ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଘୁଞ୍ଚିଲା

May 13, 2021, ଦେଶ, , Anupambharat News Bureau


ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଘୁଞ୍ଚିଲା
Anupambharat News Bureau
May 13, 2021


ନୂଆଦିଲ୍ଲୀ, ୧୩ା୫: କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ଦୃଷ୍ଟିରୁ ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ୨୦୨୧କୁ ବର୍ତ୍ତମାନ ପରୀପେକ୍ଷୀରେ ସ୍ଥଗିତ ନେଇ ୟୁପିଏସସି ଗୁରୁବାର ଘୋଷଣା କରିଛି । ଏହି ପରୀକ୍ଷା ଆସନ୍ତା ଜୁନ ୨୭ରେ ହେବାର ଥିଲା କିନ୍ତୁ ଏହାକୁ ଅକେଫାବର ୧୦କୁ ଘୁଞ୍ଚାଇ ଦିଆଯାଇ ୟୁପିଏସସି ପକ୍ଷରୁ ଜାରି ନୋଟିସରେ ଦର୍ଶାଯାଇଛି । ୟୁପିଏସ୍‌ସି ଏହାର େୱବସାଇଟରେ ଜାରି ନୋଟିସରେ ଉଲ୍ଳେଖିତ କରିଛି ଯେ, ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ଯାହା ଜୁନ୍‌ ୨୬ରେ ହେବାକୁ ଥିଲା ତାହାକୁ ବର୍ତ୍ତମାନ ସ୍ଥଗିତ ରଖାଯାଇଛି ଏବଂ ଏହା ଆସନ୍ତା ଅକେଫାବର ୧୦ରେ ହେବ । ସିଭିଲ ସର୍ଭିସ ପ୍ରିଲିମିନାରୀ ପରୀକ୍ଷା ପାଇଁ ଆବେଦନକାରୀ ୟୁପିଏସସି େୱବସାଇଟ୍‌ରୁ ପରୀକ୍ଷା ସମ୍ପର୍କରେ ସଦ୍ୟ ତଥ୍ୟ ପାଇପାରିବେ ବୋଲି ମଧ୍ୟ କୁହାଯାଇଛି । ପ୍ରକାଶଥାଉକି ପୂର୍ବରୁ ସିଭିଲ ସର୍ଭିସ ପରୀକ୍ଷା ୨୦୨୦ର ସାକ୍ଷାତକାର ଯାହାକି (୨୬.୪.୨୧ରୁ ୧୮.୦୬.୨୧) ଅନୁଷ୍ଠିତ ହେବାକୁ ରହିଥିବା ତାହାକୁ ମଧ୍ୟ ୟୁପିଏସସି ବାତିଲ କରିଥିଲା । କରୋନା ପାଇଁ ପରୀକ୍ଷା ଘୁଞ୍ଚାଇବାକୁ ସୋସିଆଲ ମିଡ଼ିଆରେ ଦାବି ହୋଇ ଆସୁଥିଲା । ତେବେ ୟୁପିଏସ୍‌ସି ଆଜି ଏନେଇ ଘୋଷଣା କରିଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଥଣ୍ଡା ଏବଂ ଜ୍ୱରକୁ ହାଲକାରେ ନିଅ;ୁ ନାହିଁ: ପ୍ରଧାନମନ୍ତ୍ରୀ

ଥଣ୍ଡା ଏବଂ ଜ୍ୱରକୁ ହାଲକାରେ ନିଅ;ୁ ନାହିଁ: ପ୍ରଧାନମନ୍ତ୍ରୀ

Read More...

ଅନଲାଇନ୍‌ରେ ମିଳିବ ମଦ

ଅନଲାଇନ୍‌ରେ ମିଳିବ ମଦ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page