ସିଆରପିଏଫ୍‌ ଡିଆଇଜିଙ୍କ କରୋନାରେ ମୃତୁ୍ୟ

May 06, 2021, ଓଡ଼ିଶା, , Anupambharat News Bureau


ସିଆରପିଏଫ୍‌ ଡିଆଇଜିଙ୍କ କରୋନାରେ ମୃତୁ୍ୟ
Anupambharat News Bureau
May 06, 2021


ଭୁବନେଶ୍ୱର, ୬ା୫(ଅନୁପମ ମିଡ଼ିଆ): କରୋନା ଲଢ଼େଇରେ ହାରି ଯାଇଛନ୍ତି ସିଆରପିଏଫ୍‌ ଡିଆଇଜି ସୁନୀଲ କୁମାର ପାର୍ଥ । ତାଙ୍କ ପରଲୋକ ନେଇ ଭୁବନେଶ୍ୱର ସିଆରପିଏଫ୍‌ ପକ୍ଷରୁ ସୂଚନା ଦିଆଯାଇଛି । ଭୁବନେଶ୍ୱର ସିଆରପିଏଫ୍‌ ଗ୍ରୁପ ସେଣ୍ଟରର ଡିଆଇଜିଥିବା ସୁନୀଲ କୁମାର ପାର୍ଥ କିଛି ଦିନ ହେବ କରୋନାରେ ଆକ୍ରାନ୍ତ ହୋଇ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ସେଠାରେ କ୍ରମଶଃ ସୁସ୍ଥ ହୋଇ ଆସୁଥିଲେ ମଧ୍ୟ ହଠାତ୍‌ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାକୁ ଲାଗିଲା । ଏହାପରେ ଗୁରୁବାର ତାଙ୍କର ମୃତୁ୍ୟ ଘଟିଛି । ତାଙ୍କ ପରିବାର ଲୋକ ଭୁବନେଶ୍ୱରରେ ପହଞ୍ଚିବା ପରେ କୋଭିଡ ଗାଇଡଲାଇନ୍‌ ଅନୁଯାୟୀ, ଆଜି ଅପରାହ୍ନରେ ସତ୍ୟନଗର ଶ୍ମଶାନରେ ତାଙ୍କ ଶେଷକୃତ ସମ୍ପନ୍ନ ହେବ ବୋଲି ଜଣାଯାଇଛି ।





Back to Previous Page

<< ପୂର୍ବ ଖବର ପରବର୍ତ୍ତୀ ଖବର >>
ଟିକା ଉପରୁ ଜିଏସଟି ଛାଡ କରାଯାଉ  : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

ଟିକା ଉପରୁ ଜିଏସଟି ଛାଡ କରାଯାଉ : କେନ୍ଦ୍ର ଅର୍ଥମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଚିଠି

Read More...

ଆଦାୟ ହେଲାଣି ୧୫ କୋଟି

ଆଦାୟ ହେଲାଣି ୧୫ କୋଟି

Read More...


ଅନୁପମ ଭାରତ ଇ-ପେପର୍



ଅନୁପମଭାରତ ଆପ୍:

Android app Download!

ବିଜ୍ଞାପନ







ସମ୍ପାଦକଙ୍କୁ ପତ୍ର :

Type the above number:





ସାଇଟ୍ ଦର୍ଶକ :

Hit Web Stats
<>

ଯୋଗାଯୋଗ :

Facebook Page Twitter Page YouTube Page Instagram Page