ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ : କୋଭିଡ୍‌ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’ ଗଠନ ହେଉ:ଧର୍ମେନ୍ଦ୍ର

May 12, 2021, ଓଡ଼ିଶା, , Anupambharat News Bureau


ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ କେନ୍ଦ୍ରମନ୍ତ୍ରୀ :  କୋଭିଡ୍‌ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’ ଗଠନ ହେଉ:ଧର୍ମେନ୍ଦ୍ର
Anupambharat News Bureau
May 12, 2021


ନୂଆଦିଲ୍ଲୀ/ଭୁବନେଶ୍ୱର, ୧୨ା୫(ଅନୁପମ ମିଡ଼ିଆ): ରାଜ୍ୟରେ ଗାଁ ଓ ୱାର୍ଡ଼ ସ୍ତରରେ କୋଭିଡ- ୧୯ର ମୁକାବିଲା ପାଇଁ ସମସ୍ତ ରାଜନୈତିକ ଦଳର ନେତା ମାନଙ୍କୁ ନେଇ ‘କୋଭିଡ୍‌ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’ ଗଠନ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଓଡ଼ିଶାରେ କୋଭିଡ୍‌-୧୯ର ସଠିକ୍‌ ମୁକାବିଲା କରିବା ପାଇଁ ଭାରତ ସରକାରଙ୍କ ଦ୍ୱାରା ନିଆଯାଉଥିବା ବିଭିନ୍ନ ପଦକ୍ଷେପ ଗୁଡ଼ିକ ବିଷୟରେ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ଆଲୋଚନା କରିବା ପରେ ପ୍ରଧାନ ଏହା ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି । ପ୍ରଧାନ ଟ୍ୱିଟ୍‌ କରିଛନ୍ତି ଯେ, ଆଗାମୀ ୧୫ ଦିନ ଆମ ସମସ୍ତଙ୍କ ପାଇଁ ଚ୍ୟାଲେଞ୍ଜିଂ ସମୟ ରହିବ । ତେଣୁ ତୃଣମୂଳ ସ୍ତରରେ କୋଭିଡ୍‌ ­୧୯ର ମୁକାବିଲାରେ ସମାଜର ପ୍ରତିଷ୍ଠିତ ବ୍ୟକ୍ତି, ସେ୍ୱଚ୍ଛାସେବୀ ତଥା ସମସ୍ତ ରାଜନୈତିକ ଦଳର ନେତାଙ୍କୁ ସାମିଲ କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କଲି ।
ଏହାସହ କୋଭିଡ୍‌୧୯ ମୁକାବିଲା ତଥା ସଠିକ୍‌ ପରିଚାଳନା ପାଇଁ ରାଜ୍ୟର ସବୁ ଗାଁ ଓ ୱାର୍ଡ଼ ସ୍ତରରେ ସମସ୍ତ ରାଜନୈତିକ ଦଳର ନେତୃତ୍ୱଙ୍କୁ ନେଇ ଏକ ‘କୋଭିଡ୍‌ କ୍ରାଇସିସ ମ୍ୟାନେଜମେଣ୍ଟ କମିଟି’ ଗଠନ କରିବା ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଥିବା ପ୍ରଧାନ ଟ୍ୱିଟ୍‌ କରିଛନ୍ତି । ଓଡ଼ିଶାରେ କିପରି ଭ୍ୟାକ୍ସନ୍‌ ଉପଲବ୍ଧି ହୋଇପାରିବ ସେ ନେଇ ମୁଖ୍ୟମନ୍ତ୍ରୀ ମୋତେ ଅବଗତ କରାଇଲେ । ରାଜ୍ୟକୁ କିପରି ଭ୍ୟାକସିନ୍‌, ରେମଡ଼େସିଭର ଡ୍ରଗ୍ସ, ରାପିଡ଼୍‌ ଆଣ୍ଟିଜେନ୍‌ ଟେଷ୍ଟ କିଟ୍‌ ଅଧିକରୁ ଅଧିକ ଯୋଗାଯାଇ ପାରିବ ସେ ନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ହର୍ଷବର୍ଦ୍ଧନ ଏବଂ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡବୀୟଙ୍କ ସହ କଥା ହୋଇଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଲି । ବର୍ତ୍ତମାନ କୋଭିଡ୍‌ ମହାମାରୀର ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଭାରତ ସରକାର ରାଜ୍ୟ ସରକାରଙ୍କୁ ଯଥାସମ୍ଭବ ସହଯୋଗ କରିବା ପାଇଁ ପଦକ୍ଷେପ ନେଉଛନ୍ତି । ମିଳିତ ସହଯୋଗଏବଂ ସମନ୍ୱୟ ବଳରେ ଓଡ଼ିଶା ଏବଂ ଭାରତ ଏହି ମହାମାରୀ ବିରୁଦ୍ଧ ଲଢ଼େଇରେ ବିଜୟୀ ହୋଇପାରିବ । ଆମେ ଏକାଠୀ ହୋଇ ଜିତିପାରିବା ବୋଲି ପ୍ରଧାନ ଟ୍ୱିଟ୍‌ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିଛି ଦିନ ତଳେ ଓଡ଼ିଶାରେ ପରିଚାଳିତ କେନ୍ଦ୍ରୀୟ ରଷ୍ଟ୍ରାୟତ ଉଦ୍ୟୋଗ(ପିଏସୟୁ)ଗୁଡ଼ିକର ମୁଖ୍ୟ, ରାଜ୍ୟ ସରକାରଙ୍କ ଅଧିକାରୀ, ସ୍ୱାସ୍ଥ୍ୟ ସଂଗଠନ, ବ୍ୟାଙ୍କିଂ ଏବଂ ରେଳ କ୍ଷେତ୍ରର ପ୍ରମୁଖ ଅଧିକାରୀଙ୍କ ସହ କଥା ହୋଇ ରାଜ୍ୟରେ ଟେଷ୍ଟି, ଭେଣ୍ଟିଲେଟର, ଟିକାକରଣ ଓ ଅକ୍ସିଜେନ ବ୍ୟବସ୍ଥା ବଢାଇବା ସହ ସ୍ୱାସ୍ଥ୍ୟ ଭିତ୍ତିଭୂମି ଉପରେ ଗୁରୁତ୍ୱ ଦେବାକୁ କହିଥିଲେ ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
 ୭୮୬ ଡାକ୍ତର କୃତକାର୍ଯ୍ୟ

୭୮୬ ଡାକ୍ତର କୃତକାର୍ଯ୍ୟ

Read More...

କରୋନା କବଳରେ ମାଓବାଦୀ, ମଲେଣି ୧୦

କରୋନା କବଳରେ ମାଓବାଦୀ, ମଲେଣି ୧୦

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page