ଓଡ଼ିଶାକୁ ଯୋଗାଯାଇଛି ୧,୪୧,୦୦୦ ରେମଡ଼େସିଭିର ଇଞ୍ଜେକସନ୍‌

May 16, 2021, ଦେଶ, , Anupambharat News Bureau


ଓଡ଼ିଶାକୁ ଯୋଗାଯାଇଛି ୧,୪୧,୦୦୦ ରେମଡ଼େସିଭିର ଇଞ୍ଜେକସନ୍‌
Anupambharat News Bureau
May 16, 2021

ନୂଆଦିଲ୍ଲୀ, ୧୬ା୫: ଦେଶର ପ୍ରତ୍ୟେକ ରାଜ୍ୟର ଆବଶ୍ୟକତାକୁ ବିଚାରକୁ ନେଇ ଏବଂ ଏହି ଭ୍ୟାକ୍ସିନ ପର୍ଯ୍ୟାପ୍ତ ମାତ୍ରାରେ ଉପଲବ୍ଧ ହେବାକୁ ସୁନିଶ୍ଚିତ କରିବା ସକାଶେ କେନ୍ଦ୍ର ସରକାର ଆସନ୍ତା ମେ ୨୩ ପର୍ଯ୍ୟନ୍ତ ଏହାର ଆବଣ୍ଟନ ସମ୍ପର୍କରେ କେନ୍ଦ୍ର ରସାୟନ ଓ ସାର ମନ୍ତ୍ରୀ ଡି ଭି ସଦାନନ୍ଦ ଗୌଡ଼ା ଆଜି ଘୋଷଣା କରିଛନ୍ତି । ଏହି ଆବଣ୍ଟନରେ ଓଡ଼ିଶାକୁ ୧,୪୧,୦୦୦ ଭାଏଲ ରେମଡ଼େସିଭିର ଇଞ୍ଜେକସନ୍‌ ଯୋଗାଇ ଦିଆଯିବ ବୋଲି ସେ କହିଛନ୍ତି । ମନ୍ତ୍ରୀ ଗୌଡ଼ା କହିଛନ୍ତି ଯେ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଇଞ୍ଜେକସନର ସାମଗ୍ରିକ ଉତ୍ପାଦନ ଏବଂ ଯୋଗାଣକୁ ବଢ଼ାଇ ଦିଆଯାଇଛି । ଏହି ପରିପ୍ରେକ୍ଷୀରେ ଫାର୍ମାସିଉଟିକାଲ୍ସ ବିଭାଗ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସମସ୍ତ ରାଜ୍ୟଙ୍କୁ ଲେଖାଯାଇଥିବା ଏକ ପତ୍ରରେ ଏହି ବିଷୟ ସୂଚୀତ କରାଯାଇଛି ଯେ ରେମଡେସିଭିର ଔଷଧର ଆବଣ୍ଟନ ସମ୍ପର୍କରେ ଏପ୍ରିଲ ୨୧ ଠାରୁ ମେ ୧୬, ୨୦୨୧ ପର୍ଯ୍ୟନ୍ତ ରାଜ୍ୟମାନଙ୍କୁ ପୂର୍ବରୁ ଏକ ଡି ଓ ପତ୍ର ମାମଧ୍ୟମରେ ସୂଚୀତ କରାଯାଇଥିଲା । ମେ ୭,୨୦୨୧ ତାରିଖ ପର୍ଯ୍ୟନ୍ତ ଜାରି ଏହି ପତ୍ରରେ ରାଜ୍ୟମାନଙ୍କୁ ଅବଗତ କରାଯାଇଥିଲା ଯେ ଏପ୍ରିଲ ୨୧ ଠାରୁ ମେ ୨୩ ତାରିଖ ପର୍ଯ୍ୟନ୍ତ ଆବଣ୍ଟନରେ ସଂଶୋଧନ କରାଯାଇଛି ଯାହାକି ଫାର୍ମାସିଉଟିକାଲ୍ସ ଏବଂ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ମିଳିତ ଭାବେ ପ୍ରସ୍ତୁତ କରାଯାଇଛି ।ଏବେ ଆବଶ୍ୟକତା ବୃଦ୍ଧିକୁ ବିଚାରକୁ ନେଇ ଏହି ଔଷଧର ଯୋଗାଣ ପରିମାଣକୁ ବୃଦ୍ଧି କରାଯାଇଛି ଏବଂ ରାଜ୍ୟ ତଥା କେନ୍ଦ୍ରଶାସିତ କ୍ଷେତ୍ରକୁ ତାହା ଯୋଗାଇ ଦିଆଯାଉଛି ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରମାନଙ୍କୁ ଏହି ଇଞ୍ଜେକସନର ଉପଯୁକ୍ତ ବିତରଣକୁ ମନିଟର କରିବା ସକାଶେ ପରାମର୍ଶ ଦିଆଯାଇଛି । ଏଥିପାଇଁ ରାଜ୍ୟ ସରକାର/ କେନ୍ଦ୍ରଶାସିତ କ୍ଷେତ୍ରମାନେ ମାର୍କେଟିଂ କମ୍ପାନୀମାନଙ୍କ ନିକଟରେ ତୁରନ୍ତ ପର୍ଯ୍ୟାପ୍ତ ମାତ୍ରାରେ ଏହି ଔଷଧ କ୍ରୟ କରିବାକୁ ଅର୍ଡର ପେଶ କରିବାକୁ ପରାମର୍ଶ ଦିଆଯାଇଛି । ଯଦି ସେମାନେ ଏଭଳି କ୍ରୟ ଅର୍ଡର ଦେଇ ନାହାନ୍ତି ତେବେ ସେମାନେ ତାହା ତୁରନ୍ତ ଦେବା ଆବଶ୍ୟକ । ସେମାନଙ୍କୁ ଆବଣ୍ଟନ କରାଯାଇଥିବା ମୋଟ ପରିମାଣରୁ ରାଜ୍ୟ ଓ କେନ୍ଦ୍ର ଶାସିତ କ୍ଷେତ୍ରମାନେ କେତେ ପରିମାଣର ରେମଡ଼େସିଭିର ଇଞ୍ଜେକସନ୍‌ କିଣିବାକୁ ଚାହାନ୍ତି ସେ ସମ୍ପର୍କରେ ସେମାନେ ଔଷଧ କମ୍ପାନୀମାନଙ୍କ ଲିଆସନ୍‌ ଅଫିସରମାନଙ୍କ ସହ ଘନିଷ୍ଠ ସମ୍ପର୍କ ରକ୍ଷା କରି ସାକାର କରିପାରିବେ । ରାଜ୍ୟମାନଙ୍କରେ ଘରୋଇ ବିତରଣ ଚାନେଲରେ ମଧ୍ୟ ଏହି ସମ୍ପର୍କ ରକ୍ଷା କରାଯାଇପାରିବ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଆମ୍ବୁଲାନ୍ସ ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର

ଆମ୍ବୁଲାନ୍ସ ଦର ଧାର୍ଯ୍ୟ କଲେ ରାଜ୍ୟ ସରକାର

Read More...

ଜୁନ୍‌ ୧୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା

ଜୁନ୍‌ ୧୫ ପର୍ଯ୍ୟନ୍ତ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ମନା

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page