ବିଜୟ ପରେ ଶ୍ରୀଲଙ୍କା, ଚାଇନା, ଋଷ୍‌ ଓ ଇସ୍ରାଏଲ ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା

May 23, 2019, ଦେଶ, , Anupambharat News Bureau


ବିଜୟ ପରେ ଶ୍ରୀଲଙ୍କା, ଚାଇନା, ଋଷ୍‌ ଓ ଇସ୍ରାଏଲ ମୋଦିଙ୍କୁ ଜଣାଇଲେ ଶୁଭେଚ୍ଛା
Anupambharat News Bureau
May 23, 2019

ନୂଆଦିଲ୍ଲୀ: ବିଶ୍ୱର ଦୁଇ ଶକ୍ତିଶାଳୀ ରାଷ୍ଟ୍ର ଚାଇନା ଏବଂ ରୁଷ୍‌ ରାଷ୍ଟ୍ରପତି ଭୋଟ୍‌ ଗଣତି ଟ୍ରେଣ୍ଡ ଦେଖି ନରେନ୍ଦ୍ର ମୋଦି ବିଜୟୀ ହେବେ ବୋଲି ଆକଳନ କରିଛନ୍ତି । ଏନେଇ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ୍‌ ରାଷ୍ଟ୍ରପତି ଭ୍ଲାଦମିର ପୁଟିନ୍‌ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ଜିନପିଙ୍ଗ ଏକ ଚିଠି ଲେଖି ମୋଦିଙ୍କୁ ଶୁଭେଚ୍ଛା ଜଣାଇବା ସହ ମୋଦିଙ୍କ ନେତୃତ୍ୱରେ ଉଭୟ ଦେଶ ମଧ୍ୟରେ ସୁ ସମ୍ପର୍କ ଆହୁରି ବୃଦ୍ଧି ପାଇବ ବୋଲି କହିଛନ୍ତି । ଏଥିସହ ମୋଦିଙ୍କ ପାଇଁ ଭାରତ ଓ ଚାଇନା ସମ୍ପର୍କ ଶକ୍ତିଶାଳୀ ହୋଇପାରିଛି ବୋଲି ସେ କହିଛନ୍ତି । ଅନ୍ୟପକ୍ଷରେ ରୁଷ ରାଷ୍ଟ୍ରପତି ପୁଟିନ୍‌ ଏକ ଟେଲିଗ୍ରାମ ଦ୍ୱାରା ମୋଦିଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ସେହିପରି ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲି ମଧ୍ୟ ବିଜୟ ପାଇଁ ସମସ୍ତ ଶ୍ରେୟ ମୋଦିଙ୍କୁ ଦେଇ ସାଧୁବାଦ ଜଣାଇଛନ୍ତି ।ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇବା ପୂର୍ବରୁ ହିଁ ବିଦେଶରୁ ବିଜେପି ଓ ନରେନ୍ଦ୍ର ମୋଦିଙ୍କ ପାଇଁ ଶୁଭେଚ୍ଛାର ସୁଅ ଛୁଟିବା ଆରମ୍ଭ ହୋଇଛି । ଶ୍ରୀଲଙ୍କା ଓ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ଭୋଟ୍‌ ଗଣତିର ଟ୍ରେଣ୍ଡ ଦେଖି ମୋଦିଙ୍କୁ ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନିତ୍ୟାନହୁ କହିଛନ୍ତି, ମୁଁ ହୃଦୟରୁ ମୋ ବନ୍ଧୁ ମୋଦିଙ୍କୁ ଶୁଭେଚ୍ଛା ଜଣାଉଛ । ନିର୍ବାଚନରେ ମୋଦି ଏକତରଫା ବିଜୟୀ ହେଉଛନ୍ତି । ଆପଣ କେଉଁଭଳି ଭାବେ ବିଶ୍ୱର ସବୁଠାରୁ ବଡ଼ ଗଣତାନ୍ତ୍ରିକ ରାଷ୍ଟ୍ରର ନେତୃତ୍ୱ ନେଉଛନ୍ତି, ତାହାର ପ୍ରମାଣ ଆଜି ନିର୍ବାଚନ ଫଳାଫଳ ପରେ ସାମ୍ନାକୁ ଆସିଛି । ଏବେ ଆମେ ଏକାଠି ହୋଇ ଭାରତ ଓ ଇସ୍ରାଏଲ୍‌ର ବନ୍ଧୁତାକୁ ଆଗକୁ ନେବା । ଶ୍ରୀଲଙ୍କାର ପ୍ରଧାନମନ୍ତ୍ରୀ ରାନିଲ ବିକ୍ରିମସିଂଘେ ମଧ୍ୟ ଏହି ବିଶାଳ ବିଜୟ ପାଇଁ ମୋଦିଙ୍କୁ ଶୁଭେଚ୍ଛା ଦେଇଛନ୍ତି । ଏଥିସହ ଭାରତ ଓ ଶ୍ରୀଲଙ୍କା ସମ୍ପର୍କ ଆଗକୁ ଆହୁରି ମଜଭୂତ ହେବ ବୋଲି ସେ ଆଶା ପୋଷଣ କରିଛନ୍ତି । ସେହିପରି ମାଳଦ୍ୱୀପ ବୈଦେଶିକ ମନ୍ତ୍ରୀ ଅବଦୁଲ୍ଲା ଶାହିଦ ମଧ୍ୟ ମୋଦି ଓ ବିଜେପିକୁ ଏଭଳି ବିଜୟ ପାଇଁ ଶୁଭେଚ୍ଛା ଜଣାଇଛନ୍ତି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ସନ୍ନିଙ୍କ ଜିତ୍‌ରେ ଉତ୍ସାହିତ ଧର୍ମେନ୍ଦ୍ର କହିଲେ, ‘ଅଚ୍ଛେ ଦିନ ଆଗୟେ’

ସନ୍ନିଙ୍କ ଜିତ୍‌ରେ ଉତ୍ସାହିତ ଧର୍ମେନ୍ଦ୍ର କହିଲେ, ‘ଅଚ୍ଛେ ଦିନ ଆଗୟେ’

Read More...

ପରାଜୟ ମୋ ମୁହଁରେ ଶକ୍ତ ଚାପୁଡ଼ା: ପ୍ରକାଶ ରାଜ

ପରାଜୟ ମୋ ମୁହଁରେ ଶକ୍ତ ଚାପୁଡ଼ା: ପ୍ରକାଶ ରାଜ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page