ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶ୍ରଣ

May 18, 2021, ଓଡ଼ିଶା, , Anupambharat News Bureau


ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶ୍ରଣ
Anupambharat News Bureau
May 18, 2021


ବ୍ରହ୍ମପୁର, ୧୮ା୫ (ଅନୁପମ ମିଡ଼ିଆ) : ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟକୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟରେ ମିଶ୍ରଣ ନେଇ ମଙ୍ଗଳବାର ସରକାର ପ୍ରକିୟା ଆରମ୍ଭ କରିଛନ୍ତି । ଫଳରେ ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟରେ ଏକ ପ୍ରକାର ପୂର୍ଣ୍ଣଛେଦ ପଡ଼ିଛି । ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ଏମର୍ମରେ ଜାରି ଚିଠିରେ ଉଲ୍ଳେଖ ରହିଛି ଯେ, ୨୦୧୫ରେ ଖଲ୍ଲିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟର ମାନ୍ୟତା ମିଳିଥିଲା । ତେବେ ଆସନ୍ତା ଅକେଫାବର ପହିଲାରୁ ଏହି ମାନ୍ୟତା ପ୍ରତ୍ୟାହାର ସହ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ମିଶ୍ରଣ କରାଯିବ । ଖଲ୍ଳିକୋଟ ସ୍ୱୟଂଶାସିତ ମହାବିଦ୍ୟାଳୟକୁ ଏକକ ବିଶ୍ୱବିଦ୍ୟାଳୟର ମାନ୍ୟତା ଦିଆଯାଇଛି । ଫଳରେ ଖଲ୍ଳିକୋଟ ବିଶ୍ୱବିଦ୍ୟାଳୟ ଆସନ୍ତା ଅକେଫାବର ପହିଲାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସହ ମିଶ୍ରଣ ହେବ । ଏହି ବିଶ୍ୱବିଦ୍ୟାଳୟର ନିୟମିତ କର୍ମଚାରୀମାନେ ଆସନ୍ତା ଅକେଫାବରଠାରୁ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଅଧୀନରେ କାର୍ଯ୍ୟ କରିବା ସହ ସେଠାରୁ ଦରମା ପାଇବେ । ଖଲ୍ଲିକୋଟ ବିଶ୍ୱବିଦ୍ୟାଳୟର ସମସ୍ତ ଆସବାବପତ୍ର ଆସନ୍ତା ସେପେଫମ୍ବର ୩୦ ତାରିଖ ସୁଦ୍ଧା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟକୁ ହସ୍ତାନ୍ତର ପାଇଁ ସୂଚନା ଦିଆଯାଇଛି । ଏପରିକି କନିଷିଠାରେ ଖଲ୍ଳିକୋଟ ବିଶ୍ୱବିଦ୍ୟାଳୟ ପାଇଁ ମିଳିଥିବା ଜମିକୁ ରାଜ୍ୟ ସରକାରଙ୍କ ରାଜସ୍ୱ ବିଭାଗକୁ ସମର୍ପଣ ପାଇଁ କୁହାଯାଇଛି । ଏପରିକି ସେପେଫମ୍ବର ୩୦ ତାରିଖ ପରେ ସମସ୍ତ ଡିଗ୍ରୀ, ସାର୍ଟିଫିକେଟ୍‌, ଅନ୍ୟାନ୍ୟ ବ୍ୟବସ୍ଥା ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ଦ୍ୱାରା କରାଯିବ ବୋଲି କୁହାଯାଇଛି । ସଂପ୍ରତି ଖଲ୍ଲିକୋଟ କଲେଜକୁ ଏକକ ବିଶ୍ୱବିଦ୍ୟାଳୟରେ ପରିଣତ କରିବାକୁ ସରକାର ଘୋଷଣା କରିଥିଲେ । ପ୍ରକାଶଥାଉକି ଗତ ୨୦୧୫ରେ ସରକାର ଖଲ୍ଳିକୋଟ କ୍ଳଷ୍ଟର ବିଶ୍ୱବିଦ୍ୟାଳୟ ମାନ୍ୟତା ଦେବା ସହ ଏହା ଅଧିନରେ ଖଲ୍ଳିକୋଟ ମହାବିଦ୍ୟାଳୟ, ବିନାୟକ ଆଚାର୍ଯ୍ୟ ମହାବିଦ୍ୟାଳୟ,ଗୋପାଳପୁର କଲେଜ, ଏସବିଆରଜି କଲେଜ ଏବଂ ସରକାରୀ ବିଜ୍ଞାନ ମହାବିଦ୍ୟାଳୟକୁ ଏହା ସହିତ ଅନୁବନ୍ଧିତ କରାଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଉପକୂଳ ମୁହାଁ ହୋଇପାରେ ‘ୟଶ’!

ଉପକୂଳ ମୁହାଁ ହୋଇପାରେ ‘ୟଶ’!

Read More...

 ଆଉ ପ୍ଲାଜମାଥେରାପି ହେବନି: ମୁଖ୍ୟମନ୍ତ୍ରୀ

ଆଉ ପ୍ଲାଜମାଥେରାପି ହେବନି: ମୁଖ୍ୟମନ୍ତ୍ରୀ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page