ମୁକ୍ତ ହେବେ କଏଦୀ

May 08, 2021, ଦେଶ, , Anupambharat News Bureau


ମୁକ୍ତ ହେବେ କଏଦୀ
Anupambharat News Bureau
May 08, 2021


ନୂଆଦିଲ୍ଲୀ: କରୋନା ବିପଦକୁ ଦୃଷ୍ଟିରେ ରଖି ଜେଲ୍‌ରେ ବନ୍ଦୀ ଥିବା କଏଦୀଙ୍କୁ ୯୦ ଦିନ ପାଇଁ ପାରୋଲ୍‌ରେ ମୁକ୍ତ କରିବାକୁ ସୁପ୍ରିମକୋର୍ଟ ଆଦେଶ ଦେଇଛନ୍ତି । ଏଥିରେ ଜେଲ୍‌ରେ କଏଦୀଙ୍କ ସଂଖ୍ୟାରେ କିଛି ମାତ୍ରାରେ ହ ୍ରାସ ଘଟିବ ।
୯୦ ଦିନ ପରେ ମୁକ୍ତ ହୋଇଥିବା କଏଦୀ ପୁନର୍ବାର ଜେଲ୍‌କୁ ଫେରିବେ । ଏନେଇ ସର୍ବୋଚ୍ଚ ଅଦାଲତ ନିଜ ଆଦେଶରେ ସମସ୍ତ ରାଜ୍ୟକୁ ଏକ କମିଟି ଗଠନ କରିବାକୁ କହିଛନ୍ତି । କମିଟି ସ୍ଥିର କରିବ ଯେ, କେଉଁ କଏଦୀଙ୍କୁ ମୁକ୍ତ କରାଯିବ ଏବଂ କାହାକୁ ନୁହେଁ । ଏଥିରେ ଛୋଟ ମୋଟ ଅପରାଧ କରିଥିବା କଏଦୀଙ୍କୁ ପ୍ରାଥମିକତା ଦିଆଯିବ । ଦେଶରେ ସଂପ୍ରତି କରୋନା ସ୍ଥିତି ଉତ୍କଟ ରହିଛି । ବିଶେଷଜ୍ଞ ଦ୍‌ିତୀୟ ଲହର ଶିଖରରେ ପହଞ୍ଚିବା ନେଇ ଚେତାବନୀ ଦେଇଛନ୍ତି ।
ଏହା ମଧ୍ୟରେ ବଢୁଥିବା କରୋନା କେସ୍‌କୁ ଦୃଷ୍ଟିରେ ରଖି ସୁପ୍ରିମକୋର୍ଟ ନିଜ ଆଡୁ ମାମଲାର ବିଚାର କରି ଜେଲ୍ରୁ କଏଦୀଙ୍କ ସଂଖ୍ୟା ହ ୍ରାସ କରିବାକୁ ଶନିବାର ନିର୍ଦ୍ଦେଶ ଦେଇଛନ୍ତି । ଉଲ୍ଲେଖନୀୟ ଗତ ବର୍ଷ ମଧ୍ୟ କିଛି କଏଦୀ ଏହି ଆଧାରରେ ମୁକ୍ତ ହୋଇଥିଲେ । ଅଦାଲତ ଆଦେଶରେ କହିଛନ୍ତି, ଯେଉଁ କଏଦୀଙ୍କୁ ଗତ ବର୍ଷ ମହାମାରୀକୁ ଦୃଷ୍ଟିରେ ରଖି ଜାମିନ କିମ୍ବା ପାରୋଲ୍‌ରେ ମୁକ୍ତ କରାଯାଇଥିଲା, ପୁଣି ଥରେ ସେହି କଏଦୀଙ୍କୁ ଏହି ସୁବିଧା ଦିଆଯାଉ ।
ପ୍ରଧାନ ବିଚାରପତି ଏନ ଭି ରମଣା, ବିଚାରପତି ଏଲ ନାଗେଶ୍ୱର ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କ ପୀଠ କହିଛନ୍ତି, ଉଚ୍ଚତମ ନ୍ୟାୟାଳୟ ଆଦେଶରେ ରାଜ୍ୟ ଓ କେନ୍ଦ୍ର ଶାସିତ ଦ୍ୱାରା ଗଠନ ହୋଇଥିବା ଉଚ୍ଚ ଅଧିକାରପ୍ରାପ୍ତ କମିଟି ଦ୍ୱାରା ଗତ ବର୍ଷ ମାର୍ଚ୍ଚରେ ଯେଉଁ କଏଦୀଙ୍କୁ ଜାମିନ କିମ୍ବା ପାରୋଲ୍‌ ଦିଆଯାଇଥିଲା, ସେମାନଙ୍କୁ ତୁରନ୍ତ ଜେଲ୍‌ରୁ ମୁକ୍ତ କରାଯାଉ । କରୋନାର ଗତ ଲହରରେ ମଧ୍ୟ ସୁପ୍ରିମକୋର୍ଟ କଏଦୀଙ୍କୁ ପାରୋଲ୍‌ରେ ଛାଡିବାକୁ ଆଦେଶ ଦେଇଥିବା କୁହାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ନକଲି କରୋନା ଟୀକା ପ୍ରତି ସାବଧାନ

ନକଲି କରୋନା ଟୀକା ପ୍ରତି ସାବଧାନ

Read More...

ଖଣିରେ ଭୟଙ୍କର ବିସ୍ପୋରଣ,  ୧୦ ମୃତ, ୧୦ ଆହତ

ଖଣିରେ ଭୟଙ୍କର ବିସ୍ପୋରଣ, ୧୦ ମୃତ, ୧୦ ଆହତ

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page