କୋଭିଡ୍‌ ଟିକାକରଣ ଆହୁରି ସରଳ ହେଉ

May 08, 2021, ଓଡ଼ିଶା, , Anupambharat News Bureau


କୋଭିଡ୍‌ ଟିକାକରଣ ଆହୁରି ସରଳ ହେଉ
Anupambharat News Bureau
May 08, 2021

ଭୁବନେଶ୍ୱର, ୮ା୫ (ସ୍ୱତନ୍ତ୍ର ପ୍ରତିନିଧି): ଦେଶରେ କରୋନାର ଭୟାବହତା ଥମିବାର ନାଁ ନେଉ ନଥିବା ବେଳେ ଟିକାର ଅଭାବ ପରିସ୍ଥିତିକୁ ଅଧିକ ଗୁରୁତର କରିଛି । ଠିକ୍‌ ସମୟରେ ଟିକା ଆସି ପାରୁ ନଥିବାରୁ ଓଡ଼ିଶା ସମେତ ଅନେକ ରାଜ୍ୟରେ ଟିକାକରଣ ମନ୍ଥର ହୋଇ ଯାଇଛି । ଏବେ ଭୁବନେଶ୍ୱରରେ କେବଳ କୋଭାକ୍ସିନ୍‌ ଟିକା ଦିଆ ଯାଉଥିବାବେଳେ କୋଭିଶିଲï ଟିକା ଅଭାବ ଯୋଗୁ ଅନ୍ୟ ଅଞ୍ଚଳରେ ଟିକାକରଣ ପୁରା ଠପ୍‌ ହୋଇ ଯାଇଛି । କିଛି ସପ୍ତାହ ତଳେ ଆମ ଦେଶରୁ ବିଦେଶକୁ ଟିକା ରପ୍ତାନି ହେଉଥିଲା । ସେତେବେଳେ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା କମ୍‌ ଥିଲା ଏବଂ କରୋନା ସଂକ୍ରମଣ ହାର ଖସୁଥିବା ଭଳି ଲାଗୁଥିଲା । ଅଚାନକ କରୋନା ମହାମାରୀ କଡ଼ ଲେଉଟାଇବା ପରେ ମହାରାଷ୍ଟ୍ର, ଦିଲ୍ଲୀ ପରେ ଏବେ କର୍ଣ୍ଣାଟକରେ ସ୍ଥିତି ଅତ୍ୟନ୍ତ ଗୁରୁତର । ସାରା ଦେଶରେ ୧୮-୪୪ ବୟସ ବର୍ଗର ଲୋକ ଟିକା ପାଇଁ ଚାହିଁ ବସିଥିବା ବେଳେ ୪୫ରୁ ଅଧିକ ବୟସର ଲୋକଙ୍କ ଟିକାକରଣର ଦ୍ୱିତୀୟ ପର୍ଯ୍ୟାୟ ବି ସରି ନାହିଁ । ଅବଶ୍ୟ, ରାଜ୍ୟରେ କରୋନା ମୁକାବିଲାକୁ ଅଧିକ ଲୋକାଭିମୁଖୀ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଇତିମଧ୍ୟରେ କିଛି ପଦକ୍ଷେପ ନେଇଛନ୍ତି । କରୋନାର ଦୃଢ ମୁକାବିଲା କରିବାକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ସମ୍ବଲପୁର ଜିଲ୍ଲା ପାଇଁ ୪.୬୨ କୋଟି, ପୁରୀ ପାଇଁ ୨କୋଟି ଓ ସୋନପୁର ପାଇଁ ୧କୋଟି ଟଙ୍କା ମଞ୍ଜୁର କରା ଯାଇଛି । ସେହିପରି ୧୮ରୁ ୪୪ ବର୍ଷ ବର୍ଗଙ୍କ ଟିକାକରଣକୁ ସୁଲଭ କରିବା ପାଇଁ ଟିକା ଉପରୁ ଜିଏସ୍‌ଟି ଛାଡ଼ କରାଯାଉ ବୋଲି ଦାବି କରି ନବୀନ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ରାଜ୍ୟ ସରକାର ଯାବତୀୟ ଉଦ୍ୟମ ସତ୍ତେ୍ୱ ଟିକାର ଅଭାବ ସବୁ ଆକଳନକୁ ଓଲଟପାଲଟ କରି ଦେଇଛି । ଅଧିକାଂଶ ଶିକ୍ଷିତ ଓ ସଚେତନ ଲୋକ ମଧ୍ୟ ପରୀକ୍ଷା କରାଇବା ଓ ଟିକା ନେବା ଲାଗି କୁଣwିତ ହେଉଛନ୍ତି । ତେଣୁ କୋଭିଡ୍‌ ଟିକାକରଣକୁ ପଲ୍‌ସ ପୋଲିଓ ଅଭିଯାନ ଭଳି କରିବା ପାଇଁ ବିଭିନ୍ନ ମହଲରେ ଦାବି ଉଠୁଛି । କିନ୍ତୁ କୋଭିଡ୍‌ ପରିଚାଳନାର କଠିନ ସର୍ତ୍ତାବଳୀ ସାଙ୍ଗକୁ ଟିକା ଓ କର୍ମଚାରୀଙ୍କ ଅଭାବ ଏଥିପାଇଁ ମୁଖ୍ୟ ପ୍ରତିବନ୍ଧକ ସାଜିଛି । ସୂଚନାଯୋଗ୍ୟ, ହରିୟାଣାର ଗୁରଗାଓଁରେ ନିଆରା ଶୈଳୀରେ ଟିକାକରଣ ବ୍ୟବସ୍ଥା କରାଯାଉଛି । ଗତ ଏପ୍ରିଲ୍‌ ପହିଲାରୁ ସହରର ପ୍ରମୁଖ କାର୍ଯ୍ୟାଳୟରେ ଏବଂ ବରିଷ୍ଠ ନାଗରିକଙ୍କ ସୁବିଧା ପାଇଁ ବୃହତ ଆପାର୍ଟମେଣ୍ଟ୍‌ ଓ ଆବାସିକ ଅଞ୍ଚଳରେ ସ୍ୱତନ୍ତ୍ର ଶିବିର କରି ଟିକା ଦିଆ ଯାଉଛି । ସେହିପରି, ଆମେରିକାର ଚିକାଗୋ ଭଳି କେତେକ ସହରରେ ବାହାରକୁ ଟିକାକରଣ ପାଇଁ ଭିନ୍ନ କୌଶଳ ଅବଲମ୍ବନ କରାଯାଉଛି । ନିଜ କାର୍‌ ଚଳାଇ ଯାଉଥିବା ଲୋକଙ୍କୁ ଟ୍ରାଫିକ୍‌ ଛକ ପାଖରେ ରାସ୍ତାକଡ଼ରେ ଅଟକାଇ ତୁରନ୍ତ ଟିକା ଦିଆ ଯାଉଛି । ଫଳରେ କାହାର ସମୟ ନଷ୍ଟ ହେଉ ନାହିଁ, ଟିକା ନେବା ପରେ ଲୋକମାନେ ଗନ୍ତବ୍ୟ ସ୍ଥଳକୁ ଯାଇ ପାରୁଛନ୍ତି । ସେଠାରେ, ସବୁବେଳେ ଘରେ ରହୁଥିବା ଲୋକଙ୍କୁ ଟିକା ନେବାକୁ ବାଧ୍ୟ କରାଯାଉ ନାହିଁ । ଯେଉଁମାନେ ବାହାରକୁ ଗାଡ଼ିମୋଟରରେ ଯାଉଛନ୍ତି ସେମାନଙ୍କୁ ବାଧ୍ୟତାମୂଳକ ଭାବେ ଟିକା ଦିଆ ଯାଉଛି, ଟିକା ନ ନେଲେ ଅଟକା ଯାଉଛି । ଏଭଳି ବ୍ୟବସ୍ଥା ଜରିଆରେ ଏକଦା କରୋନା ମୃତୁ୍ୟକୁ ନେଇ ଖୁବ୍‌ ଚିନ୍ତାରେ ପଡ଼ିଥିବା ଆମେରିକା ଏବେ ଆଶ୍ୱସ୍ତ ହୋଇଛି । ଓଡ଼ିଶା ସରକାର ଚାହିଁଲେ ଗୁରଗାଓଁର ଭାରତୀୟ ମଡେଲ୍‌ କିମ୍ବା ଆମେରିକାର ବିଦେଶୀ ମଡ଼େଲ୍‌ ଆପଣାଇ ପାରନ୍ତେ । ପୌରାଞ୍ଚଳ ଓ ପଞ୍ଚାୟତର ବିଭିନ୍ନ ୱାର୍ଡରେ ସ୍ୱତନ୍ତ୍ର ଶିବିର କରି ଲୋକଙ୍କ ଘର ପାଖରେ ଟିକା ପହଞ୍ଚାଇ ପାରନ୍ତେ । ଏହାଦ୍ୱାରା କୋଭିଡ୍‌ ମୁକାବିଲାରେ ମଧ୍ୟ ରାଜ୍ୟକୁ ମଧ୍ୟ ଅଧିକ ସଫଳତା ମିଳି ପାରନ୍ତା ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
୨-ଡିଜିକୁ ଡିସିଜିଆଇର ମଞ୍ଜୁରୀ

୨-ଡିଜିକୁ ଡିସିଜିଆଇର ମଞ୍ଜୁରୀ

Read More...

ନକଲି କରୋନା ଟୀକା ପ୍ରତି ସାବଧାନ

ନକଲି କରୋନା ଟୀକା ପ୍ରତି ସାବଧାନ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page