ଆଇପିଏଲ୍‌ : ବିଦେଶୀ ଖେଳାଳିଙ୍କ ଦରମା କାଟିପାରେ ବିସିସିଆଇ

June 02, 2021, କ୍ରୀଡ଼ା, , Anupambharat News Bureau


ଆଇପିଏଲ୍‌  : ବିଦେଶୀ ଖେଳାଳିଙ୍କ ଦରମା କାଟିପାରେ ବିସିସିଆଇ
Anupambharat News Bureau
June 02, 2021


୨ା୬: ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ରେ ଆଇପିଏଲର ଅବଶିଷ୍ଟ ୩୧ଟି ମ୍ୟାଚ୍‌ ଆୟୋଜନ ପାଇଁ ବିସିସିଆଇ ପ୍ରସ୍ତୁତି ଆରମ୍ଭ କରିଛି । ବୋର୍ଡ ସଭାପତି ସୌରଭ ଗାଙ୍ଗୁଲି ଏବଂ ସଚିବ ଜୟ ଶାହାଙ୍କ ସମେତ ଅନେକ ବରିଷ୍ଠ ଅଧିକାରୀ ବର୍ତ୍ତମାନ ୟୁଏଇରେ ଅଛନ୍ତି । ଲିଗର ଦ୍ୱିତୀୟ ପର୍ଯ୍ୟାୟରେ ଇଂଲଣ୍ଡ ଖେଳାଳିଙ୍କ ସହ କିଛି ବିଦେଶୀ ଖେଳାଳି ଉପଲବ୍ଧ ନ ହେବା ଖବର ମଧ୍ୟରେ ବିସିସିଆଇ କଡ଼ ଆଭିମୁଖ୍ୟ ଗ୍ରହଣ କରିଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ୟୁଏଇ ଆସିବାକୁ ଚାହୁଁନଥିବା ବିଦେଶୀ ଖେଳାଳିଙ୍କ ଦରମା କାଟିବ ବିସିସିଆଇ । ଆଇପିଏଲ୍‌ ଦ୍ୱିତୀୟ ପର୍ଯ୍ୟାୟ ୧୮-୧୯ ସେପେଫମ୍ବରରୁ ଆରମ୍ଭ ହୋଇପାରେ ଅକେଫାବର ୯-୧୦ ରେ ଫାଇନାଲ ଖେଳାଯିବା ସମ୍ଭାବନା ରହିଛି ।ରିପୋର୍ଟ ଅନୁଯାୟୀ, ଯଦି ପ୍ୟାଟ୍‌ କମିନ୍ସଙ୍କ ଭଳି ଖେଳାଳିମାନେ ବାକି ମ୍ୟାଚ୍‌ ମିସ୍‌ କରନ୍ତି, ତେବେ ସେମାନଙ୍କ ଫ୍ରାଞ୍ଚାଇଜ୍‌ ପ୍ରୋ-ରାଟା ଆଧାରରେ ସେମାନଙ୍କୁ ଦରମା ପ୍ରଦାନ କରିବ ଅର୍ଥାି ଖେଳାଳିମାନେ ଯେତିକି ମ୍ୟାଚ୍‌ ଖେଳିଛନ୍ତି ସେହି ଅନୁପାତରେ ସେମାନଙ୍କୁ ଦରମା ପ୍ରଦାନ କରାଯିବ ଉଦାହରଣ ସ୍ୱରୂପ, କମିନ୍ସଙ୍କୁ କୋଲକାତା ନାଇଟ୍‌ ରାଇଡର୍ସ ୧୫.୫ କୋଟିରେ କିଣିଛି । ଯଦି ସେ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟରେ ଯୋଗ ନ ଦିଅନ୍ତି, ତେବେ ତାଙ୍କୁ କେବଳ ୭.୭୫ କୋଟି ଟଙ୍କା ମିଳିବ । ଇଂଲଣ୍ଡ କ୍ରିକେଟ୍‌ ବୋର୍ଡର ପରିଚାଳନା ନିର୍ଦ୍ଦେଶକ ଆଶ୍ଲି ଜାଇଲ୍ସ କହିଛନ୍ତି ଯେ ତାଙ୍କ ଖେଳାଳିମାନେ ଆଇପିଏଲର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ୟୁଏଇ ଯାଇପାରିବେ ନାହିଁ । ଏହି ସମୟ ମଧ୍ୟରେ ଇଂଲଣ୍ଡର ଅନେକ ଦେଶ ସହିତ ସିରିଜ୍‌ ଅଛି ଏଭଳି ପରିସ୍ଥିତିରେ ଇୟନ୍‌ ମୋର୍ଗାନ୍‌, ଜୋସ୍‌ ବଟଲରଙ୍କ ସମେତ ଅନେକ ଇଂଲଣ୍ଡ ଖେଳାଳିଙ୍କ ଦରମା କଟାଯାଇପାରେ ।ଅଷ୍ଟ୍ରେଲୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ପ୍ୟାଟ୍‌ କମିନ୍ସ ମଧ୍ୟ ଅବଶିଷ୍ଟ ଆଇପିଏଲ୍‌ ପାଇଁ ଉପଲବ୍ଧ ହେବେ ନାହିଁ । ଏହି ସମୟରେ ସେ ପରିବାର ସହିତ ରହିବେ ଏବଂ ୟୁଏଇକୁ ଯିବେ ନାହିଁ । ଏଭଳି ସ୍ଥିତିରେ ଏହି ଦ୍ରୁତ ବୋଲରଙ୍କ ଦରମା ମଧ୍ୟ ହ ୍ରାସ କରାଯାଇପାରେ । ସେହିପରି ବାଂଲାଦେଶୀ ଖେଳାଳି ଶାକିବ ଅଲ ହାସନ ଏବଂ ମୁସ୍ତାଫିଜୁର ରହମାନଙ୍କ ମଧ୍ୟ ଆଇପିଏଲରେ ଖେଳିବା ସମ୍ଭାବନା କମ୍‌ ।
ତେବେ ବିସିସିଆଇ କେନ୍ଦ୍ରୀୟ ଚୁକ୍ତିରେ ଅଂଶ ଥିବା ଭାରତୀୟ ଖେଳାଳିଙ୍କୁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ । ଏଥିରେ ବିସିସିଆଇର ଖେଳାଳି ବୀମା ଯୋଜନା କାର୍ଯ୍ୟକ୍ଷମ ହେବ । ୨୦୧୧ ଆଇପିଏଲ୍‌ ସମୟରେ ଭାରତୀୟ ଖେଳାଳିଙ୍କ ସହ ଆଲୋଚନା ପରେ ତତ୍କାଳୀନ ବିସିସିଆଇ ସଚିବ ଏନ ଶ୍ରୀନିବାସନ୍‌ ଏହି ଯୋଜନା ଲାଗୁ କରିଥିଲେ । ଏହା ଅଧୀନରେ ଯଦି ଖେଳାଳିମାନେ ବ୍ୟକ୍ତିଗତ କାରଣରୁ ଆଇପିଏଲରେ ଅଂଶଗ୍ରହଣ ନକରନ୍ତି ତେବେ ସେମାନଙ୍କୁ କ୍ଷତିପୂରଣ ଦିଆଯିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ବିଜେପି କାଉନ୍ସିଲରକୁ ହତ୍ୟା କଲେ ଆତଙ୍କବାଦୀ

ବିଜେପି କାଉନ୍ସିଲରକୁ ହତ୍ୟା କଲେ ଆତଙ୍କବାଦୀ

Read More...

ଖେଳାଳିଙ୍କ ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ:କୋହଲି

ଖେଳାଳିଙ୍କ ମାନସିକ ସ୍ୱାସ୍ଥ୍ୟ ଗୁରୁତ୍ୱପୂର୍ଣ୍ଣ:କୋହଲି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page