଼ା ଜାରୀ ରଖିପାରିବେ ସେ ନେଇ ଧ୍ୟାନ ରଖିବେ । ମାର୍ଚ୍ଚ ୨୦୨୦ ପରେ ଯେଉଁମାନେ କରୋନାରେ ମୃତୁ୍ୟବରଣ କରିଛନ୍ତି ସେହି ଅନାଥ ପିଲାଙ୍କ ତଥ୍ୟ ଏନସିପିସିଆର େୱବସାଇଟରେ ଅପଲୋଡ଼ କରିବେ । ଚାଇଲ୍‌ଡ଼ ଲାଇନ ୧୦୯୮, ସ୍ୱାସ୍ଥ୍ୟ ଅଧିକାରୀ, ପଞ୍ଚାୟତିରାଜ ସଂସ୍ଥା, ପୁଲିସ ଅଧିକାରୀ, ସରକାରୀ ସଙ୍ଗଠନ ବିଭିନ୍ନ ଏନଜିଓ ମାଧ୍ୟମରେ ଅନାଥ ପିଲାଙ୍କ ତଥ୍ୟ ବାହାର କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନଦୀରେ ଭ୍ୟାନ୍‌ ଖସି ୧୭ ମୃତ : ଗୋଟିଏ ପରିବାରରୁ ୧୬

ନଦୀରେ ଭ୍ୟାନ୍‌ ଖସି ୧୭ ମୃତ : ଗୋଟିଏ ପରିବାରରୁ ୧୬

Read More...

 ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା କାଶୀବିଶ୍ୱନାଥ

ଶ୍ରଦ୍ଧାଳୁଙ୍କ ପାଇଁ ଖୋଲିଲା କାଶୀବିଶ୍ୱନାଥ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page