ଏଣିକି ୪ ମାସ ପରେ ଦ୍ୱିତୀୟ ଡୋଜ୍‌

May 13, 2021, ଦେଶ, , Anupambharat News Bureau


ଏଣିକି ୪ ମାସ ପରେ ଦ୍ୱିତୀୟ ଡୋଜ୍‌
Anupambharat News Bureau
May 13, 2021

ନୂଆଦିଲ୍ଲୀ: କରୋନା ଟିକାର ଦୁଇଟି ଡୋଜ୍‌ ମଧ୍ୟରେ ଥିବା ସମୟ ସୀମାକୁ ବୃଦ୍ଧି କରିବା ପାଇଁ ବିଶେଷଜ୍ଞ କମିଟି ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରିଛନ୍ତି ଭାରତ ସରକାର । ସେରମ ଇନଷ୍ଟିଚ୍ୟୁଟ ପ୍ରସ୍ତୁତ କରିଥିବା କରୋନା ଟିକା କୋଭିସିଲïର ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତି ଏଣିକି ୪ ମାସ ପରେ ଦ୍ୱିତୀୟ ଡୋଜ୍‌ ନେଇପାରିବେ । ଭାରତ ସରକାର କହିଛନ୍ତି, ବିଜ୍ଞାନ ପଦ୍ଧତିକୁ ଆଧାର କରି ଦୁଇଟି ଡୋଜ୍‌ ମଧ୍ୟରେ ଥିବା ସମୟକୁ ବୃଦ୍ଧି କରାଯାଇଛି । ଏଣିକି କୋଭିସିଲï ଟିକାର ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତି ୧୨ରୁ ୧୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେଇପାରିବେ । ଏହା ବର୍ତ୍ତମାନ ୬ରୁ ୮ ସପ୍ତାହ ମଧ୍ୟରେ ରହିଥିଲା । ତେବେ କୋଭାକ୍ସିନ ଟିକାର ଡୋଜ୍‌ ସମୟରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଏହା ପୂର୍ବଭଳି ୪ରୁ ୬ ସପ୍ତାହ ରହିଛି । ଏହାର ଅର୍ଥ କୋଭାକ୍ସିନ ଟିକାର ପ୍ରଥମ ଡୋଜ୍‌ ନେଇଥିବା ବ୍ୟକ୍ତି ୪ରୁ ୬ ସପ୍ତାହ ମଧ୍ୟରେ ଦ୍ୱିତୀୟ ଡୋଜ୍‌ ନେବେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟ୍ୱିନ୍‌ ସିଟି :  ଲକଡାଉନରେ ୱାକିଂ ଓ ସାଇକ୍ଲିଂ ମନା

ଟ୍ୱିନ୍‌ ସିଟି : ଲକଡାଉନରେ ୱାକିଂ ଓ ସାଇକ୍ଲିଂ ମନା

Read More...

ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ

ଇସ୍ରାଏଲ ଏବଂ ପାଲେଷ୍ଟାଇନ୍‌ ମଧ୍ୟରେ ଚାଲିଛି ଭୟଙ୍କର ଯୁଦ୍ଧ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page