ଜୁନ୍‌ ୧ ଯାଏଁ ବଢିଲା ଲକ୍‌ ଡାଉନ୍‌

May 18, 2021, ଓଡ଼ିଶା, , Anupambharat News Bureau


ଜୁନ୍‌ ୧ ଯାଏଁ ବଢିଲା ଲକ୍‌ ଡାଉନ୍‌
Anupambharat News Bureau
May 18, 2021


ଭୁବନେଶ୍ୱର, ୧୮ା୫(ଅନୁପମ ମିଡ଼ିଆ): ରାଜ୍ୟ ସରକାର ଆଜି କୋଭିଡ୍‌ ପାଇଁ ଜାରି ହୋଇଥିବା ଲକ୍‌ଡାଉନ୍‌କୁ ଆଉ ଦୁଇ ସପ୍ତାହ ଅର୍ଥାତ ଜୁନ ୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି । ଜୁନ୍‌ ୧ ତାରିଖ ସକାଳ ୫ଟା ପର୍ଯ୍ୟନ୍ତ ରାଜ୍ୟରେ ଲକ୍‌ଡାଉନ୍‌ ବଳବତ୍ତର ରହିବ । ଏଥିସହ ସପ୍ତାହାନ୍ତ ସଟ୍‌ଡାଉନ୍‌ ବଳବତ୍ତର ରହିବ । ସୋମବାରରୁ ଶୁକ୍ରବାର ପର୍ଯ୍ୟନ୍ତ କିଣାକିଣି କରିବାକୁ ମିଳୁଥିବା ୬ ଘଣ୍ଟା କୋହଳ ସମୟକୁ ୪ ଘଣ୍ଟାକୁ ହ ୍ରାସ କରାଯାଇଛି । ଏଣିକି ସକାଳ ୬ଟାରୁ ଦିନ ୧୨ଟା ପରିବର୍ତ୍ତେ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ କିଣାକିଣି ପାଇଁ ଅନୁମତି ମିଳିବ । ସେହିପରି ବିବାହ କାର୍ଯ୍ୟରେ କେବଳ ୨୫ ଜଣ ଲୋକ ଭାଗ ନେଇପାରିବେ । ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ଆଦି କାର୍ଯ୍ୟକ୍ରମରେ ଭୋଜିଭାତକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ମଙ୍ଗଳବାର ଏକ ସ୍ୱତନ୍ତ୍ର ଭିଡ଼ିଓ ବାର୍ତ୍ତା ମାଧ୍ୟମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏ ବାବଦରେ ଘୋଷଣା କରିଛନ୍ତି । ମୁଖ୍ୟ ଶାସନ ସଚିବ କହିଛନ୍ତି ଯେ, ପ୍ରଥମ ଲକ୍‌ଡାଉନ୍‌ ସମୟରେ ସରକାରଙ୍କ ତରଫରୁ ନିଆଯାଇଥିବା ବିଶେଷ ପଦକ୍ଷେପ ପାଇଁ ଅନେକ ସୁଫଳ ମିଳିଛି ଏବଂ ଯେଉଁ ହାରରେ କରୋନା ରୋଗୀ ସଂଖ୍ୟା ବୃଦ୍ଧି ପାଉଥିଲା ସେଥିରେ ହ ୍ରାସ ଘଟିଛି । ଗତ ୧୫ ଦିନ ହେବ ରାଜ୍ୟରେ ସକ୍ରିୟ ରୋଗୀ ସଂଖ୍ୟା ପ୍ରାୟ ସମାନ ସ୍ତରରେ ରହଛି । ଏପରିକି କିଛି ଜିଲ୍ଲାରେ ଧୀରେ ଧୀରେ କମିବା ଆରମ୍ଭ କରିଛି । ତଥାପି ରାଜ୍ୟରେ ଦୈନିକ ୧୦ ହଜାରରୁ ଊର୍ଦ୍ଧ୍ୱ କୋଭିଡ୍‌ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲକ୍‌ଡାଉନ୍‌ ଅବଧିକୁ ଆଉ ୧୪ ଦିନ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛନ୍ତି । ଲକ୍‌ଡାଉନ୍‌ ଅବଧି ବୃଦ୍ଧିର ଉଦ୍ଦେଶ୍ୟ ହେଉଛି ଲୋକମାନେ ଘରେ ରହିବେ ଏବଂ ସଂକ୍ରମଣର ଶୃଙ୍ଖଳ ଭାଙ୍ଗିବ ବୋଲି ମୁଖ୍ୟ ଶାସନ ସଚିବ ଆଶାବ୍ୟକ୍ତ କରିଛନ୍ତି । ଏହି ଲକ୍‌ଡାଉନ୍‌ରେ ପୂର୍ବରୁ ବଳବତ୍ତର ଥିବା କଟକଣାକୁ ଅଧିକ କଡ଼ାକଡ଼ି କରିବାକୁ ସରକାର ସ୍ଥିର କରିଛନ୍ତି । ଦ୍ୱିତୀୟ ଦଫାର ଏହି ଲକ୍‌ଡାଉନ୍‌ରେ ସୋମବାରଠାରୁ ଶୁକ୍ରବାର ସକାଳ ୬ଟାରୁ ଦିନ ୧୨ଟା ପରିବର୍ତ୍ତେ ସକାଳ ୭ଟାରୁ ଦିନ ୧୧ଟା ପର୍ଯ୍ୟନ୍ତ ଅତ୍ୟାବଶ୍ୟକ ସାମଗ୍ରୀ ଦୋକାନ ଖୋଲା ରହିବ ଓ ଲୋକମାନଙ୍କୁ କିଣାକିଣି ପାଇଁ ଅନୁମତି ମିଳିବ । ସପ୍ତାହାନ୍ତ ସଟ୍‌ଡାଉନ୍‌ କଟକଣା ଜାରି ରହିବ । ବିବାହ, ବ୍ରତ ଓ ଅନ୍ତ୍ୟେଷ୍ଟି କ୍ରିୟା ଆଦିରେ ଥିବା କଟକଣାକୁ ଆହୁରି କଡ଼ାକଡ଼ି କରାଯାଇଛି । ପୂର୍ବରୁ ବିବାହ ପାଇଁ ୫୦ ଜଣଙ୍କୁ ଅନୁମତି ଥିଲା । କି;ୁ ଏହି ଲକ୍‌ଡାଉନ୍‌ରେ ୫୦ ପରିବର୍ତ୍ତେ କେବଳ ୨୫ ଜଣ ଲୋକ ଭାଗ ନେଇପାରିବେ । ଏହିସବୁ କାର୍ଯ୍ୟକ୍ରମରେ ଭୋଜିଭାତକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଘରକୁ ଡାକି ଅତିଥିମାନଙ୍କୁ ଭୋଜିଭାତ ଦିଆଯାଇ ପାରିବ ନାହିଁ । ତେବେ ଅତିଥିମାନଙ୍କୁ ପ୍ୟାକେଟ ଜରିଆରେ ଖାଦ୍ୟ ଦିଆଯାଇପାରିବ । ସେହିପରି ସରକାରୀ ଓ ବେସରକାରୀ କାର୍ଯ୍ୟାଳୟସବୁ ସର୍ବନିମ୍ନ କର୍ମଚାରୀଙ୍କ ଦ୍ୱାରା ଚାଲିବ । ଅତ୍ୟାବଶ୍ୟକ ସେବା ଯଥା ସ୍ୱାସ୍ଥ୍ୟସେବା, କୃଷି କାର୍ଯ୍ୟ, ନିର୍ମାଣ କାର୍ଯ୍ୟ, ଶ୍ରମିକ ପରିବହନ, ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଆଦି ପୂର୍ବ ପରି ଚାଲୁ ରହିବ । ଯେଉଁସବୁ କାର୍ଯ୍ୟ ଉପରେ ପୂର୍ବରୁ କଟକଣା ଲଗା ଯାଇଥିଲା ତାହା ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ରେ ମଧ୍ୟ ବଳବତ୍ତର ରହିବ । ନିହାତି ଆବଶ୍ୟକ ନଥିଲେ କେହି ବାହାରକୁ ନବାହାରିବା ପାଇଁ ମୁଖ୍ୟ ଶାସନ ସଚିବ ମହାପାତ୍ର ରାଜ୍ୟବାସୀଙ୍କୁ ଅନୁରୋଧ କରିଛନ୍ତି । ଏହି ଲକ୍‌ଡାଉନ୍‌ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟ ଶାସନ ସଚିବ ସତର୍କ କରିଛନ୍ତି ।
ସେହିପରି ଅତ୍ୟାବଶ୍ୟକ ସେବା ଛଡ଼ା ଅନ୍ୟ ସବୁ ସରକାରୀ ଅଫିସ୍‌ ଷ୍ଟାଫ୍‌ କମିବେ । ଅଣଅତ୍ୟାବଶ୍ୟକ ସେବା ସରକାରୀ ଅଫିସ୍‌ ୧୦% ଷ୍ଟାଫରେ ଚାଲିବ । ଜିଲ୍ଲା ପ୍ରଶାସନ ଓ ଟ୍ରେଜେରୀ ଅଫିସ୍‌ ରେ ଷ୍ଟାଫ୍‌ ଯଥେଷ୍ଟ କମାଯିବ । ବେସରକାରୀ ଓ କର୍ପୋରେଟ ଅଫିସ ୩୩% କର୍ମଚାରୀରେ ଚାଲିବ । ପୋଲିସ, ହୋମଗାର୍ଡ ଓ ଅଗ୍ନିଶମ କର୍ମଚାରୀଙ୍କ ପାଇଁ କଟକଣା ନାହିଁ । ଗ୍ୟାରେଜ ଓ ଗାଡ଼ି ମରାମତି ଦୋକାନ ଖୋଲିବାକୁ ଅନୁମତି ମିଳିବ । ସକାଳ ୫ଟାରୁ ୮ଟା ପର୍ଯ୍ୟନ୍ତ ଖବର କାଗଜ ବିତରଣ ଅନୁମତି ମିଳିବ । ଏହି ସମୟରେ ଟିକାକରଣ ଓ ଟେଷ୍ଟିଂ ଉପରେ କୌଣସି କଟକଣା ରହିବ ନାହିଁ । ଅପରପକ୍ଷରେ ଲକ୍‌ଡାଉନ୍‌ ସମୟରେ ରାଜ୍ୟ ଭିତରେ ଓ ରାଜ ବାହାରେ ବସ୍‌ ଚଳାଚଳ ବନ୍ଦ ରହିବ । ମେଳା , ପ୍ରଦର୍ଶନୀ , ସିନେମା ହଲ୍‌ , ଯାତ୍ରା ପରିବେଶଣ , ସେଲୁନ୍‌ , ପାର୍ଲର୍‌ , ଜିମ୍‌ , ମଲ୍‌ ,
ମାର୍କେଟ୍‌ କମ୍ପ୍ଳେକ୍ସ , ପାର୍କ , ବାର୍‌ ଆଦି ବନ୍ଦ ରହିବ । ସମସ୍ତ ଶିକ୍ଷାନୁଷ୍ଠାନ ଓ କୋଚିଂ ସେଣ୍ଟର ବନ୍ଦ ରହିବ । ଉଲ୍ଲେଖ୍ୟଯୋଗ୍ୟ ଯେ, ଦୈନିକ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ଚାଲିବାରୁ ମେ’ ୫ରୁ ୧୯ ତାରିଖ ପର୍ଯ୍ୟନ୍ତ ସରକାର ପୁରା ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଦାନା ବାନ୍ଧୁଛି ଲଘୁଚାପ

ଦାନା ବାନ୍ଧୁଛି ଲଘୁଚାପ

Read More...

ତାକତ ଦେଖାଇଲା ତାଉ’ତେ:   ମହାରାଷ୍ଟ୍ରରେ ଛ’ମୃତ, ବ୍ୟାପକ କ୍ଷୟକ୍ଷତି

ତାକତ ଦେଖାଇଲା ତାଉ’ତେ: ମହାରାଷ୍ଟ୍ରରେ ଛ’ମୃତ, ବ୍ୟାପକ କ୍ଷୟକ୍ଷତି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page