ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି

June 02, 2021, ଓଡ଼ିଶା, , Anupambharat News Bureau


ସବୁ ମୁଖ୍ୟମନ୍ତ୍ରୀଙ୍କୁ ନବୀନଙ୍କ ଚିଠି
Anupambharat News Bureau
June 02, 2021


ଭୁବନେଶ୍ୱର, ୨ା୬(ଅନୁପମ ମିଡ଼ିଆ): କରୋନା ଟିକାକରଣ ନେଇ ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କୁ ଚିଠି ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟିକା ସଙ୍କଟ ଦୂର କରିବା ନେଇ ସମସ୍ତଙ୍କ ସହମତି ଲୋଡ଼ି ଚିଠି ଲେଖିଛନ୍ତି ନବୀନ । ୧୮ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଟିକା ଘୋଷଣା ପରେ ଦେଶରେ ଦେଖାଦେଇଥିବା ଚାହିଦା ମେଣ୍ଟାଇବାକୁ କେନ୍ଦ୍ର ସରକାରଙ୍କୁ ଦେଇଥିବା ପ୍ରସ୍ତାବ ସମ୍ପର୍କରେ ଚିଠି ଲେଖି ଅନ୍ୟରାଜ୍ୟମାନଙ୍କୁ ଅବଗତ କରାଇଛନ୍ତି । ପ୍ରସ୍ତାବ ଉପରେ ଅନ୍ୟ ରାଜ୍ୟମାନେ ମଧ୍ୟ ଆଲୋଚନା କରି ଏକ ଚୂଡ଼ାନ୍ତ ନିଷ୍ପତ୍ତି ନେବାକୁ ପରାମର୍ଶ ଦେଇଛନ୍ତି । କେନ୍ଦ୍ର ସରକାରଙ୍କୁ ମୁଖ୍ୟମନ୍ତ୍ରୀ ଦେଇଥିବା ପ୍ରସ୍ତାବରେ ଗ୍ଳୋବାଲ ମାର୍କେଟରୁ ଟିକା କିଣି ରାଜ୍ୟମାନଙ୍କୁ ଯୋଗାଇଦେବା ସମ୍ପର୍କରେ ଉଲ୍ଲେଖ ରହିଛି । ଏଥିସହିତ ଟିକାକରଣ କାର୍ଯ୍ୟକ୍ରମର ବିକେନ୍ଦ୍ରୀକରଣ କରାଯାଇ ରାଜ୍ୟମାନଙ୍କୁ ଟିକାକରଣ ନେଇ ଅନୁମତି ଦେବାକୁ ମଧ୍ୟ ପତ୍ରରେ ଉଲ୍ଲେଖ ରହିଛି । ରାଜ୍ୟର ବହୁସ୍ଥାନରେ ସ୍ଥାନରେ ଇଣ୍ଟରନେଟର ସୁବିଧା ନଥିବାରୁ ଏବଂ ଅଧିବାସୀ ଅଧ୍ୟୁଷିତ ଅଞ୍ଚଳରେ ଟିକାକରଣ ନେଇ ପଞ୍ଜୀକରଣ କରିବାରେ ଅସୁବିଧା ହେଉଛି । ଏଣୁ ଏଭଳି ସ୍ଥିତିରେ ରାଜ୍ୟକୁ ଟିକାକରଣ ନେଇ ନିଜସ୍ୱ ମେକାନିଜମ୍‌ ଜରିଆରେ କାର୍ଯ୍ୟକ୍ରମକୁ ତ୍ୱରାନ୍ୱିତ କରିବାକୁ କ୍ଷମତା ଦେବା ପାଇଁ ଉଲ୍ଲେଖ ରହିଛି ।ଟିକା ପାଇଁ ରାଜନୈତିକ ହେଉ ବା ଅନ୍ୟ କୌଣସି ପ୍ରକାରର ମତଭେଦକୁ ଭୁଲି ଏହି ମାମଲାରେ ସହମତି ତିଆରି କରି ଲୋକଙ୍କ ଜୀବନ ରକ୍ଷା ପାଇଁ କୋ-ଅପରେଟିଭ ଫେଡେରାଲିଜମର ଭାବନାକୁ ନେଇ କାମ କରିବାକୁ ପଡିବ ବୋଲି ସେ ପତ୍ରରେ ଲେଖିଛନ୍ତି । ଆମ ଲୋକଙ୍କୁ ସୁରକ୍ଷା ଦେବାର ଏକମାତ୍ର ମାଧ୍ୟମ ହେଉଛି ଟିକା । ଯୁଦ୍ଧକାଳୀନ ଭିତିରେ ଟିକାକରଣ ନକଲେ କୌଣସି ରାଜ୍ୟ ସୁରକ୍ଷିତ ନୁହେଁ । କେନ୍ଦ୍ର ନିୟମ କୋହଳ କଲା ପରେ କିଛି ରାଜ୍ୟ ଟେଣ୍ଡର ଡାକିଛନ୍ତି । କି;ୁ ଟିକା କମ୍ପାନୀମାନେ କେନ୍ଦ୍ର ସରକାରଙ୍କ ଠାରୁ କ୍ଲିୟରାନ୍ସ ଚାହୁଁଛନ୍ତି । ସେମାନେ ସିଧାସଳଖ ରାଜ୍ୟ ସରକାରଙ୍କ ସହ ଚୁକ୍ତି ଚାହୁଁ ନାହାନ୍ତି । ଏଭଳି ସ୍ଥିତିରେ ଏକମାତ୍ର ବିକଳ୍ପ କେନ୍ଦ୍ର ଟିକା ଆଣି ରାଜ୍ୟକୁ ବାଣ୍ଟୁ । ସମସ୍ତଙ୍କୁ ଟିକାକରଣ ପାଇଁ ନିୟମରେ କୋହଳ ପାଇଁ ରାଜ୍ୟକୁ ଅନୁମତି ମିଳୁ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଉଲ୍ଲେଖ୍ୟଯୋଗ୍ୟ କରୋନା ଟିକା ରାଜ୍ୟ ସରକାର ଡାକିଥିବା ଗ୍ଲୋବାଲ
ଟେଣ୍ଡରରେ ଦେଶର ଦୁଇ ପ୍ରମୁଖ ଟିକା ଉତ୍ପାଦନକାରୀ କମ୍ପାନୀ ଶିରମ ଇନଷ୍ଟିଚୁ୍ୟଟ(କୋଭିଶିଲଡ) ଓ ଭାରତ ବାୟୋଟେକ(କୋଭାକ୍ସିନ)ରେ ସାମିଲ ହୋଇନାହାନ୍ତି । ବିଦେଶୀ ଟିକା କମ୍ପାନୀ ଫାଇଜର ଓ ମଡେର୍ଣ୍ଣା ମଧ୍ୟ ଟିକା ଯୋଗାଇବା ପାଇଁ ରାଜ୍ୟ ନୁହେଁ ବରଂ କେନ୍ଦ୍ର ସରକାରଙ୍କ ସହ ଚୁକ୍ତିବଦ୍ଧ ହେବାକୁ ଚାହୁଁଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟିକାକରଣ ଶୈଳୀକୁ ସମାଲୋଚନା କଲେ ସୁପ୍ରିମକୋର୍ଟ

ଟିକାକରଣ ଶୈଳୀକୁ ସମାଲୋଚନା କଲେ ସୁପ୍ରିମକୋର୍ଟ

Read More...

ତିନି ଦିନ ବର୍ଷା ସମ୍ଭାବନା

ତିନି ଦିନ ବର୍ଷା ସମ୍ଭାବନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page