ଆସ୍ଥାଭୋଟରେ ହାରିଲେ ଓଲି

May 10, 2021, ବିଦେଶ, , Anupambharat News Bureau


ଆସ୍ଥାଭୋଟରେ ହାରିଲେ ଓଲି
Anupambharat News Bureau
May 10, 2021


ନେପାଳ ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କୁ ଆଜି ଆଉ ଏକ ଧMା ଲାଗିଛି । ନେପାଳ ସଂସଦର ପ୍ରତିନିଧିସଭାରେ ଅନୁଷ୍ଠିତ ଆସ୍ଥାଭୋଟରେ ସେ ପରାଜିତ ହୋଇଛନ୍ତି । ୨୭୫ ସଦସ୍ୟଭିତ୍ତିକ ପ୍ରତିନିଧିସଭାରେ ଆସ୍ଥାଭୋଟ ଜିତିବାକୁ ଅତିକମରେ ୧୩୬ଟି ଭୋଟ ଦରକାର ହେଉଥିବାବେଳେ ସେ ମାତ୍ର ୯୩ଟି ଭୋଟ ପାଇଥିଲେ । ତାଙ୍କ ବିରୋଧରେ ୧୨୪ଟି ଭୋଟ ପଡ଼ିଥିଲା । ଏପରିକି ଓଲିଙ୍କ ଦଳରେ କେତେକ ସଦସ୍ୟ ହ୍ୱିପକୁ ଅବଜ୍ଞା କରି ଭୋଟଦାନରୁ ଅନୁପସ୍ଥିତ ରହିଥିଲେ । ଏହା ଫଳରେ ନେପାଳରେ ଗତ ୩୮ ମାସ ଧରି ଚାଲିଥିବା ଓଲି ସରକାରର ପତନ ହୋଇଯାଇଛି । ପୁଷ୍ପକମଲ ଦହଲ ପ୍ରଚଣ୍ଡଙ୍କ ନେତୃତ୍ୱାଧୀନ କମ୍ୟୁନିଷ୍ଟ ପାର୍ଟି ଅଫ ନେପାଳ (ମାଓଇଷ୍ଟ ସେଣ୍ଟର) ସମର୍ଥନ ପ୍ରତ୍ୟାହାର କରିବା ପରେ ଓଲି ସରକାର ସଂଖ୍ୟାଲଘୁରେ ପରିଣତ ହୋଇଯାଇଥିଲା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
କରୋନା ରୋଗୀଙ୍କୁ ମିଳିବ ୫ ହଜାର

କରୋନା ରୋଗୀଙ୍କୁ ମିଳିବ ୫ ହଜାର

Read More...

 ୧୦୦ ଟପିଲା ପେଟ୍ରୋଲ ଦର

୧୦୦ ଟପିଲା ପେଟ୍ରୋଲ ଦର

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page